ETV Bharat / international

82,000 ରୁ ଅଧିକ କୋଭିଡ୍-19 ମାମଲାରେ ଚୀନକୁ ଅତିକ୍ରମ କଲା ଆମେରିକା - US overtakes China

କୋଭିଡ୍-19 ମାମଲାରେ ଆମେରିକା ବର୍ତ୍ତମାନ ଚୀନ୍କୁ ଅତିକ୍ରମ କରିଛି। ଅତି କମରେ 85,377 ଜଣଙ୍କ ମାରାତ୍ମକ କୋରୋନା ଭାଇରସ୍ ସଂକ୍ରମିତ ହୋଇଥିବା ଜଣାପଡିଛି। ଅଧିକ ଖବର ପଢନ୍ତୁ...

US overtakes China with over 82,000 coronavirus cases
82,000 ରୁ ଅଧିକ କୋଭିଡ୍-19 ମାମଲାରେ ଚୀନକୁ ଅତିକ୍ରମ କଲା ଆମେରିକା
author img

By

Published : Mar 27, 2020, 7:14 PM IST

ୱାଶିଂଟନ୍: ସାରା ବିଶ୍ୱରେ କୋଭିଡ୍-19 ମାମଲାରେ ଆମେରିକା ବର୍ତ୍ତମାନ ଚୀନ୍କୁ ଅତିକ୍ରମ କରିଛି। ଅତି କମରେ 85,377 ଜଣଙ୍କର ମାରାତ୍ମକ କୋରୋନା ଭାଇରସ୍ ସଂକ୍ରମିତ ହୋଇଥିବା ଜଣାପଡିଛି। ଏନେଇ ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟର ରିଅଲ୍ ଟାଇମ୍ କୋଭିଡ୍-19 ଟ୍ରାକରୁ ଗୁରୁବାର ଦିନ ତଥ୍ୟ ପ୍ରକାଶ କରିଛି।

82,000 ରୁ ଅଧିକ କୋଭିଡ୍-19 ମାମଲାରେ ଚାଇନାକୁ ଅତିକ୍ରମ କଲା ଆମେରିକା

ତେବେ ସୂଚନା ଥାଉକି, କୋରୋନା ଭାଇରସ୍ ମହାମାରୀ ଦ୍ୱାରା ପ୍ରଭାବିତ ହୋଇଥିବା ଲୋକଙ୍କୁ ଅନ୍ୟ ଦେଶମାନଙ୍କ ତୁଳନାରେ ଆମେରିକା ବିଭିନ୍ନ ସ୍ତରରେ ଉତ୍ତମ ଚିକିତ୍ସା ପ୍ରଦାନ କରୁଛି। ହେଲେ ଏହି ମହାମାରୀ ବର୍ତ୍ତମାନ ସେଠାରେ ନିଜର କାୟା ବିସ୍ତାର କରିବାରେ ଲାଗିଲାଣି।

"ବର୍ତ୍ତମାନ ଦେଶରେ 3,70,000 ଆକ୍ରାନ୍ତଙ୍କ ପରୀକ୍ଷା ସରିଯାଇଛି। ଗତ ଆଠ ଦିନରେ 2,20,000 ରୁ ଅଧିକ ଲୋକଙ୍କ ମଧ୍ୟରୁ ଅଧିକାଂଶ, ଯେଉଁମାନେ ଦକ୍ଷିଣ କୋରିଆରୁ ଆସିଥିବା ଆକ୍ରାନ୍ତ ରହିଛନ୍ତି। ଯଦିଓ ଆମେରିକା ଚୀନ୍‌ ଆକ୍ରାନ୍ତଙ୍କ ସଂଖ୍ୟାକୁ ଅତିକ୍ରମ କରିଛି, ତଥାପି ଦେଶରେ COVID-19 ସମ୍ବନ୍ଧୀୟ ମୃତ୍ୟୁ ସଂଖ୍ୟା ଚୀନ୍ ତୁଳନାରେ କମ୍ ରହିଛି। ଏବେ ସୁଦ୍ଧା 3,292 ଚୀନରେ ମୃତ୍ୟୁ ହୋଇଥିବା ବେଳେ 1,295 ଆମେରିକୀୟଙ୍କ ମୃତ୍ୟୁ ଘଟିଛି।

