ETV Bharat / international

ଦୁଇ ବର୍ଷ ପାଇଁ ବ୍ୟାନ ହେଲା ଟ୍ରମ୍ପଙ୍କ ଫେସବୁକ ଆକାଉଣ୍ଟ

ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପକୁ ପୁଣି ଝଟକା । ଦୁଇ ବର୍ଷ ପାଇଁ ଡୋନାଲ୍ଡ ଟ୍ରମ୍ପଙ୍କ ଆକାଉଣ୍ଟକୁ ସସପେଣ୍ଡ କଲା ଫେସବୁକ । ଅଧିକ ପଢନ୍ତୁ...

ଦୁଇ ବର୍ଷ ପାଇଁ ବ୍ୟାନ ହେଲା ଡୋନାଲ୍ଡ ଟ୍ରମ୍ପଙ୍କ ଫେସବୁକ ଆକାଉଣ୍ଟ

author img

By

Published : Jun 5, 2021, 11:35 AM IST

ୱାଶିଂଟନ: ଡୋନାଲ୍ଡ ଟ୍ରମ୍ପକୁ ପୁଣି ଝଟକା । 2023 ଯାଏଁ ବ୍ୟାନ ହେଲା ଟ୍ରମ୍ପଙ୍କ ଫେସବୁକ୍ ଆକାଉଣ୍ଟ । ଦୁଇ ବର୍ଷ ପାଇଁ ଫେସବୁକ ଡୋନାଲ୍ଡ ଟ୍ରମ୍ପଙ୍କ ଆକାଉଣ୍ଟକୁ ସସପେଣ୍ଡ କରିଛି ଏବଂ ପରବର୍ତ୍ତୀ ସମୟରେ ଏହି ଅବଧି ବଢାଯିବାର ସମ୍ଭାବନା ରହିଥିବା କହିଛି ।

ନିକଟରେ ଟ୍ବିଟର, ୟୁଟ୍ୟୁବ ଭଳି ପ୍ରମୁଖ ସୋସିଆଲ ମିଡିଆ ପ୍ଲାଟଫର୍ମ ମଧ୍ୟ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପଙ୍କ ଆକାଉଣ୍ଟ ବ୍ୟାନ କରିଛନ୍ତି । ରିପବ୍ଲିକାନ ନେତାଙ୍କ ଭାଷଣ ଯୋଗୁଁ ଆମେରିକା କ୍ୟାପିଟାଲ ହିଲ ହିଂସାକାଣ୍ଡକୁ ଦୃଷ୍ଟିର ରଖି ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡିକ ଏଭଳି ନିଷ୍ପତ୍ତି ନେଇଛନ୍ତି ।

ସୂଚନାଥାଉ କି, ଗତ ଜାନୁୟାରୀ 6 ତାରିଖରେ ହଜାର ହଜାର ସଂଖ୍ୟକ ଡୋନାଲ୍ଡ ଟ୍ରମ୍ପ ସମର୍ଥକ କ୍ୟାପିଟାଲ ବିଲ୍ଡିଂରେ ପଶିଥିଲେ ଏବଂ ପୋଲିସ ସହ ମୁହାଁମୁହିଁ ହୋଇଥିଲେ । ଯେଉଁଥିରେ 4 ଜଣଙ୍କ ମୃତ୍ୟୁ ଘଟିଥିଲା ଏବଂ ନଭେମ୍ବର 3 ନିର୍ବାଚନରେ ଜୋ ବିଡେନଙ୍କ ବିଜୟ ସୁନିଶ୍ଚିତ କରିବାକୁ କଂଗ୍ରେସ ଦ୍ବାରା ସାମ୍ବିଧାନକ ପ୍ରକ୍ରିୟାରେ ବାଧା ସୃଷ୍ଟି ହୋଇଥିଲା ।

ତେବେ ଏହି ବ୍ୟାନ ଘଟଣାରେ ଫେସବୁକ ଗ୍ଲୋବାଲ ଆଫାୟାର୍ସର ଭାଇସ ପ୍ରେସଡେଣ୍ଟ ନିକ୍ କ୍ଲେଜ କହିଛନ୍ତି, ଆମେ ଜାଣିଛୁ ଯେ ଆମେ ଲାଗୁ କରୁଥିବା ଯେକୌଣସି ଦଣ୍ଡବିଧାନ ବିବାଦ ପରିସରକୁ ଆସିବ । ଫେସବୁକ ଭଳି ଏକ ଘରୋଇ କମ୍ପାନୀ ବିଦାୟୀ ରାଷ୍ଟ୍ରପତି ଟ୍ରମ୍ପଙ୍କ ଆକାଉଣ୍ଟ ବ୍ୟାନ କରିବା ନିଷ୍ପତ୍ତିକୁ ଅନେକ ଲୋକେ ଗ୍ରହଣ କରିବେ ନାହିଁ ଏବଂ ଆଉ କିଛି ଚିର ଦିନ ପାଇଁ ବ୍ୟାନ କରିବା ଉଚିତ୍ ବୋଲି ମତ ରଖିବେ । ଏପରିକି ଅନେକ ଦଳ ସମର୍ଥକମାନେ ଏହାକୁ ସମାଲୋଚନା ମଧ୍ୟ କରିପାରନ୍ତି । ହେଲେ ଆମ କାର୍ଯ୍ୟ ହେଉଛି ନିରପେକ୍ଷ ଓ ସ୍ବଚ୍ଛ ଉପାୟରେ ନିର୍ଣ୍ଣୟ ନେବା ବୋଲି କ୍ଲେଜ ଏକ ବ୍ଲଗ ପୋଷ୍ଟ କରି କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.