ETV Bharat / international

ସର୍ବନିମ୍ନ ସ୍ତରରେ ପହଞ୍ଚିଲା ଟ୍ରମ୍ପଙ୍କ ଆପ୍ରୁଭାଲ ରେଟିଂ - ଆମେରିକା ଲାଟେଷ୍ଟ ନ୍ୟୁଜ୍‌

ରେକର୍ଡ ସୃଷ୍ଟି କରିବାରେ ଲାଗିଛି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆପ୍ରୁଭାଲ ରେଟିଂ । କ୍ରମଶଃ ଏହି ରେଟିଂ ହାର ହ୍ରାସ ପାଇବାରେ ଲାଗିଥିବା ବେଳେ ଏବେ ସର୍ବନିମ୍ନ ସ୍ତରରେ ପହଞ୍ଚି ରେକର୍ଡ ସୃଷ୍ଟି କରିଛି ଏହି ଆପ୍ରୁଭାଲ ରେଟିଂ ।

donald trump, approval rating, trump's approval rating, america latest news, trump latest news, ଡୋନାଲ୍ଡ ଟ୍ରମ୍ପ, ଆପ୍ରୁଭାଲ ରେଟିଂ, ଟ୍ରମ୍ପଙ୍କ ଆପ୍ରୁଭାଲ ରେଟିଂ, ଆମେରିକା ଲାଟେଷ୍ଟ ନ୍ୟୁଜ୍‌, ଟ୍ରମ୍ପ ଲାଟେଷ୍ଟ ନ୍ୟୁଜ୍‌
ସର୍ବନିମ୍ନ ସ୍ତରରେ ପହଞ୍ଚିଲା ଟ୍ରମ୍ପଙ୍କ ଆପ୍ରୁଭାଲ ରେଟିଂ
author img

By

Published : Jul 16, 2020, 5:39 PM IST

ୱାଶିଂଟନ: ରେକର୍ଡ ସୃଷ୍ଟି କରିବାରେ ଲାଗିଛି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆପ୍ରୁଭାଲ ରେଟିଂ । କ୍ରମଶଃ ଏହି ରେଟିଂ ହାର ହ୍ରାସ ପାଇବାରେ ଲାଗିଥିବା ବେଳେ ଏବେ ସର୍ବନିମ୍ନ ସ୍ତରରେ ପହଞ୍ଚି ରେକର୍ଡ ସୃଷ୍ଟି କରିଛି ଏହି ଆପ୍ରୁଭାଲ ରେଟିଂ । ତେବେ କେବଳ ଗୋଟିଏ ନୁହେଁ 6ଟି ରାଜ୍ୟରେ ଏହି ହାର 45 ପ୍ରତିଶତକୁ ଖସିଥିବା ଦେଖିବାକୁ ମିଳିଛି । ଯାହା ଏଯାବତ୍‌ ରେକର୍ଡ ହୋଇଥିବା ଆପ୍ରୁଭାଲ ରେଟିଂ ମଧ୍ୟରେ ଟ୍ରମ୍ପଙ୍କ ପାଇଁ ସର୍ବନିମ୍ନ ସାବ୍ୟସ୍ତ ହୋଇଛି ।

ଏନେଇ ସିଏନବିସି ଦ୍ବାରା ହୋଇଥିବା ଚେଞ୍ଜ ରିସର୍ଚ୍ଚ ପୋଲ ସର୍ଭେରୁ ଏହା ସ୍ପଷ୍ଟ ହୋଇଛି । ଏଥିରେ ଦେଶର କୋଣ ଅନୁକୋଣରୁ ପ୍ରାୟ 1258 ସମ୍ଭାବ୍ୟ ମତଦାତାଙ୍କୁ ସାମିଲ କରାଯାଇଥିଲା । ଏଥିସହ 6ଟି ନିର୍ବାଚନ କ୍ଷେତ୍ର ଯଥା ଆରିଜୋନା, ଫ୍ଲୋରିଡା, ମିଚିଗାନ, ଉତ୍ତର କ୍ୟାରୋଲିନା, ପେନସିଲଭାନିଆ ଓ ୱିସ୍କୋନସିନରୁ 4322 ଜଣ ଭୋଟରଙ୍କୁ ସର୍ଭେରେ ସାମିଲ କରାଯାଇଥିଲା ।

ବୁଧବାର ଏହି ସର୍ଭେ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ମାତ୍ର 45 ପ୍ରତିଶତ ନାଗରିକ ଟ୍ରମ୍ପଙ୍କ କାର୍ଯ୍ୟଶୈଳୀ ଓ ବର୍ତ୍ତମାନ ସୁଦ୍ଧାର କାର୍ଯ୍ୟ ପ୍ରଣାଳୀକୁ ସମର୍ଥନ କରିଥିବା ଦେଖାଯାଇଥିଲା । ପ୍ରତିବଦଳରେ 55 ପ୍ରତିଶତ ନାଗରିକ ଟ୍ରମ୍ପଙ୍କ କାର୍ଯ୍ୟଶୈଳୀରେ ଖୁସି ନଥିବା ପ୍ରକାଶ କରିଥିଲେ । ସେପଟେ ଏହି ସର୍ଭେରେ ସାମିଲ 59 ପ୍ରତିଶତ ନାଗରିକ ଏହା କହିଥିଲେ କି ଦେଶରେ କୋରୋନା ପରିସ୍ଥିତି ଗତ ଦୁଇ ସପ୍ତାହ ତୁଳନାରେ ଅଧିକ ବିଗିଡିବାରେ ଲାଗିଛି । ଯାହା ପାଇଁ ଟ୍ରମ୍ପଙ୍କ ନିଷ୍ପତ୍ତି ଓ ଶାସନ ପ୍ରକ୍ରିୟା ଅନେକାଂଶରେ ଦାୟୀ ।

ତେବେ ଟ୍ରମ୍ପଙ୍କ ଆପ୍ରୁଭାଲ ରେଟିଂ କମ ହେବା ପଛରେ କୋରୋନା ସ୍ଥିତି ମୁକାବିଲାରେ ବିଫଳତା ମୁଖ୍ୟ ଦାୟୀ ବୋଲି ଆକଳନ କରାଯାଉଛି । କୋରୋନା ମୁକାବିଲାରେ ସାମିଲ ପ୍ରାୟ 54 ପ୍ରତିଶତ ନାଗରିକ ଏପରି ମଧ୍ୟ ମତ ଦେଇଥିଲେ କି ଟ୍ରମ୍ପଙ୍କ ସ୍ଥାନରେ ପୂର୍ବତନ ଉପରାଷ୍ଟ୍ରପତି ଜୋ ବିଡେନ କିମ୍ବା ଅନ୍ୟ ଗଣତନ୍ତ୍ରର ଶାସକ ଥିଲେ ପରିସ୍ଥିତି ଅଧିକ ଭଲ ଭାବେ ପରିଚାଳିତ ହୋଇ ପାରିଥାଆନ୍ତା ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.