ETV Bharat / international

ଆମେରିକା ନିର୍ବାଚନ: ବହୁମତଠୁ 6 ଭୋଟ ଦୂରରେ ବିଡେନ, ବାଜି ପଲଟାଇବେ କି ଟ୍ରମ୍ପ ?

ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଜିତିବେ କି ବିଡେନ ? ନା ବାଜି ପଲଟାଇବେ ଟ୍ରମ୍ପ । ପଢନ୍ତୁ, କଣ ରହିଛି ସମୀକରଣ...

author img

By

Published : Nov 5, 2020, 5:08 PM IST

ଆମେରିକା ନିର୍ବାଚନ: ବହୁମତ ଠାରୁ 6 ଭୋଟ ଦୂରରେ ବିଡେନ, ବାଜି ପଲଟାଇବେ କି ଟ୍ରମ୍ପ?

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଜାରି ରହିଛି ଭୋଟ ଗଣତି । ଉଭୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ପ୍ରତିଦ୍ବନ୍ଦ୍ବୀ ଡେମୋକ୍ରାଟିକ ପ୍ରାର୍ଟି ପ୍ରାର୍ଥୀ ଜୋ ବିଡେନ ଉଭୟ ପରସ୍ପରଙ୍କୁ କଡା ଟକ୍କର ଦେଉଛନ୍ତି । ପୂର୍ବରୁ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ କେବେହେଲେ ଏପରି ସସପେନ୍ସ ଉପୁଜିନଥିଲା । ବର୍ତ୍ତମାନସୁଦ୍ଧା ବିଜୟ ଠୁ ମାତ୍ର କେଇ ପାଦ ଦୂରରେ ଅଛନ୍ତି ଡେମୋକ୍ରାଟିକ ପାର୍ଟି ପ୍ରାର୍ଥୀ ବିଡେନ ।

ଇଲେକ୍ଟୋରାଲ ଭୋଟରେ ବହୁମତ ଠାରୁ ମାତ୍ର 6ଟି ଭୋଟ ଦୂରରେ ଅଛନ୍ତି ବିଡେନ । ହେଲେ ଏବେ ବି କିଛି ରାଜ୍ୟରେ ଆଗରେ ଅଛନ୍ତି ରାଷ୍ଟ୍ରପତି ଟ୍ରମ୍ପ । ଯଦି ସମୀକରଣକୁ ଲକ୍ଷ୍ୟ କରିବା, ତାହେଲେ ଶେଷରେ ଏପରି କିଛି ସ୍ଥିତି ଉପୁଜିପାରେ ଯେଉଁଥିରେ ଟ୍ରମ୍ପ ବହୁମତର ମ୍ୟାଜିକ୍ ନମ୍ବରକୁ ପାର କରିଯିବା ନେଇ ସମ୍ଭାବନା ରହିଛି ।

ବର୍ତ୍ତମାନ ଜୋ ବିଡେନଙ୍କୁ ମୋଟ 264 ଟି ଭୋଟ ମିଳିଥିବାବେଳେ ଡୋନାଲ୍ଡ ଟ୍ରମ୍ପ ମୋଟ 214 ଭୋଟ ପାଇଛନ୍ତି । ଅର୍ଥାତ ସଂଖ୍ୟାଗରିଷ୍ଠତା ପାଇଁ ଜୋ ବିଡେନଙ୍କୁ ମାତ୍ର 6 ଭୋଟ ଏବଂ ଡୋନାଲ୍ଡ ଟ୍ରମ୍ପଙ୍କୁ 56 ଭୋଟର ଆବଶ୍ୟକତା ରହିଛି ।

ବର୍ତ୍ତମାନ ଆମେରିକାର 5ଟି ରାଜ୍ୟରେ ଜାରି ରହିଛି ଭୋଟିଂ । ଏଥିମଧ୍ୟରୁ ଅଧିକାଂଶ ରାଜ୍ୟରେ ଆଗରେ ଅଛନ୍ତି ଟ୍ରମ୍ପ । ଏପରିସ୍ଥିତିରେ ଏହି ରାଜ୍ୟଗୁଡିକର ଭୋଟ ଯଦି ଟ୍ରମ୍ପଙ୍କ ପକ୍ଷରେ ଆସିଯାଏ, ତାହେଲେ ସେ ଏହି ନିର୍ବାଚନରେ ସହଜରେ ବିଜୟ ହାସଲ କରିବେ ।

  • ପେନସିଲଭାନିଆ - 20 ଭୋଟ - ଡୋନାଲ୍ଡ ଟ୍ରମ୍ପ ଆଗରେ
  • ଉତ୍ତର କାରୋଲିନା - 15 ଭୋଟ - ଡୋନାଲ୍ଡ ଟ୍ରମ୍ପ ଆଗରେ
  • ଜର୍ଜିଆ - 16 ଭୋଟ୍ - ଡୋନାଲ୍ଡ ଟ୍ରମ୍ପ ଆଗରେ
  • ଆଲାସ୍କା - 3 ଭୋଟ୍ - ଡୋନାଲ୍ଡ ଟ୍ରମ୍ପ ଆଗରେ
  • ନେଭାଦା - 6 ଭୋଟ - ଜୋ ବିଡେନ ଆଗରେ

ଏପରିସ୍ଥିତିରେ ଫ୍ଲିପ୍‌ ରାଜ୍ୟଗୁଡିକ ହିଁ ଟ୍ରମ୍ପଙ୍କ ଭାଗ୍ୟ ନିର୍ଦ୍ଧାରଣ କରିପାରିବେ । ଅର୍ଥାତ ଟ୍ରମ୍ପ ଯଦି ନେଭାଦାରେ ବିଜୟ ହାସଲ କରିନିଅନ୍ତି, ତାହେଲେ ବହୁମତ ତାଙ୍କ ପକ୍ଷରେ ଯିବାର ଯଥେଷ୍ଟ ସମ୍ଭାବନା ରହିଛି । ନେଭାଦାରେ ବର୍ତ୍ତମାନସୁଦ୍ଧା 75 ପ୍ରତିଶତ ଭୋଟ ଗଣତି ହୋଇଛି ।

ଏହା ପୂର୍ବରୁ ମିଚିଗାନରେ ମଧ୍ୟ ଏପରି ସ୍ଥିତି ଉପୁଜିଥିଲା । ଏଠାରେ ପ୍ରଥମେ ଟ୍ରମ୍ପ ବିଜୟ ହାସଲ କରିବା ଉପରେ ଥିଲେ । ହେଲେ ଶେଷରେ ପରିଣାମ ବିଡନଙ୍କ ପକ୍ଷରେ ଯାଇଥିଲା । ତେବେ ଶେଷ ଭୋଟ ଗଣତି ପର୍ଯ୍ୟନ୍ତ ଆମେରିକାର ରାଷ୍ଟ୍ରପତି ମୁକୁଟ କିଏ ପିନ୍ଧିବେ ତାହା ଆକଳନ କରିବା ଏବେ ସମ୍ଭବ ନୁହେଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.