ସାଂଘାତିକ ଜୀବାଣୁ ବିସ୍ତାରକୁ ରୋକ ଲଗାଇବା ଆଶାରେ ସ୍କୁଲ ବନ୍ଦ, ରେସ୍ତୋରାଁ ଏବଂ ବାର ବନ୍ଦ ଥିବାରୁ ଅତି କମରେ 160 ନିୟୁତ ଆମେରିକୀୟଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ରିପୋର୍ଟରୁ ସୂଚନା ମିଳିଛି। ନ୍ୟୁୟର୍କ ସିଟି ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ସହର ମଧ୍ୟରେ ରହିଛି କାରଣ ସହରରେ ନିଶ୍ଚିତ ହୋଇଥିବା COVID-19 ମାମଲା 38,000 ରେ ପହଞ୍ଚିଛି ଏବଂ 281 ଜଣଙ୍କର ମୃତ୍ୟୁ ହୋଇଛି।

ବୁଧବାର ଦିନ ଆମେରିକାର ସିନେଟ ନେତା ତଥା ଟ୍ରମ୍ପ ପ୍ରଶାସନ କୋରୋନା ଭାଇରସ କୋପରୁ ଅର୍ଥନୀତିକୁ ଉଦ୍ଧାର କରିବା ପାଇଁ 2 ଟ୍ରିଲିୟନ ଡଲାର ପ୍ୟାକେଜ ସମ୍ପର୍କରେ ଏକ ଚୁକ୍ତି କରି କଂଗ୍ରେସର ଉଭୟ ଗୃହରୁ ଏହି ଆଇନକୁ ଶୀଘ୍ର ପାସ୍ କରିବା ପାଇଁ ରାସ୍ତା ପ୍ରସ୍ତୁତ କରିଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଅନୁଯାୟୀ, ସାରା ବିଶ୍ୱରେ କୋରୋନା ଭାଇରସ୍ ସମ୍ବନ୍ଧୀୟ ମୃତ୍ୟୁ ସଂଖ୍ୟା 20,000 ରୁ ଅଧିକ ହୋଇଛି।

ଗୁରୁବାର ଶେଷ ହୋଇଥିବା ଜି -20 ଶିଖର ସମ୍ମିଳନୀ COVID 19 ର ସାମାଜିକ, ଅର୍ଥନୀତିକ ଏବଂ ଆର୍ଥିକ ପ୍ରଭାବକୁ ପ୍ରତିହତ କରିବା ପାଇଁ ବିଶ୍ୱ ଅର୍ଥନୀତିରେ 5 ଟ୍ରିଲିୟନ ଡଲାରରୁ ଅଧିକ ଇଞ୍ଜେକ୍ସନ ଦେବାକୁ ପ୍ରତିଶୃତି ଦେଇଛି। ଯାହା ଅତି କମରେ 199 ଦେଶରେ ଲୋକଙ୍କୁ ପ୍ରଭାବିତ କରିଛି ଏବଂ 20,000 ରୁ ଅଧିକ ମୃତ୍ୟୁ ଘଟିଛି। ।

ଗୁରୁବାର ସୁଦ୍ଧା, ବିଶ୍ବରେ କୋରୋନା ଭାଇରସ୍ ସଂକ୍ରମଣର 4,62,684 ନିଶ୍ଚିତ ହୋଇଛି, 20,834 ରୋଗୀଙ୍କ ମୃତ୍ୟୁ ହୋଇଛି ବୋଲି WHO ତଥ୍ୟରୁ ଜଣାପଡିଛି। ମାର୍ଚ୍ଚ 11 ରେ, WHO କୋରୋନା ଭାଇରସ୍ ରୋଗକୁ ଏକ ମହାମାରୀ ଘୋଷଣା କରିଥିଲା ​​ଯାହା ବର୍ତ୍ତମାନ 199 ଦେଶ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ଚିହ୍ନଟ ହୋଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.