ETV Bharat / international

ଡୋନାଲଡ୍ ଟ୍ରମ୍ପ୍: ଆମେରିକା ଇତିହାସର ସବୁଠାରୁ ବିବାଦୀୟ ରାଷ୍ଟ୍ରପତି, ଜାଣନ୍ତୁ ତାଙ୍କ ସମ୍ପର୍କରେ - ଡୋନାଲଡ୍ ଟ୍ରମ୍ପ୍

ଡୋନାଲଡ୍ ଟ୍ରମ୍ପ୍। ରାଜନୀତିରେ ଯାହାଙ୍କର ପ୍ରବେଶ ଥିଲା ଅପ୍ରତ୍ୟାଶିତ। ସେ ଥିଲେ ସମସ୍ତ ପୂର୍ବ ରାଷ୍ଟ୍ରପତିଙ୍କଠାରୁ ସଂପୂର୍ଣ୍ଣ ଭିନ୍ନ । ଆଉ ଏବେ ତାଙ୍କ ଆଗରେ ଅନିଶ୍ଚିତ ଭବିଷ୍ୟତ। ଚଳିତ ଶତାବ୍ଦୀର ବହୁଚର୍ଚ୍ଚିତ ଆମେରିକା ନେତା ଭାବେ ସେ ସବୁଠାରୁ ବିପଜ୍ଜନକ ସଂକଟର ସାମନା କରିଛନ୍ତି। ଏକଦା ବିଶ୍ବର ସମୃଦ୍ଧ ଓ ଗତିଶୀଳ ଆମେରିକା ଅର୍ଥନୀତି କୋରୋନା ଭୂତାଣୁ ସଂକ୍ରମଣ କାରଣରୁ ଏବେ ଅତ୍ୟନ୍ତ ସଂକଟ ଭିତରେ ଘଡ଼ିସନ୍ଧି ସମୟ ଦେଇ ଗତି କରୁଛି। ଏହାରି ଭିତରେ ଅନେକ ସଂକଟର ସମ୍ମୁଖୀନ ହୋଇଛନ୍ତି ରାଷ୍ଟ୍ରପତି ଟ୍ରମ୍ପ। ଅଧିକ ପଢନ୍ତୁ...

ଡୋନାଲଡ୍ ଟ୍ରମ୍ପ୍: ଆମେରିକା ଇତିହାସର ସବୁଠାରୁ ବିବାଦୀୟ ରାଷ୍ଟ୍ରପତି, ଜାଣନ୍ତୁ ତାଙ୍କ ସମ୍ପର୍କରେ

author img

By

Published : Nov 2, 2020, 9:00 AM IST

ହାଇଦ୍ରାବାଦ: ଦୁଇଶହ ବର୍ଷର ଅତି ପୁରାତନ ଗଣତନ୍ତ୍ର ଆମେରିକା 2017ରେ ତା’ର ସବୁଠାରୁ ବିବାଦୀୟ ରାଷ୍ଟ୍ରପତିଙ୍କୁ ଦେଖିଛି ଏବଂ ଆମେରିକୀୟ ସମର୍ଥକ ହିସାବରେ ଜଣେ ଜାତୀୟବାଦୀ ନେତା ଭାବେ ତାଙ୍କର କଠୋରପନ୍ଥୀ ଏବଂ ଆକ୍ରମଣାତ୍ମକ ନୀତି ଦିନକୁ ଦିନ ଅତି ସୂକ୍ଷ୍ମ ହେବା ସହ ସ୍ପଷ୍ଟ ହେବାରେ ଲାଗିଛି।

ଦୃଢମନା

ସ୍ପଷ୍ଟତା, ଦୃଢତା, ଆକ୍ରମଣାତ୍ମକ ମନୋଭାବ ଏବଂ ଏପରିକି ଜାତୀୟତାବାଦ (ଅଣ ଆମେରିକୀୟଙ୍କ ପ୍ରତି ବିଦ୍ବେଷ) ଆଦି ଗୁଣ ଟ୍ରମ୍ପଙ୍କ ପାଖରେ ଦେଖିବାକୁ ମିଳେ, ତାଙ୍କ ବିରୁଦ୍ଧରେ କହିବା ପାଇଁ ତାଙ୍କର ପ୍ରତିଦ୍ବନ୍ଦ୍ବୀଙ୍କୁ ଏସବୁ ବିଷୟ ଖୋରାକ ଯୋଗାଇଥାଏ ବୋଲି ବିଚାର କରାଯାଏ। କିନ୍ତୁ ରାଷ୍ଟ୍ରପତି ଟ୍ରମ୍ପଙ୍କ ବିଗତ ଚାରିବର୍ଷର ଯାତ୍ରାରେ ଏହା ଭୁଲ୍ ସାବ୍ୟସ୍ତ ହୋଇଛି। ତାଙ୍କର ରାଜନୈତିକ ପରିଚୟ ତାଙ୍କର ମାତ୍ର ଚାରି ବର୍ଷର ଶାସନକାଳରୁ ସ୍ପଷ୍ଟ ହୋଇଯାଇଛି। ରାଜନୈତିକ ଅଭିଜ୍ଞତାରୁ ସେ ନିଜକୁ ଅଧିକ ଦୃଢମନା ଭାବେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଏବଂ ଏହି କାରଣରୁ ସେ ଅଭିଜ୍ଞ ରାଜନେତାଙ୍କୁ ପଛରେ ପକାଇ ଦେଇଛନ୍ତି ଏବଂ ତାଙ୍କର ଉପସ୍ଥିତି ଆମେରିକା ନିର୍ବାଚନ ପ୍ରଚାରରେ ପରିବର୍ତ୍ତନ ଆଣିଛି।

