ETV Bharat / international

ଜର୍ଜିଆ ପରେ ଟ୍ରମ୍ପଙ୍କ ହାତରୁ ଖସିଲା ପେନସିଲଭାନିଆ, ବିଜୟ ଠାରୁ ପାଦେ ଦୂରରେ ବିଡେନ

ଜର୍ଜିଆ ପରେ ଏବେ ପେନସିଲଭାନିଆ ମଧ୍ୟ ଟ୍ରମ୍ପଙ୍କ ହାତରୁ ଖସିଯାଇଛି । ନିର୍ବାଚନ ବିଶେଷଜ୍ଞଙ୍କ ଅନୁଯାୟୀ ପେନସିଲଭାନିଆରେ ବିଡେନ ଏବେ ବହୁ ଭୋଟରେ ଆଗରେ ଅଛନ୍ତି । ଅଧିକ ପଢନ୍ତୁ...

author img

By

Published : Nov 6, 2020, 10:04 PM IST

ଜର୍ଜିଆ ପରେ ଟ୍ରମ୍ପଙ୍କ ହାତରୁ ଖସିଲା ପେନସିଲଭାନିଆ, ବିଜୟ ଠାରୁ ପାଦେ ଦୂରରେ ବିଡେନ
ଜର୍ଜିଆ ପରେ ଟ୍ରମ୍ପଙ୍କ ହାତରୁ ଖସିଲା ପେନସିଲଭାନିଆ, ବିଜୟ ଠାରୁ ପାଦେ ଦୂରରେ ବିଡେନ

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ନିର୍ବାଚନର ଭୋଟ ଗଣତି ବେଶ ରୋଚକ ସ୍ଥିତିରେ ରହିଛି । ଉଭୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଡେମୋକ୍ରାଟ ପାର୍ଟି ପ୍ରାର୍ଥୀ ଜୋ ବିଡେନ ପରସ୍ପରକୁ ଦେଉଛନ୍ତି ଟକ୍କର । ତେବେ ଏହି ମଧ୍ୟରେ ଜର୍ଜିଆ ପରେ ଏବେ ପେନସିଲଭାନିଆ ମଧ୍ୟ ଟ୍ରମ୍ପଙ୍କ ହାତରୁ ଖସିଯାଇଛି ।

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟ୍ବିଟ
ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟ୍ବିଟ

ନିର୍ବାଚନ ବିଶେଷଜ୍ଞଙ୍କ ଅନୁଯାୟୀ ପେନସିଲଭାନିଆରେ ବିଡେନ ଏବେ ବହୁ ଭୋଟରେ ଆଗରେ ଅଛନ୍ତି । ଏହି ବିଜୟ ତାଙ୍କର ରାଷ୍ଟ୍ରପତି ହେବା ପାଇଁ ନିର୍ଣ୍ଣାୟକ ପ୍ରମାଣିତ ହେବ । ସେ ଆମେରିକାର ରାଷ୍ଟ୍ରପତି ହେବାଠାରୁ ମାତ୍ର ଗୋଟିଏ ପାଦ ଦୂରରେ ଥିବା ଜଣାପଡିଛି ।

ଆମେରିକାର ନ୍ୟୁଜ ନେଟୱାର୍କ ଅନୁଯାୟୀ ଜର୍ଜିଆ ପରେ ପେନସିଲଭାନିଆରେ ମଧ୍ୟ ଟ୍ରମ୍ପଙ୍କୁ ପଛରେ ପକାଇ ଆଗେଇ ଯାଇଛନ୍ତି ବିଡେନ । ପେନସିଲଭାନିଆରେ ପ୍ରାୟ 97 ପ୍ରତିଶତ ବାଲାଟ ପେପର ଗଣନା ସରିଲାଣି । ଏଠାରେ ବିଡେନ କ୍ରମାଗତ ଭାବରେ ଲିଡରେ ଅଛନ୍ତି । ପେନସିଲଭାନିଆରେ 20 ଇଲେକ୍ଟୋରାଲ ଭୋଟ ରହିଛି ।

ପେନସିଲଭାନିଆରେ ବିଡେନଙ୍କ ଠାରୁ ପଛରେ ପଡିବା ପରେ ବିକ୍ଷୋଭ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଡୋନାଲ୍ଡ ଟ୍ରମ୍ପ ଟ୍ବିଟ କରି କହିଛନ୍ତି ଯେ ନିର୍ବାଚନରେ ​​ସଚ୍ଚୋଟତା ବିଷୟରେ ଫିଲାଡେଲଫିଆର ଇତିହାସ ଅତ୍ୟନ୍ତ ଖରାପ ରହିଛି । ଫିଲାଡେଲଫିଆର ମେଲ ବାଲାଟ ବିଡେନଙ୍କୁ ପେନସିଲଭାନିଆରେ 5000ରୁ ଅଧିକ ଭୋଟ ଦେଇ ଏକ ଦୃଢ ସ୍ଥିତିକୁ ନେଇ ଆସିଥିଲା । ତେବେ ଶେଷରେ ଏଠାରେ ମଧ୍ୟ ପଛରେ ପଡିଯାଇଛନ୍ତି ଟ୍ରମ୍ପ ।

4ଟି ଗୁରୁତ୍ବପୂର୍ଣ୍ଣ ରାଜ୍ୟରେ ବିଡେନ ଟ୍ରମ୍ପଙ୍କଠାରୁ ଆଗରେ ଅଛନ୍ତି। ଜର୍ଜିଆରେ ବିଡେନ 1097 ଭୋଟ, ପେନସିଲଭାନିଆରେ 5,587 ଭୋଟ, ନେଭାଦାରେ 11,438 ଭୋଟ ଏବଂ ଆରିଜୋନାରେ 47, 052 ଭୋଟରେ ଆଗୁଆ ଅଛନ୍ତି ଜୋ ବିଡେନ । ତେବେ ଯଦି ପେନସିଲଭାନିଆରେ ମଧ୍ୟ ବିଡେନଙ୍କୁ ବିଜୟ ହାସଲ ହେବ, ତାହେଲେ କେବଳ ନେଭାଦା ହିଁ ଟ୍ରମ୍ପଙ୍କ ପାଇଁ ଶେଷ ଆଶା ବୋଲି ଅନୁମାନ କରାଯାଇପାରେ । ଅନ୍ୟପକ୍ଷେ ଶେଷ ଭୋଟ ଗଣନା ପର୍ଯ୍ୟନ୍ତ ଆମେରିକାର ରାଷ୍ଟ୍ରପତି କିଏ ହେବ ତାହା ଆକଳନ କରିବା ଏବେ ସମ୍ଭବ ନୁହେଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.