ETV Bharat / international

ଭାରତକୁ 500ମିଲିୟନ ମେଡିକାଲ ସହାୟତା ପ୍ରଦାନ କରିଛି ଆମେରିକା

author img

By

Published : May 20, 2021, 11:00 AM IST

ମହାମାରୀ ସହିତ ଏ ଯୁଦ୍ଧରେ ଆମେରିକା ଭାରତକୁ 500ମିଲିୟନର ସହାୟତ ପ୍ରଦାନ କରିଥିବା ବୁଧବାର ହ୍ବାଇଟ ହାଉସ ଏକ ବିବୃତ୍ତିରେ ପ୍ରକାଶ କରିଛି । ଅଧିକ ପଢନ୍ତୁ...

ଭାରତକୁ 500ମିଲିୟନ ମେଡିକାଲ ସହାୟତା ପ୍ରଦାନ କରିଛି ଆମେରିକା
ଭାରତକୁ 500ମିଲିୟନ ମେଡିକାଲ ସହାୟତା ପ୍ରଦାନ କରିଛି ଆମେରିକା

ୱାଶିଂଟନ: କୋରୋନାର ଏ ମହାଯୁଦ୍ଧରେ ଭାରତକୁ ଅନେକ ଦେଶ ସହାୟତାର ହାତ ବଢାଇଛି । ଆମେରିକା ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛି । ଏବେ ସୁଦ୍ଧା ମହାମାରୀ ପାଇଁ ଆମେରିକା ଭାରତକୁ 500ମିଲିୟନର ସହାୟତ ପ୍ରଦାନ କରିଥିବା ବୁଧବାର ହ୍ବାଇଟ ହାଉସ ଏକ ବିବୃତ୍ତିରେ ପ୍ରକାଶ କରିଛି । ଏହା ଅନ୍ୟ ଦେଶକୁ 80ମିଲିୟନ ଭ୍ୟାକ୍ସିନ ବଣ୍ଟନ କରିବାକୁ ଶୀଘ୍ର ନିଷ୍ପତ୍ତି ନେବ ବୋଲି କହିଛି ହ୍ବାଇଟ ହାଉସ ।

ଭାରତରେ ମହାମାରୀ ଯୁଦ୍ଧ ପାଇଁ ଏ ପର୍ଯ୍ୟନ୍ତ 500ମିଲିୟନର ସହାୟତା ପ୍ରଦାନ କରିଛି ଆମେରିକା । ଏହି ସହାୟତା ପ୍ରଦାନରେ ଆମେରିକା କମ୍ପାନୀ ଏବଂ ସଙ୍ଗଠନ ସହିତ ବେସାମରିକ ନାଗରିକଙ୍କର ଅବଦାନ ରହିଛି ବୋଲି କହିଛନ୍ତି ହ୍ବାଇଟ ହାଉସ ପ୍ରେସ ସଚିବ ଜେନ ପସାକି । ଏହି ମହାମାରୀ କବଳରେ ଥିବା ସାଉଥ ଏସିଆର ସମସ୍ତ ଦେଶକୁ ସହାୟତା ଯୋଗାଇ ଦେବାକୁ କାର୍ଯ୍ୟ କରୁଛି ବାଇଡେନ ପ୍ରଶାସନ । ଆମେ ବର୍ତ୍ତମାନ ସୁଦ୍ଧା ସାତଟି ବାୟୁ ପରିବହନ ସହିତ ସ୍ବାସ୍ଥ୍ଯ ଯୋଗାଣ, ଅମ୍ଳଜାନ ଯୋଗାଣ, 95 ମାସ୍କ ଓ ମେଡିସନ ଭାରତକୁ ଯୋଗାଇଛି ।

ହ୍ବାଇଟ ହାଉସ ପ୍ରେସ ସଚିବ ଆହୁରି କହିଛନ୍ତି, ମେଡିକାଲ ଉପକରଣକୁ ଛାଡି 80ମିଲିୟନର ଭ୍ୟାକ୍ସିନ ଅନ୍ୟ ଦେଶକୁ ପଠାଯାଇଛି । ସେଥିରୁ 60ମିଲିୟନ ଆଷ୍ଚ୍ରାଜେନେକା ଏବଂ 20ମିଲିୟନ ଅନ୍ୟ ଅନୁମୋଦିତ ଟୀକା ରହିଛି । ବର୍ତ୍ତମାନ ଏହା ଆନ୍ତରାଜ୍ୟ ପ୍ରକ୍ରିୟାରେ କାର୍ଯ୍ୟ କରୁଛି । ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଜେକେ ସଲିଭାନ୍ ଏବଂ ସ୍ୱରାଷ୍ଟ୍ର ବିଭାଗରୁ ଆସିଥିବା ଆନ୍ତରାଜ୍ୟ ଦଳ ଏହି ଟିକା ବଣ୍ଟନ ହେବ ସେ ନେଇ ଆଲୋଚନା ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.