ETV Bharat / international

ଚୀନ ବିରୋଧରେ ଚାଲିଛି କଠୋର ଅନୁସନ୍ଧାନ: ଟ୍ରମ୍ପ

କୋରୋନା ଭାଇରସ ବିସ୍ତାର ପଛରେ ଚୀନର ଚକ୍ରାନ୍ତ ଓ ଷଡଯନ୍ତ୍ର ଥିବା ନେଇ ବାରମ୍ବାର ବୟାନ ବାଜି କରୁଛନ୍ତି ରାଷ୍ଟ୍ରପତି ଟ୍ରମ୍ପ । ଚୀନ ବିରୁଦ୍ଧରେ ନିଜର ସ୍ବରକୁ ଦିନକୁ ଦିନ ଅଧିକ ଶାଣିତ କରୁଛନ୍ତି ଆମେରିକା ରାଷ୍ଟ୍ରପତି । ଏପରିସ୍ଥଳେ ମଙ୍ଗଳବାର ଏକ ବୟାନରେ ଟ୍ରମ୍ପ କଡା ଆଭିମୁଖ୍ୟ ଦର୍ଶାଇଛନ୍ତି । ସେ କହିଛନ୍ତି ଚୀନ ବିରୋଧରେ ଆମେରିକା ଏକ ଗୁରୁତ୍ବପୂର୍ଣ୍ଣ ଓ ନିହାତି କଠୋରତାପୂର୍ଣ୍ଣ ତଦନ୍ତ ଜାରି ରଖିଛି । ଅଧିକ ପଢନ୍ତୁ...

ଫାଇଲ ଫଟୋ
ଫାଇଲ ଫଟୋ
author img

By

Published : Apr 28, 2020, 5:41 PM IST

ୱାଶିଂଟନ: ଗୋଟିଏ ପଟେ କୋରୋନା ବିରୋଧରେ ଯୁଦ୍ଧ, ଅନ୍ୟପଟେ କୋରୋନାକୁ ନେଇ ଚୀନ ଓ ଆମେରିକା ମଧ୍ୟରେ ବିବାଦ । କୋରୋନା ଭାଇରସକୁ ନେଇ ଆମେରିକା ଓ ଚୀନ ମଧ୍ୟରେ ବର୍ତ୍ତମାନ ବାକ ଯୁଦ୍ଧ ଜାରି ରହିଛି । କୋରୋନା ଭାଇରସ ବିସ୍ତାର ପଛରେ ଚୀନର ଚକ୍ରାନ୍ତ ଓ ଷଡଯନ୍ତ୍ର ଥିବା ନେଇ ବାରମ୍ବାର ବୟାନ ବାଜି କରୁଛନ୍ତି ରାଷ୍ଟ୍ରପତି ଟ୍ରମ୍ପ । ଚୀନ ବିରୁଦ୍ଧରେ ନିଜର ସ୍ବରକୁ ଦିନକୁ ଦିନ ଅଧିକ ଶାଣିତ କରୁଛନ୍ତି ଆମେରିକା ରାଷ୍ଟ୍ରପତି । ଏପରିସ୍ଥଳେ ମଙ୍ଗଳବାର ଏକ ବୟାନରେ ଟ୍ରମ୍ପ କଡା ଆଭିମୁଖ୍ୟ ଦର୍ଶାଇଛନ୍ତି । ସେ କହିଛନ୍ତି ଚୀନ ବିରୋଧରେ ଆମେରିକା ଏକ ଗୁରୁତ୍ବପୂର୍ଣ୍ଣ ଓ ନିହାତି କଠୋରତାପୂର୍ଣ୍ଣ ତଦନ୍ତ ଜାରି ରଖିଛି ।

ଚୀନ ବିରୋଧରେ ଆମେରିକା ଏକ “ଗୁରୁତର” ଅନୁସନ୍ଧାନ କରୁଛି ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି । ଏହାସହ ସେ କୋରୋନା କ୍ଷତିପୂରଣ ସ୍ବରୁପ ଜର୍ମାନୀ ଚୀନ ଠାରୁ 130 ବିଲିୟନ ୟୁରୋ ଦାବି ରଖିଛି । ଏହା ତୁଳନାରେ ୱାଶିଂଟନ ବେଜିଂରୁ କ୍ଷତିପୂରଣ ହିସାବରେ ଏହାର ଅନେକ ଗୁଣା ଅର୍ଥରାଶି ଦାବି କରିବ ।

କୋଭିଡ -19 ମହାମାରୀ ଉପରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଟ୍ରମ୍ପଙ୍କ କହିଛନ୍ତି ଯେ ଆମେ ଚୀନ ଉପରେ ଖୁସି ନାହୁଁ, ଆମେ ପୁରା ପରିସ୍ଥିତିରେ ଖୁସି ନାହୁଁ ।, ଏହାକୁ ବିଶ୍ବସାରା ବ୍ୟାପିବାକୁ ରୋକାଯାଇପାରିଥାନ୍ତା । ଯଦି ଶୀଘ୍ର ଏହାକୁ ନେଇ ସ୍ପଷ୍ଟ ତଥ୍ୟ ମିଳିପରିଥାନ୍ତା ତେବେ ଆଜି ବିଶ୍ବକୁ ଏଭଳି ଦିନ ଦେଖିବାକୁ ପଡିନଥାନ୍ତା ।

ନଭେମ୍ବର ମଧ୍ୟଭାଗରେ ଚୀନରେ ସୃଷ୍ଟି ହୋଇଥିବା ଏହି ମାରାତ୍ମକ ଭାଇରସ ବର୍ତ୍ତମାନ ସୁଦ୍ଧା ଦୁଇ ଲକ୍ଷରୁ ଅଧିକ ଲୋକଙ୍କ ପ୍ରାଣ ନେଇସାାରିଲାଣି । ବିଶ୍ବରେ 30 ଲକ୍ଷରୁ ଅଧିକ ଲୋକଙ୍କୁ ସଂକ୍ରମିତ ରହିଛନ୍ତି । ସେମାନଙ୍କ ମଧ୍ୟରୁ ସର୍ବାଧିକ ସଂଖ୍ୟା ଆମେରିକାରେ ରହିଛି । ଆମେରିକାରେ 56,000 ରୁ ଅଧିକ ମୃତ୍ୟୁ ଏବଂ 10 ଲକ୍ଷରୁ ଅଧିକ ସଂକ୍ରମିତ ହୋଇଛନ୍ତି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.