ETV Bharat / international

ମହାମାରୀର ମହାପ୍ରଳୟ, ଆମେରିକାରେ 24 ଘଣ୍ଟାରେ ଗଡିଲା 2 ହଜାର ମୁଣ୍ଡ - covid 19

ଆମେରିକା ପ୍ରଥମ ଦେଶ ଯେଉଁଠି ଗତ 24 ଘଣ୍ଟା ମଧ୍ୟରେ କୋରୋନା ମୃତ୍ୟୁସଂଖ୍ୟା 2 ହଜାର ପାର କରିଛି। ଏବେ ସୁଦ୍ଧା ଆମେରିକାରେ କୋରୋନା ମୃତ୍ୟୁ ସଂଖ୍ୟା 18,586 ଟପିଲାଣି।

corona death
ମହାମାରୀର ମହାପ୍ରଳୟ, ଆମେରିକାରେ 24 ଘଣ୍ଟାରେ ଗଡିଲା 2 ହଜାର ମୁଣ୍ଡ
author img

By

Published : Apr 11, 2020, 10:19 AM IST

ନୂଆଦିଲ୍ଲୀ: କୋଭିଡ୍-19 ପରି ମହାମାରୀ ଏବେ ଆମେରିକାରେ ମୃତ୍ୟୁର ତାଣ୍ଡବ ରଚୁଛି। ଆମେରିକା ପ୍ରଥମ ଦେଶ ଯେଉଁଠି ମୃତ୍ୟୁସଂଖ୍ୟା ଗୋଟିଏ ଦିନରେ 2 ହଜାର ଛୁଇଁଛି।ଜହନ ହପକିନ୍ସ ବିଶ୍ବବିଦ୍ୟାଳୟର ସୂଚନା ଅନୁସାରେ, ଆମେରିକାରେ କୋରୋନା ମୃତ୍ୟୁ ସଂଖ୍ୟା 18,586 ଟପିଲାଣି। ଯାହା ଇଟାଲୀ ମୃତ୍ୟୁସଂଖ୍ୟାର ବହୁତ ପାଖାପାଖି । ଅର୍ଥାତ୍ ଏବେ ସୁଦ୍ଧା ଇଟାଲୀରେ 18,849 ଜଣଙ୍କ ମୃତ୍ୟୁ ହୋଇଛି।

ଆମେରିକା ମଧ୍ୟ ସ୍ବୀକାର କରିଛି ଯେ ପାଖାପାଖି 5 ମିଲିୟନ ଲୋକଙ୍କ କୋଭିଡ୍ 19 ପରୀକ୍ଷା ସରିଛି। ସେଥିମଧ୍ୟରୁ 24 ଘଣ୍ଟାରେ 35,098 ଲୋକଙ୍କ ପଜିଟିଭ୍ ମାମଲା ସାମ୍ନାକୁ ଆସିଛି। ଶୁକ୍ରବାର ଦିନ ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ମହାମାରୀର କିଛିଦିନରେ ପରେ ଅର୍ଥନୀତିକୁ ପୁନଃ ଖୋଲିବା ଉପରେ ଧ୍ୟାନ ଦେବା ପାଇଁ ସେ ଖୁବ୍ ଶୀଘ୍ର ଏକ ଟାସ୍କଫୋର୍ସ ଘୋଷଣା କରିବେ। ଏହାସହ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି ଯେ ଲକଡାଉନକୁ ଖୁବ୍ ଶୀଘ୍ର ଉଠାଯିବ।

ଆମେରିକାର 100,000 ରୁ 240,000 ମଧ୍ୟରେ କୋରୋନାଭାଇରସରେ ମୃତ୍ୟୁ ଘଟିବ ବୋଲି ହ୍ବାଇଟ ହାଉସ ପୂର୍ବାନୁମାନ କରିଛି। କିନ୍ତୁ ଶୁକ୍ରବାର ଟ୍ରମ୍ପ କହିଛନ୍ତି ଯେ ବର୍ତ୍ତମାନ ଦେଖାଯାଉଛି ଯେ ଏହି ଜୀବାଣୁ 100,000 ରୁ କମ୍ ଆମେରିକୀୟଙ୍କୁ ହତ୍ୟା କରିବେ।

ଆମେରିକୀୟ ଅଧିକାରୀମାନେ ଆମେରିକୀୟମାନଙ୍କୁ ଚେତାବନୀ ଦେଇଛନ୍ତି ଯେ, ଏହି ସପ୍ତାହରେ କରୋନା ଭାଇରସ୍ ମୃତ୍ୟୁ ସଂଖ୍ୟା ଅଧିକରୁ ଅଧିକ ଆଶଙ୍କା କରାଯାଉଛି। ଏପରିକି ଆମେରିକାର କେନ୍ଦ୍ରସ୍ଥଳ ନ୍ୟୁୟର୍କ ରାଜ୍ୟରେ ନୂତନ ସଂକ୍ରମଣ ସଂଖ୍ୟା ସ୍ଥିର ରହିଥିବା ପ୍ରମାଣ ଅଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.