ETV Bharat / international

ଉହାନ ଲାବୋରଟୋରୀରୁ କୋରୋନା ବ୍ୟାପିଥିବା ସମ୍ଭାବନା: ଆମେରିକୀୟ ଗୁଇନ୍ଦା - US intelligence considers possibility of accidental escape of coronavirus

କୋରୋନା ଭାଇରସ (SARS-CoV-2)କୁ ଚୀନ ପ୍ରସ୍ତୁତ କରିଛି କି ନାହିଁ ତାହା ତଦନ୍ତ କରାଯାଉଥିବା କଥା ଆମେରିକାର ଏକ ଗୁପ୍ତଚର ସଂସ୍ଥା ବିଜ୍ଞପ୍ତି ଜାରି କରି କହିଛି । ଏହା ସହ ଉହାନ ଲାବୋରେଟୋରୀ କମ୍ପ୍ଲେକ୍ସରୁ ଏହି ଭୂତାଣୁ ଆସିଛି କି ନାହିଁ ତାହା ମଧ୍ୟ ଯାଞ୍ଚ କରାଯାଉଥିବା ସଂସ୍ଥା ପ୍ରକାଶ କରିଛି । ଅଧିକ ପଢନ୍ତୁ...

US intelligence considers possibility of accidental escape of coronavirus from Wuhan laboratories
ଉହାନ ଲାବୋରେଟୋରୀରୁ କୋରୋନା ବ୍ୟାପିଥିବା ସମ୍ଭାବନା: ଆମେରିକୀୟ ଗୁଇନ୍ଦା
author img

By

Published : May 2, 2020, 5:23 PM IST

ୱାଶିଂଟନ: କୋରୋନା ଭାଇରସ (SARS-CoV-2)କୁ ଚୀନ ପ୍ରସ୍ତୁତ କରିଛି କି ନାହିଁ ତାହା ତଦନ୍ତ କରାଯାଉଥିବା କଥା ଆମେରିକାର ଏକ ଗୁପ୍ତଚର ସଂସ୍ଥା ବିଜ୍ଞପ୍ତି ଜାରି କରି କହିଛି । ଏହା ସହ ଉହାନ ଲାବୋରେଟୋରୀ କମ୍ପ୍ଲେକ୍ସରୁ ଏହି ଭୂତାଣୁ ଆସିଛି କି ନାହିଁ ତାହା ମଧ୍ୟ ଯାଞ୍ଚ କରାଯାଉଥିବା ସଂସ୍ଥା ପ୍ରକାଶ କରିଛି ।

ନ୍ୟାସନାଲ ଇଣ୍ଟେଲିଜେନ୍ସ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, କୋରୋନା ଭାଇରସ ସଂକ୍ରମିତ ପଶୁମାନଙ୍କ ସହ ସଂସ୍ପର୍ଶ କିମ୍ବା ଆକସ୍ମିକ ଭାବେ ଉହାନ ଲାବରୋଟାରୀରୁ ସଂକ୍ରମିତ ହୋଇଛି ତାହା ଆମେ ପରୀକ୍ଷା କରୁଛୁ ।’ ଏହି କାମ ପାଇଁ ବିଶେଷଜ୍ଞମାନଙ୍କୁ ନିୟୋଜିତ କରି ଆମେରିକାର ଗୁପ୍ତଚର ବିଭାଗ ଏକ ପ୍ରାରମ୍ଭିକ ଉଦ୍ୟମ ଆରମ୍ଭ କରିଥିବା ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି ।

ବହୁ ବର୍ଷ ଧରି ଉହାନରେ ଏକ ବୈଜ୍ଞାନିକ ଦଳ ବାଦୁଡି ଓ ସେମାନଙ୍କ ଦ୍ବାରା ସୃଷ୍ଟ ଅଜବ ରୋଗର ଉଚ୍ଚସ୍ତରୀୟ ଅନୁସନ୍ଧାନରେ ନିୟୋଜିତ ଥିଲେ ବୋଲି ୱାଶିଂଟନ ପୋଷ୍ଟ ପ୍ରକାଶ କରିଛି । ଏହା ସହ ସେମାନେ ଉହାନରୁ ନମୁନା ସଂଗ୍ରହ କରି କେନ୍ଦ୍ରୀୟ ଚୀନର ଅତ୍ୟାଧୁନିକ ଲାବୋରେଟୋରୀକୁ ଫେରିଥିଲେ, ଯେଉଁଥିରେ ମଣିଷମାନଙ୍କ ମଧ୍ୟରେ ମାରାତ୍ମକ ରୋଗ ସୃଷ୍ଟିକାରୀ ପାଥୋଜେନ ରହିଥିଲା ।

ବାଦୁଡି ଭାଇରସ ଉପରେ ଚୀନର ପ୍ରମୁଖ ଆକର୍ଷଣ ରହିଥିବା ଏଥିରେ ଦର୍ଶାଯାଇଛି । 40ରୁ ଅଧିକ ପ୍ରକାଶିତ ଅନୁସନ୍ଧାନକାରୀ ରିପୋର୍ଟ ଓ ଶିକ୍ଷା ନିବନ୍ଧରେ ବାଦୁଡି ସଂପର୍କିତ ରୋଗକୁ ପ୍ରାଧାନ୍ୟ ଦିଆଯାଇଛି । ଯାହା ଚୀନର ବାଦୁଡି ସଂପର୍କିତ ବିଭିନ୍ନ ରୋଗ ଉପରେ ଉଚ୍ଚାଭିଳାଷକୁ ବର୍ଣ୍ଣନା କରିଛି ।

