ETV Bharat / international

ପରଲୋକରେ 'ଟୁ ଆଣ୍ଡ ଏ ହାପ୍ ମ୍ୟାନ'ର ଅଭିନେତ୍ରୀ

ଯୁକ୍ତରାଷ୍ଟ୍ର ଆମେରିକାର ଖ୍ୟାତିନାମା ଅଭିନେତ୍ରୀ କୋନଚାଟା ଫେରେଲଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳଙ୍କୁ ତାଙ୍କୁ 77ବର୍ଷ ବୟସ ହୋଇଥିଲା ।

author img

By

Published : Oct 14, 2020, 1:26 PM IST

Two And A HalfMen actress ConchataFerrell dies at 77
'ଟୁ ଆଣ୍ଡ ଏ ହାପ ମ୍ୟାନ'ର ଅଭିନେତ୍ରୀ କନଚାଟା ଫେରେଲଙ୍କ ପରଲୋକ

ୱାଶିଂଟନ: ଆମେରିକାର ଟିଭି ଓ ହଲିଉଡ ଚଳଚ୍ଚିତ୍ର ଜଗତରେ ଖ୍ୟାତି ଅର୍ଜନ କରିଥିବା ଅଭିନେତ୍ରୀ କୋନଚାଟା ଫେରେଲଙ୍କ ଦେହାନ୍ତ ହୋଇଛି । ମୃତ୍ୟୁ ବେଳଙ୍କୁ ତାଙ୍କୁ 77ବର୍ଷ ବୟସ ହୋଇଥିଲା ।

କୋନଚାଟାଙ୍କୁ ହୃଦଘାତ ପରେ ଗତ ମେ’ ମାସରୁ ଶେରମାନ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ତେବେ ସୋମବାର ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।

ସେ ମଞ୍ଚରୁ ନିଜର ଅଭିନୟ ଯାତ୍ରା ଆରମ୍ଭ କରିଥିଲେ । ପରେ 1970ରୁ କୋନଚାଟା ନରମାନ ଲିୟର କମେଡି ସିରିଏଲରୁ ଟିଭିରେ ଅଭିନୟ ଆରମ୍ଭ କରିଥିଲେ । ଖାଲି ସେତିକି ନୁହେଁ ସେ ଅନେକ ଛୋଟ ବଡ ପରଦାରେ ନିଜ ଅଭିନୟର ଛାପ ଛାଡିଛନ୍ତି ।

ମିଷ୍ଟିକ୍ ପିଜା, ନେଟୱାର୍କ, ଏଡୱାର୍ଡ ସ୍କିସର୍ହାଣ୍ଡସ ଏବଂ ଏରିନ ବ୍ରୋକୋଭାଚ ଫିଲ୍ମରେ ତାଙ୍କର ଚତ୍ମକାର ଅଭିନୟ ଦେଖିବାକୁ ମିଳିଥିଲା । 'ଟୁ ଆଣ୍ଡ ଏ ହାପ ମ୍ୟାନ' ଚଳଚ୍ଚିତ୍ର ତାଙ୍କୁ ଅଧିକ ଖ୍ୟାତି ଦେଇଥିଲା । ତାଙ୍କର ନିପୁଣ ଅଭିନୟ ପାଇଁ ତାଙ୍କୁ ଡ୍ରାମା ଡେସ୍କ ଓ ଓବି ପୁରସ୍କାର ପ୍ରଦାନ କରାଯାଇଛି ।

ସେ ଅଭିନୟରେ ଯେପରି ପାରଙ୍ଗମ ଥିଲେ ପ୍ରକୃତ ଜୀବନରେ ବି ଜଣେ ଉଦାର ମହିଳା ଥିଲେ । ତାଙ୍କର ଦେହାନ୍ତ ସମଗ୍ର ସିନେ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.