ETV Bharat / international

ୱାଶିଂଟନରୁ ହଟିଲା ନ୍ୟାସନାଲ ଗାର୍ଡ

ଆମେରିକାରେ ହିଂସାକୁ ନିୟନ୍ତ୍ରଣ କରିବାକୁ ଲାଗୁ ହୋଇଥିଲା ନ୍ୟାସନାଲ ଗାର୍ଡ । ଅଧିକ ପଢନ୍ତୁ...

author img

By

Published : Jun 8, 2020, 2:29 PM IST

ୱାଶିଂଟନରୁ ହଟିଲା ନ୍ୟାସନାଲ ଗାର୍ଡ
ୱାଶିଂଟନରୁ ହଟିଲା ନ୍ୟାସନାଲ ଗାର୍ଡ

ବୋଷ୍ଟନ: ଆମେରିକାର ରାଜଧାନୀ ୱାଶିଂଟନରୁ ହଟିଲା ନ୍ୟାସନାଲ ଗାର୍ଡ । ରବିବାର ନ୍ୟାସନାଲ ଗାର୍ଡ ପ୍ରତ୍ୟାହାର ନେଇ ଘୋଷଣା କରିଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଆଫ୍ରିକୀୟ-ଆମେରିକୀୟ କୃଷ୍ଣକାୟ ଜର୍ଜ ଫ୍ଲୋଏଡଙ୍କ ମୃତ୍ୟୁକୁ ନେଇ ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ହିଂସାକୁ ନିୟନ୍ତ୍ରଣ କରିବାକୁ ଦେଶରେ ନ୍ୟାସନାଲ ଗାର୍ଡଙ୍କୁ ନିୟୋଜିତ କରାଯାଇଥିଲା ।

ଏନେଇ ଟ୍ରମ୍ପ ଟ୍ବିଟ କରି କହିଛନ୍ତି, ସ୍ଥିତି ଏବେ ନିୟନ୍ତ୍ରଣରେ ରହିଛି । ଫଳରେ ୱାଶିଂଟନରୁ ନ୍ୟାସନାଲ ଗାର୍ଡ ହଟାଇବାକୁ ଯାଉଛି । କିନ୍ତୁ ଆବଶ୍ୟକ ପଡିଲେ ପୁଣି ଥରେ ନ୍ୟାସନାଲ ଗାର୍ଡଙ୍କୁ ନିୟୋଜିତ କରାଯିବ ବୋଲି ଟ୍ରମ୍ପ ଚେତାଇ ଦେଇଛନ୍ତି ।

ଗତ ଶନିବାର ଦିନ ହଜାର ହଜାର ଲୋକ ଆମେରିକାର ଅନେକ ସହରରେ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ କରିଥିଲେ। ୱାଶିଂଟନରେ କୌଣସି ଅଘଟଣ ଘଟିନାହିଁ । ଏହା ପୂର୍ବରୁ ବହୁ ସଂଖ୍ୟାରେ ବିକ୍ଷୋଭକାରୀ ହ୍ବାଇଟ ହାଉସ ବାହାରେ ରାସ୍ତାରେ ପ୍ରଦର୍ଶନ କରିଥିଲେ ।

ସୂଚନାଯୋଗ୍ୟ, ମେ 25 ରେ ଜଣେ କୃଷ୍ଣକାୟ ବ୍ୟକ୍ତି ଜର୍ଜ ଫ୍ଲୋଏଡଙ୍କ ପୋଲିସ୍ ହେପାଜତରେ ମୃତ୍ୟୁ ଘଟିଥିଲା, ଯାହା ପରେ ଆମେରିକାରେ ବିରୋଧ ହିଂସାତ୍ମକ ରୂପ ନେଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.