ETV Bharat / international

ହଂକଂରେ ଠାବ ହେଲା ଦ୍ୱିତୀୟ ବିଶ୍ୱଯୁଦ୍ଧର ଅଫୁଟା ବୋମା

author img

By

Published : Jul 17, 2020, 4:14 PM IST

ଦ୍ୱିତୀୟ ବିଶ୍ୱଯୁଦ୍ଧରେ ବ୍ୟବହୃତ ହୋଇଥିବା ଏକ ଅଫୁଟା ବୋମା ହଂକଂରେ ଠାବ ହୋଇଛି । ଏହାର ଓଜନ ପ୍ରାୟ 45 କିଲୋଗ୍ରାମ ରହିଛି ।

ଦ୍ୱିତୀୟ ବିଶ୍ୱଯୁଦ୍ଧର ଅଫୁଟା ବୋମା
ଦ୍ୱିତୀୟ ବିଶ୍ୱଯୁଦ୍ଧର ଅଫୁଟା ବୋମା

ହଂକଂ: ଦ୍ୱିତୀୟ ବିଶ୍ୱଯୁଦ୍ଧରେ ବ୍ୟବହୃତ ହୋଇଥିବା ଏକ ଅଫୁଟା ବୋମା ହଂକଂରେ ଠାବ ହୋଇଛି । ଏହାର ଓଜନ ପ୍ରାୟ 45 କିଲୋଗ୍ରାମ ରହିଛି । ତେବେ ହଂକଂ ପୋଲିସ ଏହାକୁ ନିଷ୍କ୍ରିୟ କରିଥିବା ଜଣାପଡିଛି । ଏହା ବିସ୍ଫୋରଣ ହୋଇଥିଲେ ଗୁରୁତର କ୍ଷତି ଘଟାଇଥାନ୍ତା ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

ଏହି ବୋମାକୁ ଗୁରୁବାର କେ ଟାକ ଏମଟିଆର ଷ୍ଟେସନ ନିକଟରେ ଏକ ନିର୍ମାଣସ୍ଥଳରୁ ଠାବ କରାଯାଇଥିଲା । ଏହାପରେ ଆଖପାଖର ପ୍ରାୟ 2300 ରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା । ତେବେ ଶୁକ୍ରବାର ସକାଳ ପ୍ରାୟ 5.30 ସମୟରେ ବୋମାକୁ ନିଷ୍କ୍ରିୟ କରିବା ପରେ ଷ୍ଟେସନରେ ଟ୍ରେନ୍ ସେବା ଆରମ୍ଭ ହୋଇଥିଲା। ଯଦି ଏହି ବୋମା ବିସ୍ଫୋରଣ ହୋଇଥାନ୍ତା ତେବେ ଏହା ନିକଟସ୍ଥ ଅଞ୍ଚଳ ଏବଂ ଷ୍ଟେସନରେ ଗୁରୁତର କ୍ଷତି ଘଟାଇଥାନ୍ତା ବୋଲି ବରିଷ୍ଠ ଅଧିକାରୀ ଆଲିକ୍ ମ୍ୟାକୱିର୍ଟର କହିଛନ୍ତି।

ସୂଚନାନୁସାରେ, ପ୍ରାୟ ଏକ ମିଟର ଲମ୍ବ ଏହି ବୋମା ଆମେରିକୀୟ ଥିଲା ଏବଂ ଏହାକୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ପ୍ରସ୍ତୁତ କରାଯାଇଥିଲା। ହଂକଂର ଅଧିକାଂଶ ନିର୍ମାଣ ସ୍ଥଳରେ ବିସ୍ଫୋରଣ ହୋଇନଥିବା ଯୁଦ୍ଧକାଳୀନ ବୋମା ଠାବ ହୋଇଛି।

ଫେବୃଆରୀ ମାସରେ, ହାପି ଉପତ୍ୟକାର ଏକ ଶିଖ୍ ମନ୍ଦିରର ଏକ ନିର୍ମାଣ ସ୍ଥଳରେ ଏକ ଯୁଦ୍ଧକାଳୀନ ବୋମାକୁ ନିଷ୍କ୍ରିୟ କରାଯାଇଥିଲା । ଏହାର ଓଜନ 454 କିଲୋଗ୍ରାମ ଥିଲା ଏବଂ ଏହାର ଲମ୍ବ 1.3 ମିଟର ଏବଂ ବ୍ୟାସ 0.4 ମିଟର ଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.