ETV Bharat / international

ମହାମାରୀ ମାଡରେ ବେହାଲ ଆମେରିକା, 24 ଘଣ୍ଟାରେ 1635 ମୃତ୍ୟୁ

author img

By

Published : May 9, 2020, 8:41 AM IST

ଗତ 24 ଘଣ୍ଟାରେ ଆମେରିକାରେ 1635 ଜଣଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ଦେଶରେ କୋରୋନା ମୃତ୍ୟୁସଂଖ୍ୟା 77,178ରେ ପହଞ୍ଚିଛି। ଅଧିକ ଖବର ପଢନ୍ତୁ...

coronavirus deaths
ମହାମାରୀ ମାଡରେ ବେହାଲ ଆମେରିକା, 24 ଘଣ୍ଟାରେ 1635 ମୃତ୍ୟୁ

ୱାସିଂଟନ୍: ମହାମାରୀର ମାଡରେ ବେହାଲ ଆମେରିକା । କେବେ ଏହି ଅନ୍ଧକାରରୁ ମୁକୁଳିବେ ସେନେଇ ଚିନ୍ତାରେ ଦେଶବାସୀ। ପ୍ରତ୍ୟେକ ଦିନ ଶହ ଶହ ମୃତଦେହ ପଡୁଥିବା ବେଳେ କବର ଦେବାକୁ ସ୍ଥାନ ମିଳୁ ନାହିଁ।

ପ୍ରତି 2 ମିନିଟ୍ ବ୍ୟବଧାନରେ ଗୋଟିଏ ମୃତ୍ୟୁ ହୋଇଥିବା ବେଳେ ସମସ୍ତେ ଉପାୟଶୂନ୍ୟ। ଏପରିକି ସ୍ଥଳେ ନିଜ ଘର ଅଗଣାରେ ଆତ୍ମୀୟଙ୍କ ମୃତଦେହକୁ ପୋତିବାକୁ ବାଧ୍ୟ ହେଉଛନ୍ତି ଆମେରିକା ବାସୀ। ଏହି ପରିସ୍ଥିତି ଯେତିକି ଭୟାନକ ସେତିକି ହୃଦୟବିଦାରକ।

ତେବେ ଗତ 24 ଘଣ୍ଟା ମଧ୍ୟରେ ଦେଶରେ 1635 ଜଣଙ୍କ ମୃତ୍ୟୁ ହୋଇଛି। ଯାହା ଶୁକ୍ରବାର ମୃତ୍ୟୁସଂଖ୍ୟା ଠାରୁ କିଛି ମାତ୍ରାରେ କମ୍ ରହିଛି। ତେବେ ଏହାକୁ ମିଶାଇ ଦେଶରେ କୋରୋନା ମୃତ୍ୟୁସଂଖ୍ୟା 77,178ରେ ପହଞ୍ଚିଥିବା ଏଏଫପି ଟ୍ରାକରୁ ଜଣାପଡିଛି।

ତେବେ ଚଳିତ ସପ୍ତାହରେ କୋଭିଡ -19 ମୃତ୍ୟୁ ସଂଖ୍ୟା ବଢୁଥିବାରୁ ଆମେରିକାର ଅଫିସିଆଲ ପକ୍ଷରୁ ଆମେରିକୀୟମାନଙ୍କୁ ଚେତାବନୀ ଦେଇଛନ୍ତି। ଏହାସହ ବୁଧବାର ଦିନ ଏକ ପ୍ରଭାବଶାଳୀ ବିଶ୍ୱବିଦ୍ୟାଳୟର ମଡେଲ ଆମେରିକାର ମହାମାରୀ ମୃତ୍ୟୁ ସଂଖ୍ୟାକୁ 26% ରୁ 60,000 ହ୍ରାସ କରିଛି।

ଏହା ପୂର୍ବରୁ ହ୍ବାଇଟ ହାଉସର କୋରୋନାଭାଇରସ୍ ଟାସ୍କଫୋର୍ସ 100,000 ରୁ 240,000 ଆମେରିକୀୟଙ୍କ ମୃତ୍ୟୁ ହୋଇପାରେ ବୋଲି ଆକଳନ କରିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.