ETV Bharat / international

କୋଭିଡ-19 ମିଡିଆ କଭରେଜକୁ ନେଇ ଟ୍ରମ୍ପ ଇର୍ଷାପରାୟଣ: ଓବାମା

author img

By

Published : Oct 28, 2020, 6:03 PM IST

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କୋଭିଡ-19 ମିଡିଆ କଭରେଜକୁ ନେଇ ଇର୍ଷାପରାୟଣ ହେଉଛନ୍ତି ବୋଲି କହିଛନ୍ତି ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମା । ଟ୍ରମ୍ପଙ୍କ ପାଇଁ ହ୍ବାଇଟ୍ ହାଉସ୍ ‘ହଟ୍ ଜୋନ୍’ ହୋଇଯାଇଛି ବୋଲି ସେ କହିଛନ୍ତି । ଅଧିକ ପଢନ୍ତୁ...

ଓବାମା
ଓବାମା

ୱାସିଂଟନ: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କୋଭିଡ-19 ମିଡିଆ କଭରେଜକୁ ନେଇ ଇର୍ଷାପରାୟଣ ହେଉଛନ୍ତି ବୋଲି କହିଛନ୍ତି ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମା । ଟ୍ରମ୍ପଙ୍କ ପାଇଁ ହ୍ବାଇଟ୍ ହାଉସ୍ ‘ହଟ୍ ଜୋନ୍’ ହୋଇଯାଇଛି ବୋଲି ସେ କହିଛନ୍ତି ।

କିଛି ଦିନ ହେବ ବାରାକ୍ ଓବାମା ଫ୍ଲୋରିଡାରେ ଅଭିଭାଷଣ ଦେଇଆସୁଛନ୍ତି । ନିର୍ବାଚନ ପାଇଁ ଡେମୋକ୍ରାଟିକ ନେତା ଅନେକ ବୈଠକ କରିଛନ୍ତି । ଯଦି କୋଭିଡ ପରିଚାଳନା ଆରମ୍ଭରୁ ସଠିକ୍ ଭାବେ କରାଯାଇଥାନ୍ତା ତେବେ ଏତେ ମାତ୍ରାରେ କୋଭିଡ୍ ବ୍ୟାପି ନଥାନ୍ତା ବୋଲି ଓବାମା କହିଛନ୍ତି ।

ଫ୍ଲୋରିଡାର ଅର୍ଲାଣ୍ଡୋରେ ପର୍ଯ୍ୟଟନ ଶିଳ୍ପ କେତେ ବାଧାପ୍ରାପ୍ତ ହୋଇଛି ସେ ନେଇ ଓବାମା ଦର୍ଶାଇଥିଲେ । ଡେମୋକ୍ରାଟିକ ରାଷ୍ଟ୍ରପତି ପାର୍ଥୀ ଜୋ ବିଡେନଙ୍କ ସମର୍ଥନ କରି ଓବାମା କହିଛନ୍ତି ଯେ, ବିଡେନ୍ ପରୀକ୍ଷଣକୁ ନଜର ଅନ୍ଦାଜ କରିବେନି, ସେ ବୈଜ୍ଞାନିକଙ୍କୁ ପାଗଳ କହିବେନି, ସେ ସୁପର୍ ସ୍ପ୍ରେଡର୍ ହେବେନି ।

ତାଙ୍କ ବକ୍ତବ୍ୟରେ ଓବାମା ଟ୍ରମ୍ପଙ୍କୁ ବାରମ୍ବାର ଆକ୍ଷେପ କରିଥିଲେ ଓ ଅବ୍ରହାମ ଲିଙ୍କନଙ୍କ ପରେ ବ୍ଲାକ୍ ଆମେରିକାର ଦ୍ବିତୀୟ ଶ୍ରେଷ୍ଠ ରାଷ୍ଟ୍ରପତି ଅଟନ୍ତି ବୋଲି ସେ କହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.