ବିବାଦୀୟ ସମ୍ରାଟ

ଅନେକ ବାଦ ବିବାଦରେ ଛନ୍ଦି ହୋଇ ରହିଥିଲେ ସୁଦ୍ଧା ରାଷ୍ଟ୍ରପତି ଟ୍ରମ୍ପ ସବୁବେଳେ ନିଜକୁ ତାଙ୍କ ପ୍ରତିଦ୍ବନ୍ଦ୍ବୀଙ୍କଠାରୁ ଶ୍ରେଷ୍ଠ ବୋଲି ଦାବି କରି ଆସିଛନ୍ତି। ସେ କେବେ ବି ନିଜକୁ ବଞ୍ଚାଇବାକୁ ଯାଇ ରକ୍ଷଣାତ୍ମକ ହୋଇନାହାଁନ୍ତି, ବରଂ ସେ ଅଧିକରୁ ଅଧିକ ଆକ୍ରମଣାତ୍ମକ ହୋଇଛନ୍ତି। ଆମେରିକା ରାଜନୀତିରେ ଝଡ଼ ସୃଷ୍ଟି କରିଥିବା ଡାନିଏଲ କାଣ୍ଡଠାରୁ ଆରମ୍ଭ କରି ମହାଭିଯୋଗ ଘଟଣା ଏବଂ ସଂପ୍ରତି କୋଭିଡ-19 ମୁକାବିଲା ନେଇ ତାଙ୍କର ସୁପାରିସ, ଏଥିସହିତ ଆହୁରି ଅନେକ ପ୍ରସଙ୍ଗ ତାଙ୍କୁ ସବୁବେଳେ ଚର୍ଚ୍ଚାରେ ରଖି ଆସିଛି। ହେଲେ କୌଣସି ବି ପ୍ରସଙ୍ଗ ତାଙ୍କ ଭାବମୂର୍ତ୍ତିରେ ଆଞ୍ଚ ଆଣିପାରିନାହିଁ।

ସବୁବେଳେ ବିଜୟୀ

କିଛିଟା ଘଟଣାକୁ ବାଦ୍ ଦେଲେ ଡୋନାଲଡ ଟ୍ରମ୍ପ ଅନେକ କ୍ଷେତ୍ରରେ ବିଜୟୀ ହୋଇଛନ୍ତି। ସେ ସମସ୍ତ ବିବାଦରୁ ନିଜକୁ ନିର୍ଦ୍ଦୋଷ ପ୍ରମାଣିତ କରି ସେଥିରୁ ବାହାରି ଆସିଛନ୍ତି ଏବଂ ଏହାପରେ ସେ ତାଙ୍କ ସ୍ଥିତିକୁ ଅଧିକ ସୁଦୃଢ କରିଛନ୍ତି। ଚୀନ୍ ସହ ଟ୍ରମ୍ପ ଆରମ୍ଭ କରିଥିବା ବାଣିଜ୍ୟ ଯୁଦ୍ଧ ବା ଟ୍ରେଡ୍ ୱାର ଯୋଗୁଁ କମ୍ୟୁନିଷ୍ଟ ବ୍ୟବସ୍ଥା ଗୁରୁତର ଭାବେ ପ୍ରଭାବିତ ହୋଇଛି ଏବଂ ଆମେରିକାକୁ ଏଥିରୁ ଅନେକ ଫାଇଦା ମିଳିଛି। ଏହାଦ୍ବାରା ଟ୍ରମ୍ପଙ୍କ କଠୋରପନ୍ଥୀ ସ୍ବର ‘ଆମେରିକା ଫାଷ୍ଟ’ ନୀତି ଅଧିକ ଶାଣିତ ହୋଇପାରିଛି।

