ଟେକ୍ସାସ : ‘କୋଭିଡ-19’ ପାର୍ଟିରେ ସାମିଲ ହୋଇ 30 ବର୍ଷୀୟ ଯୁବକଙ୍କ ମୃତ୍ୟୁ । ଜଣେ ସଂକ୍ରମିତ ବ୍ୟକ୍ତି ପାର୍ଟିର ଆୟୋଜନ କରିଥିଲେ । ଡାକ୍ତରଙ୍କ କହିବାନୁସାରେ, ଏହି ଯୁବ ଗୋଷ୍ଠୀ କୋରୋନାକୁ ପ୍ରତାରଣା ଭାବି ପାର୍ଟି ମନାଇଥିଲେ ।
ସାନ ଆଣ୍ଟୋନିଓରେ ଥିବା ମେଥୋଡିଷ୍ଟ ହସପିଟାଲର ମୁଖ୍ୟ ଚିକିତ୍ସା ଅଧିକାରୀ ଜେନ ଆପଲବୀ କହିଛନ୍ତି, ଆମେରିକାରେ କୋରୋନାରେ 1 ଲକ୍ଷ 35 ହାଜର ପାର କରିଛି । ତଥାପି ସେଠାକାର ଲୋକେ ଏହାକୁ ଗୁରୁତ୍ବର ସହ ନେଉ ନାହାଁନ୍ତି ।
ଏହି ଘଟଣାକୁ ନେଇ ରବିବାର ଦିନ ଆମେରିକାର ଗଣମାଧ୍ୟମ ଦ୍ୱାରା ପ୍ରସାରିତ ଏକ ଭିଡିଓରେ ଆପଲବି କହିଛନ୍ତି, “କେହି ଜଣେ ଏହି ରୋଗରେ ଆକ୍ରାନ୍ତ ହେବେ ଏବଂ ସେମାନଙ୍କ ସାଙ୍ଗମାନଙ୍କୁ ନିମନ୍ତ୍ରଣ କରି ଏକ ପାର୍ଟି ଆୟୋଜନ କରିବେ । ଯେଉଁଥିରେ ସେମାନେ ଦେଖିବାକୁ ଚାହୁଁଥିଲେ ସେମାନେ ଏହି ସଂକ୍ରମଣକୁ ମାତ ଦେଇପାରୁଛନ୍ତି ନା ନାହିଁ ।
ସେ ଆହୁରି କହିଥିଲେ, ଯେ ଗୋଟିଏ ଜିନିଷ ଯାହା ହୃଦୟ ବିଦାରକ ଥିଲା ତାହା ହେଉଛି ଉକ୍ତ ବ୍ୟକ୍ତି ଜଣକ ତାଙ୍କ ନର୍ସଙ୍କୁ କହିଥିଲେ, 'ଆପଣ ଜାଣନ୍ତି, ମୁଁ ଭାବୁଛି ମୁଁ ଭୁଲ୍ କରିଛି।' ଯୁବକମାନେ ସାଧାରଣତଃ ଅସୁସ୍ଥ ଅନୁଭବ କରିପାରନ୍ତି ନାହିଁ ବୋଲି ଆପଲବି କହିଛନ୍ତି ।