ୱାଶିଂଟନ: ଅସୁସ୍ଥତା କାରଣରୁ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଶୁକ୍ରବାର ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ସିଞ୍ଜୋଙ୍କ ଏହି ନିଷ୍ପତ୍ତି ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆବେଙ୍କୁ ସର୍ବୋତ୍ତମ ସମ୍ମାନ ଜଣାଇଛନ୍ତି । ଏଥିସହ ସ୍ବାସ୍ଥ୍ୟଗତ ସମସ୍ୟାକୁ ନେଇ ଚିନ୍ତା ପ୍ରକାଶ କରିଥିଲେ ଟ୍ରମ୍ପ ।
ନ୍ୟୁ ହାମ୍ପସାୟରରେ ଏକ ଅଭିଯାନ ରାଲିରୁ ଫେରୁଥିବା ବେଳେ ବାୟୁସେନା ୱାନରେ ଥିବା ସାମ୍ବାଦିକମାନଙ୍କୁ ଟ୍ରମ୍ପ କହିଛନ୍ତି ଯେ, ମୁଁ ମୋର ଜଣେ ମହାନ ବନ୍ଧୁ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ମୋର ସର୍ବୋଚ୍ଚ ସମ୍ମାନ ଦେବାକୁ ଚାହୁଁଛି। ସ୍ବାସ୍ଥ୍ୟଗତ କାରଣରୁ ସିଞ୍ଜୋଙ୍କ ଇସ୍ତଫା ତାଙ୍କୁ ଅଧିକ ଦୁଖିତ କରିଛି ବୋଲି ଟ୍ରମ୍ପ କହିଥିଲେ ।
ସିଞ୍ଜୋ ନିଜ ଦେଶକୁ ବହୁତ ଭଲ ପାଉଥିଲେ, ତେଣୁ ସେ ଇସ୍ତଫା ଦେଇଛନ୍ତି । ବର୍ତ୍ତମାନ ସେ ଆବେଙ୍କ ଇସ୍ତଫାକୁ ବିଶ୍ବାସ କରିପାରୁନାହିଁ । ସେ ଜଣେ ମହାନ ଭଦ୍ରକ ଲୋକ ତେଣୁ ମୁଁ ତାଙ୍କ ଠାରେ ମୋର ସର୍ବୋତ୍ତମ ଜଣାଉଛି ବୋଲି ଟ୍ରମ୍ପ କହିଥିଲେ । ସବୁଠୁ ଦୀର୍ଘ ସମୟ ପ୍ରଧାନମନ୍ତ୍ରୀ ରହିଥିବା ମାନ୍ୟତା ରଖିଥିବା ଆବେ ଗତ ସପ୍ତାହରେ 2 ଥର ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତାଙ୍କର ଅଲସରେଟିଭ କେଲାଇଟିସ ସମସ୍ୟା ଥିଲା । କିଶୋର ଅବସ୍ଥାରୁ ତାଙ୍କର ଅନ୍ତ୍ରାଶୟରେ ଜନିତ ସମସ୍ୟା ଥିଲା ଯାହା ଅତି ନିକଟରେ ସାଙ୍ଘାତିକ ରୂପ ନେଇଛି ।