ଡୋନାଲଡ୍ ଟ୍ରମ୍ପ୍: ଆମେରିକା ଇତିହାସର ସବୁଠାରୁ ବିବାଦୀୟ ରାଷ୍ଟ୍ରପତି, ଜାଣନ୍ତୁ ତାଙ୍କ ସମ୍ପର୍କରେ
ଡୋନାଲଡ୍ ଟ୍ରମ୍ପ୍: ଆମେରିକା ଇତିହାସର ସବୁଠାରୁ ବିବାଦୀୟ ରାଷ୍ଟ୍ରପତି, ଜାଣନ୍ତୁ ତାଙ୍କ ସମ୍ପର୍କରେ

ସେହିପରି ଟ୍ରମ୍ପଙ୍କ ବିରୁଦ୍ଧରେ ଡେମୋକ୍ରାଟଙ୍କ ମହାଭିଯୋଗ ପ୍ରସ୍ତାବ ଶେଷରେ ପଣ୍ଡ ହୋଇଥିଲା ଏବଂ ଏହା ଟ୍ରମ୍ପଙ୍କ ନେତୃତ୍ବକୁ ସୁଦୃଢ କରିଥିଲା। ଫେବ୍ରୁଆରି ମାସରେ ଟ୍ରମ୍ପ ଦେଇଥିବା ଷ୍ଟେଟ୍ ଅଫ୍ ଦି ୟୁନିଅନ ଭାଷଣରୁ ଯାହାକି ଅତ୍ୟନ୍ତ ସ୍ପଷ୍ଟ ହୋଇପାରିଥିଲା।

ହେଲେ ଟ୍ରମ୍ପଙ୍କ ବିଜୟୀ ଭାବମୂର୍ତ୍ତିରେ ବଡ଼ ବ୍ୟତିକ୍ରମ ଥିଲା ଉତ୍ତର କୋରିଆ ଘଟଣା। ଉତ୍ତର କୋରିଆ ତା’ର ପରମାଣୁ କାର୍ଯ୍ୟକ୍ରମ ବାତିଲ କରିବା ନେଇ କିମ୍ଜ ଙ୍ଗଙ୍କୁ ରାଜି କରାଇବାରେ ବିଫଳ ହୋଇଥିଲେ ରାଷ୍ଟ୍ରପତି ଟ୍ରମ୍ପ୍ ।

ଆକ୍ରମଣାତ୍ମକ ମନୋଭାବ

ଯେତେବେଳେ ବି ଯେଉଁସବୁ ସମସ୍ୟା ଆସିଛି ସେସବୁକୁ ସୁଯୋଗରେ ପରିଣତ କରିବା ଏବଂ ତାଙ୍କ ପ୍ରତିଦ୍ବନ୍ଦ୍ବୀଙ୍କ ଗୁପ୍ତ ତଥ୍ୟ ପ୍ରଘଟ କରିବାରେ ସେ ବେଶ୍ ଧୂରନ୍ଧର। ଓବାମାଗେଟ୍ ପ୍ରସଙ୍ଗକୁ ପୁଣି ଥରେ ସେ ଲୋକଲୋଚନକୁ ଆଣିଥିଲେ। ହିଲାରୀ କ୍ଲିଣ୍ଟନ ହୁଅନ୍ତୁ ବା ବାରାକ ଓବାମା କିମ୍ବା ବର୍ତ୍ତମାନର ପ୍ରତିଦ୍ବନ୍ଦ୍ବୀ ଜୋଏ ବିଡେନ ସମସ୍ତଙ୍କୁ ଟ୍ରମ୍ପ ନିୟମିତ ଭାବେ ସମାଲୋଚନା କରି ଆସୁଛନ୍ତି।

ରାଜନୈତିକ ଯାତ୍ରା

2016 ରାଷ୍ଟ୍ରପତି ନିର୍ବାଚନ ଦୌଡ଼ରେ ପ୍ରବେଶ କରି ଟ୍ରମ୍ପ ପତ୍ନୀ ମେଲାନିଆଙ୍କ ସହ ସଫଳତାର ସିଡ଼ି ଚଢିବା ଆରମ୍ଭ କରିଥିଲେ ଏବଂ ରେକର୍ଡ ସଂଖ୍ୟକ ରାଜନୈତିକ ପ୍ରତିଦ୍ବନ୍ଦ୍ବୀଙ୍କୁ ପଛରେ ପକାଇ ସେ ରିପବ୍ଲିକାନ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ପଦ ଦଖଲ କରି ନେଇଥିଲେ। ଆଇନ ଶୃଙ୍ଖଳା ଉପରେ ସର୍ବଦା ଗୁରୁତ୍ବ ଦେଇ ଆସୁଥିବା ଟ୍ରମ୍ପଙ୍କ ସେସମୟର ଅତି ପରିଚିତ ସ୍ଲୋଗାନ ଥିଲା “ପୁଣି ଆମେରିକାକୁ ଶକ୍ତିଶାଳୀ କରିବା” । କ୍ଲେଭେଲାଣ୍ଡରେ ଅନୁଷ୍ଠିତ ରିପବ୍ଲିକାନ ନ୍ୟାସନାଲ କନଭେନସନରେ ସେ ଦଳର ପ୍ରାର୍ଥୀତ୍ବକୁ ଗ୍ରହଣ କରି ନେଇଥିଲେ। ଏବେ ଦୁଇଟି ପ୍ରସଙ୍ଗ ସମୃଦ୍ଧ ଆମେରିକୀୟ ଅର୍ଥନୀତି ଏବଂ ଅପରାଧ ମୁକାବିଲାକୁ ପାଥେୟ କରି ଦ୍ବିତୀୟ ଥର ପାଇଁ ରାଷ୍ଟ୍ରପତି ନିର୍ବାଚିତ ହେବା ଆଶାରେ ରହିଛନ୍ତି ଟ୍ରମ୍ପ୍।

