ETV Bharat / international

ଭର୍ଚୁଆଲରେ ହେବ ଆମେରିକା ରାଷ୍ଟ୍ରପତି ନିର୍ବାଚନୀ ବିତର୍କ, ଭାଗ ନେବେନି ଟ୍ରମ୍ପ - ଭର୍ଚୁଆଲ ବିତର୍କରେ ଭାଗ ନେବେ ନାହିଁ ଟ୍ରମ୍ପ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କୋରୋନା ପଜିଟିଭ ପରେ ବିତର୍କକୁ ଭର୍ଚୁଆଲ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ଭର୍ଚୁଆଲ ବିତର୍କରେ ଟ୍ରମ୍ପ ସାମିଲ ହେବେ ନାହିଁ ବୋଲି କହିଛନ୍ତି । ଅଧିକ ପଢନ୍ତୁ...

ଭର୍ଚୁଆଲରେ ହେବ ଆମେରିକା ରାଷ୍ଟ୍ରପତି ନିର୍ବାଚନୀ ବିତର୍କ ,

author img

By

Published : Oct 9, 2020, 10:17 AM IST

ୱାଶିଂଟନ: ଭର୍ଚୁଆଲ ଯୋଗେ ବିତର୍କରେ ସାମିଲ ହେବେନି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଆମେରିକା ରାଷ୍ଟ୍ରପତି ନିର୍ବାଚନ ଲାଗି ପ୍ରଥମ ବିତର୍କ ଶେଷ ହୋଇସାରିଥିବାବେଳେ ଦ୍ବିତୀୟ ବୈଠକ ଅକ୍ଟୋବର 15ରେ ଅନୁଷ୍ଠିତ ହେବାକୁ ଯାଉଛି । ତେବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କୋଭିଡ ପଜିଟିଭ ଚିହ୍ନଟ ପରେ ଏହି ବିତର୍କ ଭର୍ଚୁଆଲ କରିବାକୁ ନିଷ୍ପତ୍ତି ନିଆଯାଇଛି । ସମୟ ପୂର୍ବରୁ ବିତର୍କ କମିଶନରଙ୍କ ଏପରି ପରିବର୍ତ୍ତନ ନେଇ ଟ୍ରମ୍ପ ଜାଣିନଥିବା କହିଛନ୍ତି । ତେଣୁ ସେ ଏଥିରେ ସାମିଲ ହେବେ ନାହିଁ ବୋଲି ସଫାସଫା କହିଦେଇଛନ୍ତି ।

ସେପଟେ ବାଇଡେନ କହିଛନ୍ତି,ଟ୍ରମ୍ପ ଏହି ବିତର୍କରେ ଯୋଗ ଦେବେ ନାହିଁ ତେବେ ସେ ଆମେରିବାସୀଙ୍କ ସହ ସିଧାସଳଖ କଥା ହେବେ । ବାଇଡେନଙ୍କ ଏହି ଘୋଷଣାକୁ ଟ୍ରମ୍ପ ସ୍ବୀକାର କରିନାହାଁନ୍ତି ।

ମିଆମିରେ ଟ୍ରମ୍ପ ଏବଂ ବିଡେନ ମୁହାଁମୁହିଁ ହେବାର ଏକ ସପ୍ତାହ ପୂର୍ବରୁ ଗୁରୁବାର ସକାଳେ ବିତର୍କ ଆୟୋଗ ଏହି ଘୋଷଣା କରିଛନ୍ତି। ଏଥିରେ କୁହାଯାଇଛି ଯେ ଉଭୟ ପ୍ରାର୍ଥୀ ଦୂର ସ୍ଥାନରୁ ବିତର୍କରେ ଅଂଶଗ୍ରହଣ କରିବେ, ଯେତେବେଳେ ବିତର୍କର ଅପରେଟରମାନେ ମିଆମିରେ ରହିବେ। ପ୍ରାୟ ଏକ ସପ୍ତାହ ପୂର୍ବରୁ ଟ୍ରମ୍ପ କୋରୋନା ସଂକ୍ରମିତ ହୋଇଥିଲେ ଏହି ସମୟରେ ଖୁବ ଶୀଘ୍ର ସୁସ୍ଥ ହୋଇ ବିତର୍କରେ ସାମିଲ ହେବାକୁ କହିଥିଲେ ।

ସେପଟେ, ହ୍ବାଇଟ ହାଉସର ଡାକ୍ତରମାନେ ଟ୍ରମ୍ପଙ୍କ ଶନିବାର ଦିନ ପବ୍ଲିକ ଇଭେଣ୍ଟରେ ଭାଗ ନେବାକୁ ଅନୁମତି ଦେଇଛନ୍ତି । ଗୁରୁବାର ହ୍ବାଇଟ ହାଉସ ପକ୍ଷରୁ ଟ୍ରମ୍ପ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିବା ନେଇ ଘୋଷଣା କରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.