ETV Bharat / international

କୋରୋନାରେ ଟଳମଳ ଆମେରିକା, ଏପଟେ ଖୁବଶୀଘ୍ର ପରମାଣୁ ପରୀକ୍ଷଣ !

author img

By

Published : May 23, 2020, 1:28 PM IST

ପୁଣି ଅଣ୍ଟାସଳଖୁଛି ଆମେରିକା। ମହାମାରୀର ମହାସଙ୍କଟରୁ ବାହାରି ବିଶ୍ବରେ ନିଜର ଦବଦବା ରଖିବା ଚେଷ୍ଟା କରୁଛି। 1992 ରୁ ଏବେ ସୁଦ୍ଧା ଦେଶରେ ଗୋଟିଏ ବି ଆଣବିକ ପରୀକ୍ଷଣ ହୋଇନଥିବା ବେଳେ 2020ରେ ଟ୍ରମ୍ପ ପ୍ରଶାସନ ସମୟରେ ପ୍ରଥମ ନ୍ୟୁକ୍ଲିୟାର ଟେଷ୍ଟ କରାଯିବାକୁ ବୈଠକ ଅନୁଷ୍ଠିତ ହୋଇଛି। ଅଧିକ ଖବର ପଢନ୍ତୁ...

ଦଶନ୍ଧିର ପ୍ରଥମ ଆଣବିକ ପରୀକ୍ଷଣ କରିବାକୁ ପ୍ରସ୍ତୁତ ହେଉଛି ଆମେରିକା

ୱାସିଂଟନ୍: ଆମେରିକାରେ କୋରୋନାର କଳା ବାଦଲ। ତଥାପି ବିଶ୍ବର ଏହି ଶକ୍ତିଶାଳୀ ରାଷ୍ଟ୍ର ଭାଙ୍ଗି ପଡିନାହିଁ। ଅଗ୍ରଗତୀର ଦିଗରେ ପୁଣି ଅଣ୍ଟାଭିଡି ନିଜର ସ୍ଥାନ ବଜାୟ ରଖିବାକୁ ପ୍ରଚେଷ୍ଟା ଚଳାଇଛି। 2020 ମସିହାରେ ଦେଶ ପରମାଣୁ ପରୀକ୍ଷଣ କରିବ କି ନାହିଁ ସେନେଇ ଆଲୋଚନା କରିଛି।

ତେବେ ଜାତୀୟ ସୁରକ୍ଷା ଏଜେନ୍ସିର ପ୍ରତିନିଧିତ୍ୱ କରୁଥିବା ବରିଷ୍ଠ ଅଧିକାରୀଙ୍କ ଏକ ବୈଠକରେ ଏହି ପ୍ରସଙ୍ଗ ଉଠିଛି। ଯଦି ଏହି ପରୀକ୍ଷଣ କରାଯାଏ ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ କ୍ଷେତ୍ରରେ ଏହା 1992 ପରେ ପ୍ରଥମ ପରମାଣୁ ପରୀକ୍ଷଣ କରାଯିବ।

ଏହି ବୈଠକରେ ଦ୍ରୁତ ପରମାଣୁ ପରୀକ୍ଷଣ ପାଇଁ ଆଲୋଚନା କରାଯାଇଛି। ଏହାସହ ବିଭିନ୍ନ ଦୃଷ୍ଟିକୋଣରୁ ଆମେରିକା ପାଇଁ ଉପଯୋଗୀ ହୋଇପାରିବ ସେନେଇ ପ୍ରସ୍ତାବ ଦିଆଯାଇଛି। ବୃହତ୍ତମ ଆଣବିକ ଶକ୍ତିର ଅସ୍ତ୍ରଶସ୍ତ୍ରକୁ ନିୟନ୍ତ୍ରଣ କରିବା ପାଇଁ ୱାଶିଂଟନ୍ ଏକ ତ୍ରିପାକ୍ଷିକ ଚୁକ୍ତି ଚାହୁଁଛି, ତଥାପି ପରମାଣୁ ପରୀକ୍ଷଣ ପାଇଁ କୈଣସି ଚୁକ୍ତିନାମା ସହିତ ବୈଠକ ଶେଷ ହୋଇନାହିଁ।

ସୂଚନା ଥାଉକି, ରଷ ଏବଂ ଚୀନ ଦ୍ବାରା ଧମକପୂର୍ଣ୍ଣ ବାର୍ତ୍ତା ପାଇବା ପରେ ପରମାଣୁ ପରୀକ୍ଷଣକୁ ପୁନଃ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି ଆମେରିକା। ହେଲେ ଏହି ରିପୋର୍ଟ ଉପରେ ଆମେରିକାର ଅଧିକାରୀମାନେ କିଛି ମନ୍ତବ୍ୟ ଦେଇନାହାଁନ୍ତି।

ସେପ୍ଟେମ୍ବର 1992 ପରଠାରୁ ଆମେରିକା ଆଣବିକ ପରୀକ୍ଷଣ କରି ନାହିଁ। ଆଉ ବର୍ତ୍ତମାନ ଏହି ଆଣବିକ ପରୀକ୍ଷଣ ଭୟଙ୍କର ପରିଣାମ ହୋଇପାରେ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

ଏହି ଆଣବିକ ପରୀକ୍ଷଣ ପାଇଁ 30 ବର୍ଷ ପୁରୁଣା ଏକ ଚୁକ୍ତି 2002 ମସିହାରେ କାର୍ଯ୍ୟକାରୀ ହୋଇଥିଲା। ବିଚାର ବିମର୍ଶ ସହ ଟ୍ରମ୍ପ ପ୍ରଶାସନ ଖୋଲା ଆକାଶରେ ପରୀକ୍ଷଣର ନିଷ୍ପତ୍ତିର ନେଇଥିବା ଜଣାପଡିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.