କିନ୍ତୁ ଟ୍ରମ୍ପ ଏବଂ ତାଙ୍କ ଡେମୋକ୍ରାଟିକ ପ୍ରତିଦ୍ବନ୍ଦ୍ବୀ ଜୋଏ ବିଡେନ ଏବେ କୋରୋନା ମହାମାରୀ ସମ୍ପର୍କିତ ପ୍ରସଙ୍ଗକୁ କେନ୍ଦ୍ର କରି ପ୍ରଚାର ଚଳାଇଛନ୍ତି। ମହାମାରୀ ମୁକାବିଲା ନେଇ ଟ୍ରମ୍ପଙ୍କ ବିଫଳତା ଏବେ ନିର୍ବାଚନ ପ୍ରଚାରର ପ୍ରମୁଖ ପ୍ରସଙ୍ଗ ପାଲଟିଛି। ମହାମାରୀ ମୁକାବିଲା ନେଇ ଟ୍ରମ୍ପ ପ୍ରଶାସନର ବିଫଳତା ପ୍ରତିଦ୍ବନ୍ଦ୍ବୀ ବିଡେନଙ୍କ ଭାଷଣରେ ମୁଖ୍ୟ ପ୍ରସଙ୍ଗ ହୋଇ ଆସିଛି। ବିଡେନ ତାଙ୍କର ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ କରିବା ସହିତ ସାମାଜିକ ଦୂରତା ମଧ୍ୟରେ କମ୍ ସଂଖ୍ୟାରେ ଲୋକଙ୍କୁ ନେଇ ସମାବେଶ ଆୟୋଜନ କରୁଛନ୍ତି। ସେ ନିୟମିତ ଭାବେ ସାଧାରଣ ସଭାରେ ମାସ୍କ ପିନ୍ଧୁଛନ୍ତି, ଯେଉଁଥିପାଇଁ ଟ୍ରମ୍ପ ତାଙ୍କୁ ସାଧାରଣରେ ପରିହାସ କରୁଥିବା ଦେଖିବାକୁ ମିଳୁଛି।

ଟ୍ରମ୍ପ ପ୍ରଶାସନ ଶାସନଭାର ଗ୍ରହଣ କରିବା ଆରମ୍ଭରୁ ହିଁ ଦେଶରେ ବିକ୍ଷୋଭ ପ୍ରତିବାଦ ହୋଇ ଆସୁଛି। 2017 ଜାନୁଆରୀ ମାସରେ ରାଷ୍ଟ୍ରପତି ଟ୍ରାଭେଲ ବ୍ୟାନ୍‌ ଜାରି କରିବା ପରେ ଏବଂ ମେକସିକୋ ସହ ଦକ୍ଷିଣରେ ଥିବା ସୀମାରେ ଏକ ପ୍ରାଚୀର ନିର୍ମାଣ କରିବା ନେଇ ତାଙ୍କ ଯୋଜନାରେ ଆଗେଇବା ବେଳେ ଏହାକୁୃ ଦେଶରେ ଦୃଢ ବିରୋଧ କରାଯାଇଥିଲା।

ରାଷ୍ଚ୍ରପତି ତାଙ୍କର ପ୍ରଥମ ଶାସନ କାଳରେ ଦୁଇଜଣ କଂଜରଭେଟିଭ ଜଷ୍ଟିସ୍ ନିଲ୍‌ ଗୋରସୁକ୍ ଏବଂ ବ୍ରେଟ କାଭାନୁକଙ୍କୁ ସୁପ୍ରିମ କୋର୍ଟରେ ନିଯୁକ୍ତି ଦେଇ ଏବଂ 2020 ରାଷ୍ଟ୍ରପତି ନିର୍ବାଚନର କିଛି ଦିନ ପୂର୍ବରୁ ଜଷ୍ଟିସ ଆମି କୋନେ ବାରେଟଙ୍କୁ ସୁପ୍ରିମ କୋର୍ଟ ଜଷ୍ଟିସ ଭାବେ ନିଯୁକ୍ତି ଦେବାରେ ସକ୍ଷମ ହୋଇ ପାରିଛନ୍ତି। ଏହାକୁ ତାଙ୍କର ସଫଳତା କୁହାଯାଉଛି। କିନ୍ତୁ ବୈଦେଶିକ ନୀତି କ୍ଷେତ୍ରରେ ଟ୍ରମ୍ପଙ୍କୁ ଅତି କମ୍ ସଫଳତା ମିଳିଛି।

