ETV Bharat / international

ଆମେରିକାରେ ମହାମାରୀ କୋରୋନା, 24 ଘଣ୍ଟାରେ 1920 ମୃତ୍ୟୁ - ମହାମାରୀ କୋରୋ

ଆମେରିକାରେ ଗତ 24 ଘଣ୍ଟାରେ1920 ଲୋକଙ୍କ ମୃତ୍ୟୁ ହୋଇଛି। ଏହାସହ ଆକ୍ରାନ୍ତଙ୍କ ସଂଖ୍ୟା 20 ହଜାର ପାର କଲାଣି। ଅଧିକ ଖବର ପଢନ୍ତୁ...

United States
ଆମେରିକାରେ ମହାମାରୀ କୋରୋନା, 24 ଘଣ୍ଟାରେ 1920 ମୃତ୍ୟୁ
author img

By

Published : Apr 12, 2020, 8:55 AM IST

ୱାସିଂଟନ୍: ଆମେରିକାରେ କୋରୋନାର କରାଳ ରୂପ। କିଛି କ୍ଷଣ ବ୍ୟବଧାନାରେ ଗଡିଯାଉଛି ହଜାର ହଜାର ମୁଣ୍ଡ। ତେବେ ଏହି ମହାମାରୀ ଏବେ ସୁଦ୍ଧା ବିଶ୍ବର 210 ଦେଶକୁ ନିଜର ଚେର ଲମ୍ବାଇଥିଲେ ବି ଆମେରିକାରେ ତାଣ୍ଡବ ରଚୁଛି।

ରୋକ ଲାଗୁନି ରୋଗ ବିସ୍ତାରରେ ବଢି ଚାଲିଛି ମୃତ୍ୟୁସଂଖ୍ୟା। ବର୍ତ୍ତମାନ ସମୟରେ ଇଟାଲୀକୁ ଆମେରିକାର ମୃତ୍ୟୁସଂଖ୍ୟାରେ ଅତିକ୍ରମ କରିବା ସହ ସବୁଠି ବିଶ୍ବର ଏହି ଶକ୍ତିଶାଳୀ ରାଷ୍ଟ୍ରର କୋରୋନା ମୁକାବିଲର ଅସଫଳ କାହାଣୀ ବିଷୟରେ ସର୍ବତ୍ର ଚର୍ଚ୍ଚା ହେଉଛି।

ସୂଚନା ଅନୁସାରେ, ଗତ 24 ଘଣ୍ଟା ମଧ୍ୟରେ ଆମେରିକାରେ 1920 ଲୋକଙ୍କ ମୃତ୍ୟୁ ହୋଇଛି। ଏହାସହ ଆକ୍ରାନ୍ତଙ୍କ ସଂଖ୍ୟା 20 ହଜାର ପାର କଲାଣି ବୋଲି ଜହନ ହକପିନସ ବିଶ୍ବବିଦ୍ୟାଳୟ ପକ୍ଷରୁ ସୂଚନା ମିଳିଛି।

ତେବେ ଗତ 24 ଘଣ୍ଟାରେ ଏତେ ସଂଖ୍ୟକ ଲୋକଙ୍କ ମୃତ୍ୟୁ ବାସ୍ତବରେ ଆଶ୍ଚର୍ଯ୍ୟଜନକ ଘଟଣା। ବର୍ତ୍ତମାନ ଏହି ମହାମାରୀର କେନ୍ଦ୍ରସ୍ଥଳ ଦକ୍ଷିଣ ଆମେରିକାରେ ସୃଷ୍ଟି ହୋଇଛି। ସାରା ବିଶ୍ବରେ ଏବେ 1.7 ମିଲିୟନ ଲୋକ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହାସହ ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା 8 ହଜାରରେ ପହଞ୍ଚିଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.