ETV Bharat / international

'ସ୍ବାସ୍ଥ୍ୟକୁ ମିଳିଲେ ସର୍ବାଧିକ ଗୁରୁତ୍ବ ହାରିବ କୋରୋନା' - କୋରୋନା ମହାମାରୀ

ମହାମାରୀ କୋରୋନାକୁ ବିଶ୍ବରେ ସମୂଳେ ନାଶ କରିବା ପାଇଁ ଆବଶ୍ୟକ ସର୍ବବୃହତ ସ୍ବାସ୍ଥ୍ୟ ସେବା। ସମସ୍ତ ଦେଶ ଏକତ୍ରିତ ହୋଇ ବୃହତ ପଦକ୍ଷେପ ଭାବେ ସ୍ବାସ୍ଥ୍ୟକୁ ଅଗ୍ରାଧୀକାର ଦେଲେ କୋରୋନାକୁ ଆମେ ହରାଇ ପାରିବା ବୋଲି ଜାତିସଙ୍ଘ ମୁଖ୍ୟ ଆଣ୍ଟୋନିଓ ଗ୍ୟୁଟୋରସ ଏଭଳି ମତ ପ୍ରକାଶ କରିଛନ୍ତି।

un chief antonio guterres says corona virus
'ସ୍ବାସ୍ଥ୍ୟକୁ ମିଳିଲେ ସର୍ବାଧିକ ଗୁରୁତ୍ବ ହାରିବ କୋରୋନା'
author img

By

Published : May 5, 2020, 3:02 PM IST

ୱାସିଂଟନ୍: ମହାମାରୀ କୋରୋନାକୁ ବିଶ୍ବରେ ସମୂଳେ ନାଶ କରିବା ପାଇଁ ଆବଶ୍ୟକ ସର୍ବବୃହତ ସ୍ବାସ୍ଥ୍ୟ ଜନିତ ପଦକ୍ଷେପ। ସମସ୍ତ ଦେଶ ଏକତ୍ରିତ ହୋଇ ବୃହତ ପଦକ୍ଷେପ ଭାବେ ସ୍ବାସ୍ଥ୍ୟକୁ ଅଗ୍ରାଧୀକାର ଦେଲେ କୋରୋନାକୁ ଆମେ ହରାଇ ପାରିବା।

ଉତ୍ପତିର ପ୍ରାୟ 6 ମାସ ପରେ ବି ବିଶ୍ବର ବୈଜ୍ଞାନିକ ମାନଙ୍କ ନିଦ ହଜେଇ ଦେଇଛି କୋରୋନା। ତେବେ ସ୍ବାସ୍ଥ୍ୟ କ୍ଷେତ୍ର ପ୍ରତି ସର୍ବାଧିକ ଗୁରୁତ୍ବ ଦିଆଗଲେ ସମଗ୍ର ବିଶ୍ବ ଏହି ଯୁଦ୍ଧରେ ବିଜୟ ଲାଭ କରିପାରିବ। ମଙ୍ଗଳବାର ଜାତିସଙ୍ଘ ମୁଖ୍ୟ ଆଣ୍ଟୋନିଓ ଗ୍ୟୁଟୋରସ ଏଭଳି ମତ ପ୍ରକାଶ କରିଛନ୍ତି।

ସମଗ୍ର ବିଶ୍ବରେ କୋରୋନା ସଂକ୍ରମିତ ମାମଲା 35 ଲକ୍ଷ ଅତିକ୍ରମ କରିଥିବା ବେଳେ ମୃତ୍ୟୁସଂଖ୍ୟା ଅଢେଇ ଲକ୍ଷ ପହଞ୍ଚିଛି। ଏହି ସମୟରେ ବୈଜ୍ଞାନିକ ମାନଙ୍କ ତମାମ ପ୍ରଚେଷ୍ଟା ସତ୍ତ୍ବେ ଭ୍ୟାକ୍ସିନ ବା ଟୀକା ବାହାରି ପାରୁନି।

ପ୍ରଥନେ ଚୀନର ଉହାନରୁ ଉତ୍ପତି ହୋଇଥିବା ଏହି ଭାଇରସ ଏବେ ୟୁରୋପ ଏବଂ ଆମେରିକାରେ ମୃତ୍ୟୁର ତାଣ୍ଡବ ରଚୁଛି। ଏପରିକି ଭାରତରେ ମଧ୍ୟ ସଂକ୍ରମିତ ମାମଲା 42 ହଜାର ପାର କରିଥିବା ବେଳେ ମୃତ୍ୟୁସଂଖ୍ୟା 1500 ଛୁଇଁଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.