ଚୀନ୍ ସହିତ ବାଣିଜ୍ୟ ଚୁକ୍ତିକୁ ସୁରକ୍ଷିତ ରଖିବା ଉଦ୍ୟମକ୍ରମେ ଟ୍ରମ୍ପ କୋରୋନାଭୂତାଣୁ ସଂକ୍ରମଣ ଆରମ୍ଭ ହେବା ସମୟରେ ଚୀନ୍ ସହ ବନ୍ଧୁତ୍ବପୂର୍ଣ୍ଣ ଆଚରଣ ଦେଖାଇବା ସହ ଚୀନ୍ ରାଷ୍ଟ୍ରପତି ଜି ଜିନପିଙ୍ଗଙ୍କ ସହିତ ଗଠନମୂଳକ ସମ୍ପର୍କ ସ୍ଥାପନ ଚାହୁଁଥିବା ମନେ ହେଉଥିଲା, କିନ୍ତୁ ଏବେ ଚୀନ ଉପରେ ଆମେରିକା ବରାବର ଆକ୍ରମଣ କରି ଚାଲିଛି।

ସେହିପରି ଉତ୍ତର କୋରିଆ ରାଷ୍ଟ୍ରପତି କିମ୍ ଜଙ୍ଗଙ୍କ ସହିତ ସିଙ୍ଗାପୁର ଏବଂ ଭିଏତନାମରେ ବହୁ ଆଲୋଚିତ ଗୁରୁତ୍ବପୂର୍ଣ୍ଣ ବୈଠକ ସହିତ ଦୁଇ ଦେଶ ମଧ୍ୟରେ ସଂପର୍କ ସୁଧୁରିବାର ଆଶା କରାଯାଉଥିଲା। କିନ୍ତୁ ଉତ୍ତର କୋରିଆ ଜୁନ୍ ମାସରେ ଆମେରିକା ସହିତ ତା’ର କୂଟନୈତିକ ସମ୍ପର୍କ ଚ୍ଛିନ୍ନ କରିବା ପରେ ଏହି ଆଶାର ଅବସାନ ଘଟିଥିଲା। ଉତ୍ତର କୋରିଆକୁ ତା’ର ପରମାଣୁ କାର୍ଯ୍ୟକ୍ରମ ବନ୍ଦ କରିବାକୁ ଆମେରିକାର କୌଣସି ଉଦ୍ୟମ କାମ କରିନଥିଲା।

ବିଗତ ସାଢ଼େ ତିନି ବର୍ଷ ହେଲା ଆମେରିକା ପ୍ରଶାସନ ଭ୍ଲାଦିମୀର ପୁଟିନଙ୍କ ସହ ବନ୍ଧୁତା ଏବଂ ସୁସମ୍ପର୍କ ସ୍ଥାପନ ପାଇଁ ଟ୍ରମ୍ପଙ୍କ ଉଦ୍ୟମ ଏବଂ ରୁଷ୍ ରାଷ୍ଟ୍ରପତିଙ୍କ ସହ ତାଙ୍କର ଦୀର୍ଘଦିନର ଭିତିରି ସମ୍ପର୍କ ନେଇ ଦାୟିତ୍ବସମ୍ପନ୍ନ ଭାବେ କାର୍ଯ୍ୟ କରିନାହିଁ। ଟ୍ରମ୍ପ ଏବଂ ରୁଷ ମଧ୍ୟରେ ସମ୍ପର୍କକୁ ନେଇ ସନ୍ଦେହ 2016ରେ ଟ୍ରମ୍ପଙ୍କ ନିର୍ବାଚନ ପ୍ରଚାର ବେଳଠାରୁ ହିଁ ଆରମ୍ଭ ହୋଇଛି। ନିର୍ବାଚନ ସମୟରେ ତାଙ୍କର ପ୍ରତିଦ୍ବନ୍ଦ୍ବୀଙ୍କ ଇ-ମେଲକୁ ଖୋଳତାଡ଼ କରିବାକୁ ମସ୍କୋକୁ ଟ୍ରମ୍ପଙ୍କ ଅନୁରୋଧ, ରୁଷିଆ ଏବଂ ଆମେରିକା ମଧ୍ୟରେ ବନ୍ଧୁତା ହେବା ନେଇ ତାଙ୍କର ପ୍ରସ୍ତାବ ଏବଂ ଏହାକୁ ନେଇ ଟ୍ରମ୍ପଙ୍କ ପରାମର୍ଶଦାତା ଏବଂ ରୁଷୀୟ ଅଧିକାରୀଙ୍କ ମଧ୍ୟରେ ସମ୍ପର୍କକୁ ନେଇ ଅନେକ ଆଇନଗତ ପ୍ରଶ୍ନ ଉଠିଥିଲା ଯାହାର ତଦନ୍ତ ସ୍ବତନ୍ତ୍ର ବିଚାରପତି ରବର୍ଟ ମୁଏଲରଙ୍କ ଦ୍ବାରା କରାଯାଇଥିଲା।