ଗୁପ୍ତଚର ବିଶେଷଜ୍ଞ ଓ ବୈଜ୍ଞାନିକମାନେ ଗବେଷଣାଗାରରୁ କୋରୋନା ଭାଇରସ ବ୍ୟାପିଥିବା ବିଶ୍ବାସ କରୁଥିବା ବେଳେ ବର୍ତ୍ତମାନ ସୁଦ୍ଧା ଏହାର ପ୍ରତ୍ୟକ୍ଷ ପ୍ରମାଣ କିଛି ମିଳିନଥିବା ଜଣାପଡିଛି । ଜନ ହପକିନ୍ସ ବିଶ୍ବବିଦ୍ୟାଳୟ ତଥ୍ୟ ଅନୁଯାୟୀ ଏହି ଭୂତାଣୁ ଏପର୍ଯ୍ୟନ୍ତ 3.2 ନିୟୁତରୁ ଅଧିକ ଲୋକଙ୍କୁ ସଂକ୍ରମିତ କରିଥିବା ବେଳେ 233,000 ଲୋକଙ୍କ ଜୀବନ ନେଇଛି ।

ୱାଶିଂଟନ ପୋଷ୍ଟ ଅନୁଯାୟୀ ଚୀନର ଅଧିକାରୀ ଓ ବୈଜ୍ଞାନିକମାନେ କୋରୋନା ମହାମାରୀ ଏବଂ ଦେଶର ଆଗ ଧାଡିର ଗବେଷଣା କେନ୍ଦ୍ର ଉହାନ ଇନଷ୍ଟିଚ୍ୟୁଟ ଅଫ୍ ଭାଇରୋଲୋଜି ମଧ୍ୟରେ କୌଣସି ସଂପର୍କକୁ ଅସ୍ବୀକାର କରିଛନ୍ତି । ଉଲ୍ଲେଖଯୋଗ୍ୟ ଉହାନ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲୋଜିରେ ଭୂତାଣୁ ପରୀକ୍ଷଣ ଓ ଗବେଷଣାର ଉଚ୍ଚସ୍ତରୀୟ ସୁବିଧା ରହିଛି ।

ୱାଶିଂଟନର ଅସ୍ତ୍ରଶସ୍ତ୍ର ନିୟନ୍ତ୍ରଣ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଲିନ କ୍ଲୋଟଜ କହିଛନ୍ତି ଯେ, ‘ଯଦିଓ ଏକ ପରୀକ୍ଷାଗାର ଯାନ୍ତ୍ରିକ ଭାବରେ ସୁରକ୍ଷିତ, ତେବେ ଆମେ ମାନବୀୟ ତ୍ରୁଟିକୁ ଏଡ଼ାଇ ପାରିବା ନାହିଁ । 70%ରୁ ଅଧିକ ମାମଲାରେ ମାନବଗତ କାରଣ ହିଁ ଦାୟୀ ହୋଇଥାଏ ବୋଲି ସେ ପ୍ରକାଶ କରିଛନ୍ତି ।

ଚୀନର ଗବେଷଣାଗାରଗୁଡିକରେ ଦୁର୍ଘଟଣାର କୌଣସି ରେକର୍ଡ ଉପଲବ୍ଧ ନଥିବା ବେଳେ ଗତବର୍ଷ ଚୀନର ଏକ ଗବେଷଣା ନିବନ୍ଧରେ ପାଥୋଜେନ ଅଧ୍ୟୟନ କରାଯାଉଥିବା ଉଚ୍ଚ ନିରାପତ୍ତା ଲାବୋରେଟୋରୀ ଗୁଡିକରେ ତାଲିମ ଏବଂ ପରିଚାଳନା ସହିତ ବ୍ୟାପକ ବ୍ୟବସ୍ଥିତ ତ୍ରୁଟି ବିଷୟରେ ବର୍ଣ୍ଣନା କରାଯାଇଥିଲା ।

ଅନେକ ଉଚ୍ଚସ୍ତରୀୟ ବିଏସଏଲ (ଜୈବିକ ନିରାପତ୍ତା ସ୍ତରର ଲ୍ୟାବ)ରେ ଗୁରୁତ୍ବପୂର୍ଣ୍ଣ ପ୍ରକ୍ରିୟା ପାଇଁ ପର୍ଯ୍ୟାପ୍ତ ପାଣ୍ଠି ନଥିବାରୁ ରକ୍ଷଣାବେକ୍ଷଣକୁ ସାଧାରଣତ ଅବହେଳା କରାଯାଇଥାଏ ବୋଲି ପତ୍ରିକା ଜର୍ଣ୍ଣାଲ ଅଫ ବାୟୋସେଫଟିଓ ବାୟୋସିକ୍ୟୁରିଟିରେ ଉଆନ ଜିମିଙ୍ଗଙ୍କ ଦ୍ବାରା ଲିଖିତ ଏକ ସନ୍ଦର୍ଭରେ ପ୍ରକାଶ କରାଯାଇଛି । ତେଣୁ ଅଧିକାଂଶ ପରୀକ୍ଷାଗାରରେ ଜୈବିକ ନିରାପତ୍ତା କମ ରହିଥାଏ ବୋଲି ଲିନ କ୍ଲୋଟଜ କହିଛନ୍ତି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.