ETV Bharat / international

ଭାଙ୍ଗିବାକୁ ନୁହେଁ ଦେଶକୁ ଯୋଡିବାରେ କାମ କରିବି: ଜୋ ବାଇଡେନ

ଆମେରିକାର 46 ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ଆମେରିକାବାସୀଙ୍କ ସମ୍ବୋଧିତ କରିଛନ୍ତି ଜୋ ବାଇଡେନ । ସେ ଏମିତି ଏକ ରାଷ୍ଟ୍ରପତି ହେବେ ଯିଏ, ଦେଶକୁ ଭାଙ୍ଗିବାକୁ ନୁହେଁ ଯୋଡିବାକୁ କାମ କରିବେ ବୋଲି କହିଛନ୍ତି । ଅଧିକ ପଢନ୍ତୁ...

ଭାଙ୍ଗିବାକୁ ନୁହେଁ ଦେଶକୁ ଯୋଡିବାରେ କାମ କରିବି

author img

By

Published : Nov 8, 2020, 9:38 AM IST

Updated : Nov 8, 2020, 11:54 AM IST

ୱାଶିଂଟନ: ଆମେରିକାର 46 ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ଆମେରିକାରୀଙ୍କୁ ସମ୍ବୋଧିତ କରିଛନ୍ତି ଜୋ ବାଇଡେନ । ଆମେରିକା ଇତିହାସରେ ପ୍ରଥମ ଥରେ ଏଭଳି କଡା ମୁକାବିଲା ଦେଖିବାକୁ ମିଳିଥିବା । ଐତିହାସିକ ବିଜୟ ହୋଇଥିବା କହିଛନ୍ତି ବାଇଡେନ । 7.4 କୋଟିରୁ ଅଧିକ ଆମେରିକାବାସୀ ତାଙ୍କୁ ଭୋଟ ଦେଇଥିବାରୁ ବ୍ଲୁ କିମ୍ବା ରେଡ ଷ୍ଟେଟର ନୁହେଁ, ସେ ପୁରା ଆମେରିକାର ରାଷ୍ଟ୍ରପତି । ସେ ଏମିତି ଏକ ରାଷ୍ଟ୍ରପତି ହେବେ ଯିଏ, ଦେଶକୁ ଭାଙ୍ଗିବାକୁ ନୁହେଁ ଯୋଡିବାକୁ କାମ କରିବେ ।

ଆମେରିକାର ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ଯେ, ସେ ଏପରି ରାଷ୍ଟ୍ରପତି ହେବେ ଯିଏ ଦେଶ ତଥା ସମାଜକୁ ଭାଙ୍ଗିବାକୁ ଚେଷ୍ଟା କରିବେ ନାହିଁ । ବରଂ ସଂଯୋଗ କରିବାକୁ ଚେଷ୍ଟା କରିବେ । ସେ ଆମେରିକାର ରାଜ୍ୟଗୁଡିକୁ ରେଡ ଏବଂ ବ୍ଲୁ ଭାବରେ ଦେଖିବେ ନାହିଁ ବରଂ ଆମେରିକା ଭଳି ଦେଖିବେ ଏବଂ ଯିଏ ପୂର୍ଣ୍ଣ କ୍ଷମତା ଏବଂ ଉତ୍ସର୍ଗୀକୃତ ସହ ଲୋକଙ୍କ ବିଶ୍ବାସ ଜିତିବାକୁ ଚେଷ୍ଟା କରିବ ।ଏଣିକି ଆମେରିକାରେ ଜାତି ଓ ଧର୍ମର ଭେଦଭାଦ ରହିବନି । ବିଭାଜନ ନୁହେଁ, ଆମେରିକାକୁ ଏକାଠି କରୁଥିବା ରାଷ୍ଟ୍ରପତି ହେବି କହିଲେ ବାଇଡେନ ।

ଯେଉଁମାନେ ଡୋନାଲ୍ଡ ଟ୍ରମ୍ପଙ୍କୁ ଭୋଟ ଦେଇଥିବା ବ୍ୟକ୍ତିଙ୍କ ନିରାଶକୁ ସେ ସ୍ବୀକାର କରିଛନ୍ତି । ଟ୍ରମ୍ପଙ୍କ ସମର୍ଥକ ଶତୃ ନୁହଁନ୍ତି । ତେଣୁ ବର୍ତ୍ତମାନ ସମୟ ଆସିଛି ତିକ୍ତତାକୁ ଭୁଲିଯିବା, ନିର୍ବାଚନ ହେତୁ ସୃଷ୍ଟି ରାଗରୁଷା ହ୍ରାସ କରିବା, ଆମେ ପରସ୍ପରକୁ ଭେଟିବା ଏବଂ ପରସ୍ପରକୁ ଶୁଣିବା । ଆମେରିକାର ସୁସ୍ଥ ଏବଂ ଯତ୍ନ ନେବା ପାଇଁ ଏହା ହେଉଛି ସମୟ ।

ଡେମୋକ୍ରାଟ ଜୋ ବିଇଡେନ ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପଙ୍କୁ ପରାସ୍ତ କରି ଶନିବାର ଆମେରିକାର 46 ତମ ରାଷ୍ଟ୍ରପତି ହୋଇଛନ୍ତି । ଐତିହାସିକ ମହାମାରୀ, ଆର୍ଥିକ ଓ ସାମାଜିକ ବିଷମତା ମଧ୍ୟରେ ବିଶ୍ବର ଶକ୍ତିଶାଳୀ ରାଷ୍ଟ୍ରର ନେତୃତ୍ବ ନେବାକୁ ଯାଉଛନ୍ତି । ଗୁରୁତ୍ବପୂର୍ଣ୍ଣ ପେନସିଲଭେନିଆ ରାଜ୍ୟ ଜିତିବା ପରେ ବହୁମତ ପାଇଁ ଆବଶ୍ୟକ 270 ଇଲେକ୍ଟୋରାଲ କଲେଜ ଭୋଟକୁ ଅତିକ୍ରମ କରିଥିଲେ ବାଇଡେନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 8, 2020, 11:54 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.