ଆମେରିକୀୟ ଗୁଇନ୍ଦା ବିଭାଗ ଅଧିକାରୀଙ୍କ ସହିତ ମୁଏଲର ତଦନ୍ତରୁ ଜାଣିବାକୁ ପାଇଥିଲେ ଯେ, ଅରାଜକତା ସୃଷ୍ଟି କରିବା ଏବଂ ଟ୍ରମ୍ପଙ୍କୁ ପ୍ରଚାରରେ ସାହାଯ୍ୟ କରିବା ପାଇଁ ରୁଷିଆ ଆମେରିକା ନିର୍ବାଚନରେ ହସ୍ତକ୍ଷେପ କରିଥିଲା। କିନ୍ତୁ ଟ୍ରମ୍ପ 2018 ମସିହାରେ ହେଲସିଙ୍କିରେ ପୁଟିନଙ୍କ ସହିତ ଏକ ବୈଠକରେ ମିଳିତ ହେବା ଅବସରରେ ଏହି ତଥ୍ୟକୁ ନେଇ ପ୍ରଶ୍ନ ଉଠାଇବା ସହ ସନ୍ଦେହ ପ୍ରକାଶ କରିଥିଲେ।

ମହାଭିଯୋଗ ପ୍ରସ୍ତାବ ଉପରେ ଆଲୋଚନା ବେଳେ ରୁଷିଆ ପ୍ରତି ଟ୍ରମ୍ପଙ୍କ ଆଭିମୁଖ୍ୟ କେଦ୍ର ବିନ୍ଦୁ ପାଲଟିଥିଲା। ରୁଷ୍ ଆକ୍ରମଣର ମୁକାବିଲା ପାଇଁ ୟୁକ୍ରେନକୁ ଆମେରିକା ସାମରିକ ସହାୟତା ଯୋଗାଇ ଦେଇଥିଲା। ଏହାର ପ୍ରତିବଦଳରେ ଆମେରିକା ୟୁକ୍ରେନଠାରୁ ରାଜନୈତିକ ଅନୁଗ୍ରହ ଦାବି କରିଥିଲା। ମହାଭିଯୋଗ ନେଇ ଆଲୋଚନା ସମୟରେ ଆମେରିକା ସରକାରୀ ପ୍ରତିନିଧି ଏହାର ପ୍ରମାଣ ଦେଇଥିଲେ। କିନ୍ତୁ ଏହି ପ୍ରସଙ୍ଗ ମୁଖ୍ୟତଃ ଦଳୀୟ ବ୍ୟାପାରରେ ସୀମିତ ରହି ଶେଷ ହୋଇଥିଲା, ଡେମୋକ୍ରାଟ ସଦସ୍ୟମାନେ ଟ୍ରମ୍ପଙ୍କୁ ରାଜଦ୍ରୋହ ମାମଲାର ଦଣ୍ଡିତ କରିବା ସପକ୍ଷରେ ଭୋଟ ଦେଇଥିବା ବେଳେ ରିପବ୍ଲିକାନ ତାଙ୍କୁ ଦୋଷମୁକ୍ତ କରିବା ସପକ୍ଷରେ ଭୋଟ ଦେଇଥିଲେ।

ରାଷ୍ଟ୍ରପତି ଭାବେ ଟ୍ରମ୍ପ ତାଙ୍କର କାର୍ଯ୍ୟକାଳ ଭିତରେ ସ୍ବତନ୍ତ୍ର ବିଚାରପତିଙ୍କ ତଦନ୍ତ ଏବଂ ମହାଭିଯୋଗ ନେଇ ଯାଞ୍ଚର ସମ୍ମୁଖୀନ ହୋଇଛନ୍ତି। କିନ୍ତୁ ଏସବୁ ତାଙ୍କ ନେତୃତ୍ବ ଏବଂ ରାଜନୈତିକ ଦକ୍ଷତା ଉପରେ ସେଭଳି ପ୍ରଭାବ ପକାଇ ପାରିନାହିଁ, ଯେତିକି ପ୍ରଭାବ କୋରୋନା ଭୂତାଣୁ ଜନିତ ମହାମାରୀ ଦ୍ବାରା ତାଙ୍କ ନେତୃତ୍ବ ଉପରେ ପଡ଼ିଛି।

