ETV Bharat / international

ଆର ପାରିରେ ଟ୍ରମ୍ପଙ୍କ ସାନ ଭାଇ - robert trump dead

ରୋବର୍ଟ ଟ୍ରମ୍ପ ଆମେରିକାରର ଜଣେ ଜଣାଶୁଣା ବିଜନେସମେନ ଥିଲେ । ମୃତ୍ୟୁବେଳକୁ ତାଙ୍କୁ 71 ବର୍ଷ ହୋଇଥିଲା। ଅଧିକ ପଢନ୍ତୁ...

ଡୋନାଲ୍ଡ ଟ୍ରମ୍ପଙ୍କ ସାନ ଭାଇ ରୋବର୍ଟ ଟ୍ରମ୍ପଙ୍କ ଦେହାନ୍ତ
ଡୋନାଲ୍ଡ ଟ୍ରମ୍ପଙ୍କ ସାନ ଭାଇ ରୋବର୍ଟ ଟ୍ରମ୍ପଙ୍କ ଦେହାନ୍ତ,
author img

By

Published : Aug 16, 2020, 1:14 PM IST

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସାନ ଭାଇ ରୋବର୍ଟ ଟ୍ରମ୍ପଙ୍କ ଦେହାନ୍ତ। ଶନିବାର ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ 71 ବର୍ଷ ହୋଇଥିଲା । ଗତ କିଛି ଦିନ ତାଙ୍କର ସ୍ବାସ୍ଥ୍ୟବସ୍ଥା ଅସୁସ୍ଥ ଥିବାରୁ ସେ ନ୍ୟୁୟର୍କର ସିଟି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଶୁକ୍ରବାର ନ୍ୟୁୟର୍କର ସିଟି ହସ୍ପିଟାଲ ଯାଇ ଭାଇଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ ଟ୍ରମ୍ପ ।

ଡୋନାଲ୍ଡ ଟ୍ରମ୍ପ ଏକ ବିବୃତ୍ତିରେ କହିଥିଲେ, ‘ମୋ ଭାଇ ମୋର ଅତି ନିକଟତର ଥିଲେ। ସେ କେବଳ ମୋର ଭାଇ ନୁହେଁ ଭଲ ବନ୍ଧୁ ଥିଲେ । ସେ ଏବେ ନାହିଁ ସତ, କିନ୍ତୁ ତା କଥା ସବୁବେଳେ ମନେ ପଡିବ ।’ ଭାଇ ସହ ବିତାଇ ଥିବା ପ୍ରତିଟି ମୁହୂର୍ତ୍ତ ତାଙ୍କ ହୃଦୟରେ ସର୍ବଦା ରହିବ ବୋଲି ଟ୍ରମ୍ପ କହିଛନ୍ତି ।

ଏହି ଘଟଣା ଏପରି ଏକ ସମୟରେ ଘଟିଛି, ଯେତେବେଳେ କି ଡୋନାଲ୍ଡ ଟ୍ରମ୍ପ କ୍ରମାଗତ ଦ୍ବିତୀୟ ଥର ପାଇଁ ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ବନ୍ଦିତା କରୁଛନ୍ତି । କୁହାଯାଉଛି ଯେ, ଟ୍ରମ୍ପଙ୍କ ଅଭିଯାନ ଦଳ ଭାରତୀୟ-ଆମେରିକୀୟ, ଶିଖ, ମୁସଲମାନ ଏବଂ ଅନ୍ୟ ଦକ୍ଷିଣ ଏସୀୟ ସମ୍ପ୍ରଦାୟର ଭୋଟରଙ୍କୁ ଭୋଟ୍ ଦେବା ପାଇଁ 4 ଟି ନୂତନ ସଂଗଠନ ଗଠନ କରିଛନ୍ତି।

ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ, ନଭେମ୍ବରରେ ଆମେରିକାରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ​​ପ୍ରାୟ 1.3 ନିୟୁତ ଭାରତୀୟ-ଆମେରିକୀୟ ମତଦାନ କରିବେ ବୋଲି ଆଶା କରାଯାଉଛି। ଏହି ଲୋକମାନଙ୍କ ମଧ୍ୟରୁ ପ୍ରାୟ ଦୁଇ ନିୟୁତ ପେନସିଲଭାନିଆରେ ଏବଂ 125,000 ମିଚିଗାନରେ ରୁହନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.