ETV Bharat / international

କୋଭିଡ୍ ଲଢେଇରେ ଭାରତ ସହ ସହଭାଗିତା କରିବାକୁ ପ୍ରତିଶୃତିବଦ୍ଧ ଆମେରିକା - covid-19

ମହାମାରୀ ସମୟରେ ଆମେରିକାର ମହାନତା। ସାରା ବିଶ୍ବ କୋରୋନା ଭାଇରସ ସହ ଲଢୁଥିବା ବେଳେ ଭାରତର ସ୍ଥିତି ଗମ୍ଭୀର। ଏଭଳି ସ୍ଥିତିରେ ଭାରତ ସହ ସହଭାଗିତା କରି ସାହାଯ୍ୟ କରିବାକୁ ଆଗେଇ ଆସିଛି ଆମେରିକା।

କୋରୋନା ଲଢେଇରେ ଭାରତ ସହ ସହଭାଗିତା କରିବାକୁ ଆମେରିକା ପ୍ରତିଶୃତିବଦ୍ଧ

author img

By

Published : Jun 17, 2020, 9:04 AM IST

ୱାସିଂଟନ୍: ମହାମାରୀ ସମୟରେ ଆମେରିକାର ମହାନତା। ସାରା ବିଶ୍ବ କୋରୋନା ଭାଇରସ ସହ ଲଢୁଥିବା ବେଳେ ଭାରତର ସ୍ଥିତି ଗମ୍ଭୀର। ଏଭଳି ସ୍ଥିତିରେ ଭାରତ ସହ ସହଭାଗିତା କରି ସାହାଯ୍ୟ କରିବାକୁ ଆଗେଇ ଆସିଛି ଆମେରିକା। ଦେଶ ମଙ୍ଗଳବାର କହିଛି ଯେ, ଏଠାରେ ଉତ୍ପାଦିତ 100 ଭେଣ୍ଟିଲେଟର ପ୍ରଥମ ଥର ପାଇଁ ପଠାଇବା ପରେ କୋରୋନା ମହାମାରୀ ବିରୋଧରେ ଲଢେଇରେ ଭାରତ ସହ ସହଭାଗିତା କରିବାକୁ ପ୍ରତିଶୃତିବଦ୍ଧ।

“କୋଭିଡ୍ 19 ବିରୋଧରେ ଲଢିବାକୁ ଯୁକ୍ତରାଷ୍ଟ୍ରରେ ଉତ୍ପାଦିତ 100 ଭେଣ୍ଟିଲେଟରର ପ୍ରଥମ ପରିବହନ ବୁଧବାର ଭାରତରେ ପହଞ୍ଚିଛି । ଏହି ଭେଣ୍ଟିଲେଟରଗୁଡ଼ିକ ସମଗ୍ର ଭାରତୀୟଙ୍କୁ ଚିକିତ୍ସା କ୍ଷେତ୍ରରେ ସାହାଯ୍ୟ ସହ ମହାମାରୀ କବଳରୁ ରକ୍ଷା କରିବ। ଏନେଇ ଆମେରିକା ବୈଦେଶିକ ବିଭାଗ ମୁଖପାତ୍ର ମୋର୍ଗାନ ଅର୍ଟାଗସ ଟ୍ୱିଟ କରିଛନ୍ତି।

ଆମେରିକାର ରାଷ୍ଟ୍ରଦୂତ କେନେଥ ଜଷ୍ଟର ଏଠାରେ ଥିବା ଆଇଆରସିଏସ ଜାତୀୟ ମୁଖ୍ୟାଳୟରେ ଆମେରିକାର ରେଡକ୍ରସ ସୋସାଇଟିକୁ ଆମେରିକା ଏଜେନ୍ସି ଫର୍ ଇଣ୍ଟରନ୍ୟାସନାଲ ଡେଭଲପମେଣ୍ଟ (USAID) ରୁ 100 ଟି ଭେଣ୍ଟିଲେଟର ହସ୍ତାନ୍ତର କରିଛନ୍ତି।

କୋଭିଡ୍ 19 ବିରୋଧରେ ଲଢେଇରେ ବହୁ ପ୍ରତୀକ୍ଷିତ ଭେଣ୍ଟିଲେଟରକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରତିଶ୍ରୁତି ଅନୁଯାୟୀ କୋରୋନାଭାଇରସ୍ ରୋଗୀଙ୍କ ଚିକିତ୍ସା ପାଇଁ ଭାରତ ହସ୍ତାନ୍ତର କରାଯାଇଥିଲା। ସୋମବାର ଦିନ ଆସିଥିବା ଭେଣ୍ଟିଲେଟରଗୁଡିକ ଉଚ୍ଚ ଟେକ୍ନୋଲୋଜି ଜୋଲ୍ ଆମେରିକୀୟ ଫାର୍ମ ଦ୍ୱାରା ନିର୍ମିତ ଏବଂ ଆମେରିକାର ଚିକାଗୋରୁ ଆସିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.