କୋରୋନା ମହାମାରୀ ବ୍ୟାପିବା ପରଠାରୁ ଟ୍ରମ୍ପ ବିବାଦୀୟ ହୋଇ ପଡ଼ିଛନ୍ତି । “କିପ୍ ଆମେରିକା ଗ୍ରେଟ୍” ସ୍ଲାୋଗାନ ସହ ଟ୍ରମ୍ପ ଆରମ୍ଭ କରିଥିଲେ 2020 ନିର୍ବାଚନ ପ୍ରଚାର। ହେଲେ ବାସ୍ତବରେ ଅଧିକାଂଶ ରାଜ୍ୟରେ ଏବେ ବେକାରୀ ଏବଂ ସ୍ବାସ୍ଥ୍ୟ ସମସ୍ୟା ମୁଖ୍ୟ ପ୍ରସଙ୍ଗ ହୋଇଥିବାରୁ ଏହି ସ୍ଲୋଗାନ ଲୋକଙ୍କ ପାଖରେ ପହଞ୍ଚି ପାରିନାହିଁ।

କୋରୋନା ମୃତ୍ୟୁ ଏବଂ ସଂକ୍ରମଣ ସଂଖ୍ୟା ଦୁଇଟି ଯାକ କ୍ଷେତ୍ରରେ ଆମେରିକା ବିଶ୍ବରେ ଏବେ ବି ଏକ ନମ୍ବର ସ୍ଥାନରେ ରହିଛି। ମୃତ୍ୟୁସଂଖ୍ୟା 2 ଲକ୍ଷ 15 ହଜାର ଏବଂ ସଂକ୍ରମଣ ସଂଖ୍ୟା 80 ଲକ୍ଷ ଟପିସାରିଲାଣି ଏବଂ ଆହୁରି ନୂଆ ମାମଲା ପ୍ରତିଦିନ ବଢିବାରେ ଲାଗିଛି। ପୁଣି ଥରେ କୋରୋନା ଭୂତାଣୁ ସଂକ୍ରମଣ କାରଣରୁ ଅର୍ଥନୀତି ପୁନରୁଦ୍ଧାର କ୍ଷେତ୍ରରେ ପୁଣି ଥରେ ଅଚଳାବସ୍ଥାର ଲକ୍ଷ୍ମଣ ଦେଖିବାକୁ ମିଳୁଛି।

ଟ୍ରମ୍ପ ବେଶ୍ ଭଲ ଭାବେ ଅବଗତ ଯେ, ତାଙ୍କର ରାଜନୈତିକ ଭବିଷ୍ୟତ ମହାମାରୀ ପରିଚାଳନା ସହିତ ଓତଃପ୍ରୋତ ଭାବେ ଜଡ଼ିତ। ମହାମାରୀ ରୋକିବା ପାଇଁ ହ୍ବାଇଟ ହାଉସ ନେଉଥିବା ପଦକ୍ଷେପ ସମ୍ପର୍କରେ ଦୈନିକ ସୂଚନା ଦିଆଯିବାର ମାତ୍ର କିଛି ମାସ ପରେ ଏହାକୁ ବନ୍ଦ କରିଦିଆଯାଇଥିଲା। ଟ୍ରମ୍ପ ନିଜେ କୋଭିଡ-19 ପଜିଟିଭ ଚିହ୍ନଟ ହେବା ପରେ ତାଙ୍କୁ ମାରିଲାଣ୍ଡର ୱାଲଟର ରିଡ୍ ମେଡିକାଲ ସେଣ୍ଟରରେ ଅନେକ ରାତି ବିତାଇବାକୁ ପଡ଼ିଥିଲା। କୋରୋନାକୁ ଭୃକ୍ଷେପ ନକରିବାକୁ ସେ ଦେଶବାସୀଙ୍କୁ ବୁଝାଇବାକୁ ପ୍ରୟାସ କରୁଥିବା ବେଳେ ନିଜର ସ୍ବାସ୍ଥ୍ୟ ତାଙ୍କୁ ଏ ଦିଗରେ ଧୋକା ଦେଇଥିଲା।

