ETV Bharat / international

ଆମେରିକାରେ ଥମୁଛି କୋରୋନା ଝଡ, କମୁଛି ମୃତ୍ୟୁ ସଂଖ୍ୟା - କୋଭିଡ୍ ନ୍ୟୁଜ୍

ଧୀରେ ଧୀରେ ସୁଧୁରୁଛି ଆମେରିକାରେ କୋରୋନା ସ୍ଥିତି। ଦେଶରେ କମୁଛି ମୃତ୍ୟୁ ସଂଖ୍ୟା। 24 ଘଣ୍ଟା ମଧ୍ୟରେ ଦେଶରେ କୋରୋନା ମୃତ୍ୟୁସଂଖ୍ୟା 598 ରହିଛି। ଏନେଇ ଜନ ହକପିନ୍ସ ବିଶ୍ବବିଦ୍ୟାଳୟ ପକ୍ଷରୁ ସୂଚନା ମିଳିଛି।

ଆମେରିକାରେ ଥମୁଛି କୋରୋନା ଝଡ, 24 ଘଣ୍ଟାରେ 598 ମୃତ୍ୟୁ

author img

By

Published : Jun 1, 2020, 6:47 AM IST

ୱାଶିଂଟନ: ଆମେରିକାରେ ବହୁଛି ମୃତ୍ୟୁର ବତାସ। କୋରୋନା ରୂପକ ଝଡ ନେଇଯାଉଛି ଶହ ଶହ ଲୋକଙ୍କ ଜୀବନ। ଗତ କିଛି ଦିନ ହେବ ଦେଶରେ ରାଜ୍ କରୁଥିବା ଏହି ଭାଇରସର ତାଣ୍ଡବ ଧୀରେ ଧୀରେ କମିବାରେ ଲାଗିଛି। 24 ଘଣ୍ଟା ମଧ୍ୟରେ ଦେଶରେ କୋରୋନା ମୃତ୍ୟୁସଂଖ୍ୟା 598 ରହିଛି। ଏନେଇ ଜନ ହକପିନ୍ସ ବିଶ୍ବବିଦ୍ୟାଳୟ ପକ୍ଷରୁ ସୂଚନା ମିଳିଛି।

ଦେଶରେ ସମୁଦାୟ ମୃତ୍ୟୁସଂଖ୍ୟା 1 ଲକ୍ଷ 6 ହଜାରରେ ପହଁଞ୍ଚିଛି। ସେହିପରି ଆକ୍ରାନ୍ତଙ୍କ ସଂଖ୍ୟା ପାଖାପାଖି 18.2 ଲକ୍ଷ ରହିଛି। ଏବେ ସୁଦ୍ଧା 3 ଲକ୍ଷ 45 ହଜାର ଆକ୍ରାନ୍ତ ସୁସ୍ଥ ହୋଇସାରିଥିବା ବେଳେ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ରବିବାର ସନ୍ଧ୍ୟା ସୁଦ୍ଧା ଆମେରିକା 7,500 ନୂଆ ମାମଲା ପଞ୍ଜୀକୃତ କରିଛି।

ସୂଚନା ଅନୁସାରେ, ସାରା ବିଶ୍ବରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 62 ଲକ୍ଷରେ ପହଁଞ୍ଚିଛି। ଏହାସହ ମୃତ୍ୟୁସଂଖ୍ୟା 3.72 ଲକ୍ଷ ରହିଛି। ସେହିପରି 24 ଘଣ୍ଟା ମଧ୍ୟରେ ବିଶ୍ବରେ 60,401 ନୂଆ ମାମଲା ଓ 1597ଟି ମୃତ୍ୟୁସଂଖ୍ୟା ରେକର୍ଡ କରାଯାଇଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.