ETV Bharat / international

କୋରୋନା ଭ୍ୟାକ୍ସିନ ପ୍ରସ୍ତୁତି: WHO ହାତ ଛାଡି ଆମେରିକାର ବିକଳ୍ପ ଯୋଜନା

author img

By

Published : Sep 4, 2020, 12:16 PM IST

ସାରା ବିଶ୍ବକୁ କୋରୋନା ମହାମାରୀ ଗ୍ରାସ କରି ଚାଲିଥିବା ବେଳେ ଏହାର ମୁକାବିଲା ପାଇଁ ସମସ୍ତ ରାଷ୍ଟ୍ର କରୁଛନ୍ତି କସରତ । ଏମିତିରେ ବିଶ୍ବର ବିଭିନ୍ନ ରାଷ୍ଟ୍ର ସମୂହକୁ ନେଇ ଭ୍ୟାକ୍ସିନ ବିକାଶ ପାଇଁ ଆହ୍ବାନ ଦେଇଛି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ବା WHO । ଯେଉଁଥିରୁ ନିଜକୁ ନିବୃତ ରଖିଛି ଆମେରିକା । ଅଧିକ ପଢନ୍ତୁ...

WHO, us and who relations, covid vaccine innitiative by who, covid vaccine, corona fight in us, ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ, ଆମେରିକା ଓ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ସମ୍ପର୍କ, ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର କୋରୋନା ଭ୍ୟାକ୍ସିନ ପ୍ରସ୍ତୁତି, କୋରୋନା ଭ୍ୟାକ୍ସିନ, ଆମେରିକାରେ କୋରୋନା ମୁକାବିଲା
କୋରୋନା ଭ୍ୟାକ୍ସିନ ପ୍ରସ୍ତୁତି: WHO ହାତ ଛାଡି ଆମେରିକାର ବିକଳ୍ପ ଯୋଜନା

ୱାଶିଂଟନ: ସାରା ବିଶ୍ବକୁ କୋରୋନା ମହାମାରୀ ଗ୍ରାସ କରି ଚାଲିଥିବା ବେଳେ ଏହାର ମୁକାବିଲା ପାଇଁ ସମସ୍ତ ରାଷ୍ଟ୍ର କରୁଛନ୍ତି କସରତ । ସମସ୍ତ ଜ୍ଞାନ କୌଶଳ ଓ ବିକଶିତ ବିଜ୍ଞାନର ପ୍ରୟୋଗ କରି ସମସ୍ତ ରାଷ୍ଟ୍ର କୋରୋନା ଭୂତାଣୁର ନାଶ ପାଇଁ ପ୍ରତିଷେଧକ ଟୀକା ପ୍ରସ୍ତୁତ କରିବାରେ ଲାଗିଛନ୍ତି । ଏମିତିରେ ବିଶ୍ବର ବିଭିନ୍ନ ରାଷ୍ଟ୍ର ସମୂହକୁ ନେଇ ଭ୍ୟାକ୍ସିନ ବିକାଶ ପାଇଁ ଆହ୍ବାନ ଦେଇଛି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ବା WHO । ଯେଉଁଥିରୁ ନିଜକୁ ନିବୃତ ରଖିଛି ଆମେରିକା । ଏନେଇ ଆମେରିକା ଯଥେଷ୍ଟ ସମୟ ପୂର୍ବରୁ ଘୋଷଣା କରିସାରିଥିବା ବେଳେ ଏବେ ଏହାର ବିକଳ୍ପ ନେଇ ହୋଇଛି ଘୋଷଣା । ଏନେଇ ସୂଚନା ଦେଇଛନ୍ତି ବୈଦେଶିକ ମନ୍ତ୍ରୀ ମାଇକ ପୋମ୍ପିଓ ।

  • Today, the @realDonaldTrump Administration continues to move forward with the United States' withdrawal from the @WHO. The WHO failed to adopt urgently needed reforms, starting with demonstrating its independence from the Chinese Communist Party.

    — Secretary Pompeo (@SecPompeo) September 3, 2020 " class="align-text-top noRightClick twitterSection" data=" ">

ଜୁଲାଇ ମାସ ଆରମ୍ଭରୁ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନରୁ ଆମେରିକା ଓହରିଥିବା ନେଇ ସ୍ପଷ୍ଟ କରିଥିଲା । ଏଥିସହ WHOରେ ଉନ୍ନତିର ଆବଶ୍ୟକତା ଥିବା ନେଇ ଆମେରିକା ଏକ ଚିଠି ଜରିଆରେ ସ୍ପଷ୍ଟ କରିଥିଲା । ହେଲେ ଚିଠି ଅନୁଯାୟୀ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ କୌଣସି ପଦକ୍ଷେପ ନେଇ ନଥିବା ଗୁରୁବାର ପୋମ୍ପିଓ ଟ୍ବିଟ କରି ସୂଚନା ଦେଇଛନ୍ତି । ତେବେ ଏହି ଚିଠିରେ ମୁଖ୍ୟତଃ ଚାଇନିଜ କମ୍ୟୁନିଷ୍ଟ ପାର୍ଟିର ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଉପରେ ପ୍ରଭୂତ୍ବକୁ ବନ୍ଦ କରିବା ପାଇଁ ଦର୍ଶାଯାଇଥିଲା । ଯାହା ଆମେରିକାର ସଂଘରୁ ଓହରିବା ପଛରେ ଏକ ବଡ କାରଣ ଥିଲା ।

କେବଳ ସେତିକି ନୁହେଁ କୋରୋନା ସମେତ ବିଗତ କିଛି ଦଶନ୍ଧି ହେବ ବିଭିନ୍ନ ରୋଗର ମୁକାବିଲାରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଫେଲ ମାରିଥିବା ମଧ୍ୟ ଆମେରିକା ଆକ୍ଷେପ କରିଛି । ତେବେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନଠାରୁ ଅଲଗା ହେବା ପରେ ଏବେ 2020 ବର୍ଷର ଅବଶିଷ୍ଟ ୟୋଜନା ନେଇ ପମ୍ପିଓ ସ୍ପଷ୍ଟ କରିଛନ୍ତି । ଯେଉଁଥିରେ ଆଗାମୀ ଦିନରେ ପ୍ରାୟ 62 ମିଲିୟନ ଡଲାରର କାର୍ଯ୍ୟକ୍ରମ ସାମିଲ ରହିଥିବା ଜଣା ପଡିଛି । ଏନେଇ ଜାତିସଂଘ ସହ ଆଲୋଚନା ପରେ ସ୍ପଷ୍ଟ ଆକଳନ ହେବ ବୋଲି ଜଣା ପଡିଛି ।

ସେପଟେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନକୁ ଦିଆଯିବାକୁ ଥିବା ଅର୍ଥକୁ ଚଳିତବର୍ଷ କିପରି ଅନ୍ୟ ଜାତିସଂଘର କାର୍ଯ୍ୟକ୍ରମରେ ବିନିଯୋଗ କରାଯାଇପାରିବ ସେନେଇ ଯୋଜନା ପ୍ରସ୍ତୁତ ହେଉଥିବା ମଧ୍ୟ ପୋମ୍ପିଓ କହିଛନ୍ତି । ଏନେଇ ଆଗାମୀ ଜୁଲାଇ 2021 ସୁଦ୍ଧା ଆମେରିକା ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ସହ ସମସ୍ତ କାରବାର ବନ୍ଦ କରିବ ବୋଲି ସ୍ପଷ୍ଟ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.