ଗୋଟିଏ ସମୟରେ କୋରୋନା ସଂକ୍ରମଣର ମୁକାବିଲା ନେଇ ଟ୍ରମ୍ପ ପ୍ରଶାସନ ବ୍ୟସ୍ତ ଥିବା ବେଳେ ଏକ ଶ୍ବେତାଙ୍ଗ ପୋଲିସ ଅଫିସର ଗୁଳିରେ ଜଣେ କୃଷ୍ଣକାୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣା ଏବଂ ଏହାକୁ ନେଇ ଦେଶବ୍ୟାପୀ ବ୍ୟାପକ ବିକ୍ଷୋଭ ପ୍ରତିବାଦ ସରକାରଙ୍କ ଚିନ୍ତା ବଢାଇଦେଇଥିଲା। ଏକ ଶ୍ବେତାଙ୍କ ପୋଲିସ ଅଫିସରଙ୍କ ଦ୍ବାରା ଜର୍ଜ ଫ୍ଲଏଡ ନାମକ ଜଣେ କୃଷ୍ଣକାୟ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା । ଏହି ଘଟଣା ପରେ ଆମେରିକାର ପ୍ରମୁଖ ସହର ସମେତ ଦେଶବ୍ୟାପୀ ହିଂସାତ୍ମକ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା। ଏପରି ବିକ୍ଷୋଭ ଗତ ଦଶ ବର୍ଷ ଭିତରେ ଦେଖିବାକୁ ମିଳିନଥିଲା। ବର୍ଣ୍ଣଗତ ଭେଦଭାବ ବିରୁଦ୍ଧରେ ପୋର୍ଟଲାଣ୍ଡ, ଓରେଗନର ଗଳିକନ୍ଦିରେ ବିକ୍ଷୋଭକାରୀ ମାନେ ଦୀର୍ଘ ଦିନ ଧରି ଆନ୍ଦୋଳନ କରିଥିଲେ। ଅନେକ ସ୍ଥାନରେ ପୋଲିସ ଓ ପ୍ରଶାସନ ସହ ବିକ୍ଷୋଭକାରୀଙ୍କ ସଂଘର୍ଷ ଓ ପୋଡ଼ାଜଳା ଘଟିଥିଲା।

ବିଡେନ୍ ଏବଂ ଟ୍ରମ୍ପ। ବୟସରେ ସତୁରୀ ବର୍ଷରୁ ଅଧିକ ଦୁଇ ହ୍ବାଇଟ୍ ଆମେରିକୀୟ। ସ୍ବାସ୍ଥ୍ୟସେବା, ଜଳବାୟୁ ପରିବର୍ତ୍ତନ, ବିଦେଶ ନୀତି ଏବଂ ନେତୃତ୍ବ ଆଦି ପ୍ରସଙ୍ଗରେ ଦୁଇ ଜଣଙ୍କ ଚିନ୍ତାଧାରା ସମ୍ପୂର୍ଣ୍ଣ ଭିନ୍ନ। ଏହି ଦୁହିଁଙ୍କ ମଧ୍ୟରୁ ଭୋଟର ଜଣଙ୍କୁ ରାଷ୍ଟ୍ରପତି ଭାବେ ବାଛିବେ। 74 ବର୍ଷୀୟ ରିପବ୍ଲିକାନ ପ୍ରେସିଡେଣ୍ଟ ତାଙ୍କର ପ୍ରତିଦ୍ବନ୍ଦ୍ବୀ 77 ବର୍ଷୀୟ ଜୋଏ ବିଡେନଙ୍କ ବ୍ୟାପକ ପ୍ରଚାର ଭିତରେ ସଂଘର୍ଷ କରି ତାଙ୍କର ପ୍ରଥମ ସୋପାନ କାର୍ଯ୍ୟକାଳ ପୂର୍ଣ୍ଣ କରିଛନ୍ତି। ରାଷ୍ଟ୍ରପତି ପ୍ରାର୍ଥୀ ମନୋନୀତ ହେବାରେ ବିଡେନ ହେଉଛନ୍ତି ସବୁଠାରୁ ବୟସ୍କ। ସେ ତାଙ୍କ ଜୀବନର ସର୍ବାଧିକ ସମୟ ୱାସିଂଟନରେ ନିର୍ବାଚିତ ଅଧିକାରୀ ଭାବେ ବିତାଇଛନ୍ତି। ପୂର୍ବରୁ କୌଣସି ରାଷ୍ଟ୍ରପତି ପ୍ରାର୍ଥୀଙ୍କର ସରକାରରେ ଏତେ ଦୀର୍ଘତମ ଅଭିଜ୍ଞତା ନଥିଲା। କିନ୍ତୁ ଏବେ ବିଡେନ୍ ଯେଉଁଭଳି ବିପକ୍ଷର ସମ୍ମୁଖୀନ ହୋଇଛନ୍ତି ପୂର୍ବରୁ ସେ ତାଙ୍କର ସୁଦୀର୍ଘ ରାଜନୈତିକ ଜୀବନ ଭିତରେ ଏଭଳି ସ୍ଥିତିର ସାମନା କରିନଥିଲେ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.