ETV Bharat / international

କୋରୋନା ଭୟ: ଆମେରିକାରେ ପ୍ରଥମ ମୃତ୍ୟୁ, ନୂଆ ଟ୍ରାଭେଲ ଆଜଭାଇଜରୀ ଜାରି

author img

By

Published : Mar 1, 2020, 9:40 AM IST

ଆମେରିକାରେ ପ୍ରଥମ କୋରୋନା ଭାଇରସ୍ ଜନିତ ମୃତ୍ୟୁ ଘୋଷଣା ହେବାପରେ ନୂତନ ଟ୍ରାଭେଲ ଆଜଭାଇଜରୀ ଜାରି କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଅଧିକ ପଢନ୍ତୁ...

donald trump
ରଷ୍ଟ୍ରପତି ଡୋନାଲିଡ ଟ୍ରମ୍ପ

ୱାଶିଂଟନ: ଦେଶରେ ପ୍ରଥମ କରୋନା ଭାଇରସ୍ ଜନିତ ମୃତ୍ୟୁ ଘୋଷଣା ହେବାପରେ ନୂତନ ଟ୍ରାଭେଲ ଆଜଭାଇଜରୀ ଜାରି କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏହି ଆଡଭାଇଜରୀରେ ଇରାନ, ଇଟାଲୀ ଏବଂ ଦକ୍ଷିଣ କୋରିଆ ଯାତ୍ରା ନକରିବାକୁ ନାଗରିକଙ୍କୁ ପରାମର୍ଶ ଦିଆଯାଇଛି । ବର୍ତ୍ତମାନ କୋରୋନା ଭାଇରସ ବିପଦ ଆମେରିକା ପାଇଁ କମ୍‌ ରହିଥିଲେ ମଧ୍ୟ ଏହା ପରବର୍ତ୍ତୀ ସମୟରେ ହଠାତ୍‌ ବିପଦଜନକ ସାବ୍ୟସ୍ତ ହୋଇପାରେ ବୋଲି ଟ୍ରମ୍ପ କହିଛନ୍ତି ।

ଏନେଇ ଟ୍ରମ୍ପ କହିଛନ୍ତି, ଗତ 14 ଦିନ ମଧ୍ୟରେ ଯେଉଁ ବିଦେଶୀ ନାଗରିକ ଇରାନ ଯାଇଥିବେ, ସେମାନେ ଆମେରିକାରେ ପ୍ରବେଶ କରିପାରିବେ ନାହିଁ । ସେମାନଙ୍କ ପ୍ରବେଶ ଉପରେ ଆମେ ନିଷେଧାଦେଶ ଜାରି କରିଛୁ । ଆମ ଦେଶରେ ବିଶ୍ବର ସର୍ବଶ୍ରେଷ୍ଠ ସ୍ବାସ୍ଥ୍ୟସେବା ରହିଛି । ଆମେ ଇରାନର ଲୋକମାନଙ୍କୁ ସାହାଯ୍ୟ କରିବାକୁ ଇଚ୍ଛୁକ ଅଛୁ । ସେମାନେ କହିଲେ ଆମେ ନିଶ୍ଚିତ ଭାବରେ ସାହାଯ୍ୟର ହାତ ବଢାଇବୁ ବୋଲି ଟ୍ରମ୍ପ କହିଛନ୍ତି । ଆମେରିକା-ମେକ୍ସିକୋ ସୀମା ବନ୍ଦ କରିବା ସମ୍ବନ୍ଧରେ ପଚାରିବାରୁ ଟ୍ରମ୍ପ କହିଛନ୍ତି, ଦକ୍ଷିଣ ସୀମାକୁ ନେଇ ଆମେ ଚିନ୍ତିତ ଅଛୁ । ଏନେଇ ଆମେ ଆଲୋଚନା କରିବୁ ବୋଲି ଟ୍ରମ୍ପ କହିଛନ୍ତି ।

ଆମେରିକାରେ ଏବେ ସୁଦ୍ଧା କୋରୋନା ଭାଇରସ୍‌ ସଂକ୍ରମଣର ୨୨ଟି ମାମଲା ଆସିଥିବା ଜଣାପଡ଼ିଛି । ତେବେ ଆମେରିକା ସରକାର ଏହାର ମୁକାବିଲା ପାଇଁ ପ୍ରସ୍ତୁତ ଥିବା କହିଛନ୍ତି । ଆମେରିକାରେ କୋରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇଥିବା ପ୍ରାୟ ୧୫ଜଣ ଏପର୍ଯ୍ୟନ୍ତ ଆରୋଗ୍ୟ ଲାଭ କରି ସାରିଲେଣି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.