ETV Bharat / international

ଆମେରିକାରେ ବ୍ୟାପକ ହେବ ଗଞ୍ଜେଇ ଚାଷ, ମିଳିଲା ଅନୁମତି

author img

By

Published : Nov 24, 2019, 12:18 PM IST

ଆମେରିକା ସରକାର ଗତ ମାସରେ ନେଇଛନ୍ତି ଏକ ବଡ ନିଷ୍ପତ୍ତି। ଆମେରିକାରେ ଗଞ୍ଜେଇ ଚାଷକୁ ମିଳିବ ଆଇନଗତ ସ୍ୱୀକୃତି। 2020 ସୁଦ୍ଧା ଏହି ବ୍ୟବସାୟକୁ ବ୍ୟାପକ କରାଯିବ। ଆଗକୁ ପଢନ୍ତୁ...

ଆମେରିକାରେ ଆଇନଗତ ହେବ ଗଞ୍ଜେଇ ଚାଷ

ୱାଶିଂଟନ: ଆମେରିକାରେ ଆନଇଗତ ହେଲା ଗଞ୍ଜେଇ ଚାଷ । ଏନେଇ ଗତମାସରେ ନିଆଯାଇଛି ନିଷ୍ପତ୍ତି । କାରଣ ଆମେରିକା ବିଶ୍ବର ସବୁଠୁ ଅଧିକ ଗଞ୍ଜେଇ ଚାଷ ହେଉଥିବା ଦେଶ । 2020 ସୁଦ୍ଧା ଆମେରିକାରର ଗଞ୍ଜେଇ ବ୍ୟବସାୟକୁ ଆହୁରି ବ୍ୟାପକ କରିବାର ଯୋଜନା ରହିଛି। ଏନେଇ ପାଇଲଟ ଯୋଜନା ଦ୍ବାରା ଚାଲିଛି ଚେଷ୍ଟା ।

ପୂର୍ବରୁ ଏହି ଚାଷ କରିବା ଖୁବ କଷ୍ଟସାଧ୍ୟ ଥିଲା । ଚାଷୀଙ୍କୁ ଅଧିକ ପରିଶ୍ରମ କରିବା ସହ କୌଣସି ଲାଭ ମିଳୁନଥିଲା। ହେଲେ ବର୍ତ୍ତମାନ ତାହା ପରିବର୍ତ୍ତିତ ହୋଇ ଲାଭରେ ପରିଣତ ହେଲାଣି । ଏହାସହ ଚାଷୀ ମଧ୍ୟ ନିଜ କାମ ପାଇଁ ଅନ୍ୟସ୍ଥାନରେ ପରିଚିତ ହେଲେଣି।

ଏହି ଆକର୍ଷକ ବଜାର 2025 ସୁଦ୍ଧା ବିଶ୍ୱସ୍ତରରେ ପାଞ୍ଚଗୁଣା ଅଧିକ ବୃଦ୍ଧି ହେବାର ଆଶା ରହିଛି। ଏହାକୁ ସ୍ବାସ୍ଥ୍ୟଗତ ସମସ୍ୟାରେ ମଧ୍ୟ ବ୍ୟବହାର କରାଯାଇପାରିବ । ମାନସିକ ଚିନ୍ତା ହ୍ରାସ, ଯନ୍ତ୍ରଣା ଏବଂ ନିଦ୍ରାଗତ ସମସ୍ୟାର ସମାଧାନ କରିବ ଏହି ଉତ୍ପାଦ । ଏହି ଚାଷ ଏବଂ ବ୍ୟବସାୟରେ ବୃଦ୍ଧି ପାଇଁ ଅନେକ ସ୍ଥାନରେ ପାଇଲଟ କାର୍ଯ୍ୟକ୍ରମ ଚାଲିଛି।

ଆମେରିକାରେ ପ୍ରଶସ୍ତ ହେବ ଗଞ୍ଜେଇ ଚାଷ

କିଥ ହେଗେନ, ଜଣେ ଓକିଲ ଏବଂ ତାଙ୍କ ସହ ଦୁଇ ଜଣ ଚାଷୀ ମିଶି ଥମ୍ବ କ୍ଷେତ୍ରରେ ଏକ ଫାର୍ମର ସ୍ଥାପନା କରିଥିଲେ । ମୋଟ ସେହି ରାଜ୍ୟରେ 340 ଏକରରେ ଚାଷ ହୋଇଥିଲା । 7 ହଜାର ଏକର ଜମିରେ ପନିପରିବା ଚାଷ କରାଯାଇଥିଲା । ଉଚ୍ଚ ଗୁଣବତ୍ତା ଥିବା ବୀଜ ମିଳିବା କରିବା ମୁସ୍କିଲ ଏବଂ ମହଙ୍ଗା । ଏହି ଚାଷର ବୃଦ୍ଧି କରିବା ଏକ ଚ୍ୟାଲେଞ୍ଜ ବୋଲି କହିଛନ୍ତି ଏକ ମାର୍କେଟିଂ କମ୍ପାନୀର ମାଲିକ ଡେବ କ୍ରାବିଲ । ଶହେରୁ ଅଧିକ ଚାଷୀ ଏବେ ମିଚିଗାନରେ ଚାଷ କରିଛନ୍ତି।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.