ETV Bharat / international

ନୋବେଲ ଶାନ୍ତି ପୁରସ୍କାର ପାଇଁ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ନାଁ ମନୋନୀତ - ନୋବେଶ ଶାନ୍ତି ପୁରସ୍କାର

ୟୁଏଇ-ଇସ୍ରାଏଲ ମଧ୍ୟରେ ଐତିହାସିକ ଶାନ୍ତି ଚୁକ୍ତିରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଯୋଗୁଁ ନୋବେଲ ଶାନ୍ତି ପୁରସ୍କାର ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାଁ ମନୋନୀତ । ଅଧିକ ପଢନ୍ତୁ...

ନୋବେଶ ଶାନ୍ତି ପୁରସ୍କାର ପାଇଁ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ନାଁ ମନୋନିତ

author img

By

Published : Sep 9, 2020, 4:16 PM IST

ଓ୍ବାଶିଂଟନ: ଚଳିତ ଥର ବିଶ୍ବର ସମ୍ମାନ ଜନକ ନୋବେଲ ଶାନ୍ତି ପୁରସ୍କାର ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାଁ ମନୋନୀତ କରାଯାଇଛି । ନିକଟରେ ୟୁଏଇ ଓ ଇସ୍ରାଏଲ ମଧ୍ୟରେ ଐତିହାସିକ ଶାନ୍ତି ଚୁକ୍ତିରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଗୁରୁତ୍ବପୂର୍ଣ୍ଣ ମଧ୍ୟସ୍ଥତା କାରଣରୁ ତାଙ୍କ ନାଁ ନୋବେଲ ପୁରସ୍କାର ପାଇଁ ମନୋନୀତ କରାଯାଇଥିବା ଜଣାପଡିଛି ।

ୟୁଏଇ ଓ ଇସ୍ରାଏଲ ମଧ୍ୟରେ ଐତିହାସିକ ଶାନ୍ତି ଚୁକ୍ତି କରାଇଥିବାରୁ ନରଓ୍ବେର ସାଂସଦ ତିବ୍ରିଙ୍ଗ ଜେଡ୍ଡେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କୁ ନୋବେଲ ଶାନ୍ତି ପୁରସ୍କାର ଦେବା ପାଇଁ ପ୍ରସ୍ତାବ ଦେଇଥିଲେ । ବିଶ୍ବର ଅନେକ ବିବାଦିଦ ସମସ୍ୟାର ସମାଧାନ ପାଇଁ ଟ୍ରମ୍ପଙ୍କୁ ପ୍ରଶଂସା କରିଛନ୍ତି ଜେଡ୍ଡେ ।

ଜେଡ୍ଡେ କହିଛନ୍ତି ଟ୍ରମ୍ପ ଶାନ୍ତି ପ୍ରତିଷ୍ଠା ପାଇଁ ଅନ୍ୟମାନଙ୍କ ତୁଳନାରେ ଅଧିକ କାମ କରିଛନ୍ତି । 4 ଥରର ସାଂସଦ ଓ ନାଟୋ ସଂସଦୀୟ ସଭା ନରଓ୍ବେ ପ୍ରତିନିଧିମଣ୍ଡଳ ମୁଖ୍ୟ ଜେଡ୍ଡେ କହିଛନ୍ତି ଯେ ଟ୍ରମ୍ପ ପ୍ରଶାସନ ୟୁଏଇ ଓ ଇସ୍ରାଏଲ ମଧ୍ୟରେ ନୂଆ ସମ୍ପର୍କର ଆରମ୍ଭରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଅର୍ଜନ କରିଛନ୍ତି । ଏଣୁ ଏହି ଦକ୍ଷତା ଓ ପରାକାଷ୍ଠା ପାଇଁ ଟ୍ରମ୍ପଙ୍କୁ ସମ୍ମାନିତ କରିବାର ଆବଶ୍ୟକତା ଥିବା ସେ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.