ETV Bharat / international

ଜାପାନକୁ F-35 ଯୁଦ୍ଧ ବିମାନ ବିକ୍ରୟ କରିବ ଆମେରିକା

ଚୀନ ସହ ବିବାଦ ମଧ୍ୟରେ ଜାପାନକୁ F-35 ଯୁଦ୍ଧ ବିମାନ ବିକ୍ରୟ କରିବ ଆମେରିକା । F-35B ଏକ ଷ୍ଟିଲ୍‌ଥ ଭର୍ଟିକାଲ୍ ଟେକ୍ ଅଫ୍ ଏବଂ ଲ୍ୟାଣ୍ଡିଂ ଯୁଦ୍ଧ ଜେଟ୍ ଅଟେ । ଏହା ଏକ ବିମାନ ବାହକ ପୋତ ଭଲି ଏକ ଆକ୍ରମଣାତ୍ମକ ସାମର୍ଥ୍ୟ ହାସଲ କରିବାରେ ସାହାଯ୍ୟ କରିଥାଏ ।

ଆମେରିକା
ଆମେରିକା
author img

By

Published : Jul 10, 2020, 7:19 PM IST

ୱାଶିଂଟନ : ଚୀନ ସହ ବିବାଦ ମଧ୍ୟରେ ଜାପାନକୁ F-35 ଯୁଦ୍ଧ ବିମାନ ବିକ୍ରୟ କରିବ ଆମେରିକା । ଆମେରିକାର ପ୍ରତିରକ୍ଷା ସୁରକ୍ଷା ସହଯୋଗ ଏଜେନ୍ସି ଜାପାନକୁ ଏହି ଯୁଦ୍ଧ ବିମାନ ବିକ୍ରୟ କରିବା ନେଇ କଂଗ୍ରେସକୁ ଏକ ବିଜ୍ଞପ୍ତି ଦାଖଲ କରିଥିବା ଜଣାପଡିଛି ।

F-35B ଏକ ଷ୍ଟିଲ୍‌ଥ ଭର୍ଟିକାଲ୍ ଟେକ୍ ଅଫ୍ ଏବଂ ଲ୍ୟାଣ୍ଡିଂ ଯୁଦ୍ଧ ଜେଟ୍ ଅଟେ । ଏହା ଏକ ବିମାନ ବାହକ ପୋତ ଭଲି ଏକ ଆକ୍ରମଣାତ୍ମକ ସାମର୍ଥ୍ୟ ହାସଲ କରିବାରେ ସାହାଯ୍ୟ କରିଥାଏ । ତେବେ ଏହି ବିକ୍ରିରେ 42 ଟି F-35B ଜେଟ୍ ଅନ୍ତର୍ଭୁକ୍ତ ଥିବା ଡିଏସସିଏ ପକ୍ଷରୁ କୁହାଯାଇଛି । ଯାହା ଆମ୍ଫିବିଆସ୍ ଆକ୍ରମଣକାରୀ ଜାହାଜରେ ନିୟୋଜିତ ହୋଇପାରିବ।

ଆମେରିକାର ବୈଦେଶିକ ବିଭାଗ ଆମେରିକାର ପ୍ରତିରକ୍ଷା ସୁରକ୍ଷା ସହଯୋଗ ଏଜେନ୍ସିକୁ ପୂର୍ବରୁ ବିକ୍ରିକୁ ଅନୁମୋଦନ କରିସାରିଛି । F-35B ବ୍ୟତୀତ ଜାପାନ 110ଟି ଏଫଏଟି, ହ୍ବିଟନୀ ଏଫ 135 ଇଞ୍ଜିନ୍ ଏବଂ 63 F-35A ଜେଟ୍ ମଧ୍ୟ ବିକ୍ରି କରିବାକୁ ଅନୁରୋଧ କରିଥିବା ଏଜେନ୍ସି କହିଛି |

ଏକ ଦୃଢ ତଥା ପ୍ରଭାବଶାଳୀ ଆତ୍ମରକ୍ଷା କ୍ଷମତାର ବିକାଶ ଲାଗି ଜାପାନକୁ ସାହାଯ୍ୟ କରିବା ଆମେରିକାର ଜାତୀୟ ସ୍ୱାର୍ଥ ପାଇଁ ଅତ୍ୟନ୍ତ ଜରୁରୀ ବୋଲି ଡିଏସସିଏ କହିଛି ।

(IANS)

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.