ETV Bharat / international

ଋଷ-ବେଲାରୁଷକୁ ବିଳାସପୂର୍ଣ୍ଣ ସାମଗ୍ରୀ ରପ୍ତାନୀ କରିବନି ଆମେରିକା

ଯୁଦ୍ଧଖୋର୍ ଋଷ ଉପରେ ଆମେରିକାର ନୂଆ କଟକଣା । ଋଷ ଏବଂ ବେଲାରୁଷକୁ କୌଣସି ବିଳାସପୂର୍ଣ୍ଣ ସାମଗ୍ରୀ ରପ୍ତାନୀ କରିବନି ଆମେରିକା । ଅଧିକ ପଢନ୍ତୁ

ଋଷ୍-ବେଲାରୁଷକୁ ବିଳାସପୂର୍ଣ୍ଣ ସାମଗ୍ରୀ ରପ୍ତାନୀ କରିବନି ଆମେରିକା

author img

By

Published : Mar 12, 2022, 8:29 AM IST

ୱାସିଂଟନ: ଯୁଦ୍ଧଖୋର ଋଷ ଉପରେ ଆମେରିକାର ନୂଆ କଟକଣା । ଋଷ ଏବଂ ବେଲାରୁଷକୁ କୌଣସି ବିଳାସପୂର୍ଣ୍ଣ ସାମଗ୍ରୀ ରପ୍ତାନୀ କରିବନି ଆମେରିକା । ରପ୍ତାନୀ ବ୍ୟାନ କରିବା ସଙ୍ଗେ ସଙ୍ଗେ ଋଷରୁ ଆମଦାନୀ କରୁଥିବା ମାଦକଦ୍ରବ୍ୟ, ସି-ଫୁଡ୍ ଏବଂ ଅଣବ୍ୟବସାୟିକ ହୀରାକୁ ମଧ୍ୟ ଆମେରିକା ବ୍ୟାନ କରିଛି । ଶୁକ୍ରବାର ୟୁଏସ ବାଣିଜ୍ୟିକ ବିଭାଗର(US Department of Commerce) ରାଜ୍ୟ ମୁଖପାତ୍ର ନେଡ ପ୍ରାଇସ(Ned Price) ଏହି ସୂଚନା ଦେଇଛନ୍ତି ।

ନେଡ କହିଛନ୍ତି, ୟୁକ୍ରେନ ଉପରେ ଋଷ ଆକ୍ରମଣ ଜାରି ରଖିଥିବାରୁ ତା' ବିରୁଦ୍ଧରେ ଆର୍ଥିକ ପ୍ରତିବନ୍ଧକ ବଳବତ୍ତର ରହିବ । କୌଣସି କଟକଣା ଉପରେ ଋଷକୁ ଆଶ୍ବସ୍ତି ମିଳିବ ନାହିଁ । ଆମେମାନେ ୟୁକ୍ରେନ ସହ ଅଛୁ । ଯେପର୍ଯ୍ୟନ୍ତ ପୁଟିନ ନିଜ ସାମରିକ ଅପରେସନ ବନ୍ଦ କରିନାହନ୍ତି ସେ ଯାଏଁ ଋଷ ବିରୁଦ୍ଧରେ କଟକଣା ଜାରି ରହିବ । ଆମେରିକା ପୂର୍ବରୁ ୟୁରୋପୀୟ ସଂଘ ମଧ୍ୟ ଋଷକୁ ସେମାନଙ୍କ ବିଳାସପୂର୍ଣ୍ଣ ସାମଗ୍ରୀ ରପ୍ତାନୀ ବ୍ୟାନ କରିଥିଲେ ।

ୟୁରୋପୀୟ କମିଶନ ସଭାପତି କହିଥିଲେ, ଋଷର ଲୌହ ଏବଂ ଇସ୍ପାତ ସେକ୍ଟରର ପ୍ରମୁଖ ସାମଗ୍ରୀ ଆମଦାନୀକୁ ସେମାନେ ବନ୍ଦ କରିବେ । ଏଥିସହ ଏହାର ଏନର୍ଜି ସେକ୍ଟରରେ ପୁଞ୍ଜି ବିନିଯୋଗ ଉପରେ ମଧ୍ୟ କଟକଣା ଲାଗୁ କରିବେ । ଗତ ଗୁରୁବାର ଏବଂ ଶୁକ୍ରବାର ଦିନ ୟୁରୋପୀୟ ସଂଘ ନେତୃବୃନ୍ଦ ପରସ୍ପର ସହ ସାକ୍ଷାତ କରିବା ପରେ ଋଷ ଉପରେ ଏହି ତାଜା କଟକଣା ଲଗାଇବାକୁ ଘୋଷଣା କରିଛନ୍ତି ।

କହିରଖୁଛୁ କି, ୟୁକ୍ରେନ-ଋଷିଆ ଯୁଦ୍ଧ ଆରମ୍ଭ ପରଠୁ ଯୁଦ୍ଧ ବନ୍ଦ କରିବାକୁ ଋଷ ଉପରେ ପାଶ୍ଚତ୍ୟ ରାଷ୍ଟ୍ରଗୁଡିକ ଆର୍ଥିକ ଚାପ ପକାଉଛନ୍ତି । ଋଷିଆରୁ ବିଭିନ୍ନ ସାମଗ୍ରୀ ଆମଦାନୀ ଓ ରପ୍ତାନୀ ବ୍ୟାନ କରୁଛନ୍ତି । ଏପରିକି ସେଠାରେ କାରବାର କରୁଥିବା ବିଭିନ୍ନ ଆମେରିକୀୟ କମ୍ପାନୀଗୁଡିକ ନିଜ ବ୍ୟବସାୟ ବନ୍ଦ କରିବାକୁ ଘୋଷଣା କରିଛନ୍ତି । ମାତ୍ର ମାଳମାଳ ଆର୍ଥିକ କଟକଣା ସତ୍ତ୍ବେ ବି ଯୁଦ୍ଧରୁ ବିରତ ହେଉନାହାନ୍ତି ପୁଟିନ୍ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.