ETV Bharat / international

ପାକିସ୍ତାନକୁ ସାମରିକ ପାଣ୍ଠି ଯୋଗାଇବା ବନ୍ଦ କରିଛି ଟ୍ରମ୍ପ ପ୍ରଶାସନ: ନିକ୍କି ହାଲି - harbours terrorists

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପାକିସ୍ତାନକୁ ସାମରିକ ସହାୟତା ଯୋଗାଇବା ବନ୍ଦ କରିଦେଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ଭାରତୀୟ- ଆମେରିକୀୟ ରିପବ୍ଲିକାନ୍ ରାଜନେତା ନିକ୍କି ହାଲି । ଅଧିକ ପଢନ୍ତୁ...

ନିକ୍କି ହାଲି
ନିକ୍କି ହାଲି
author img

By

Published : Oct 25, 2020, 3:25 PM IST

ୱାସିଂଟନ: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପାକିସ୍ତାନକୁ ସାମରିକ ସହାୟତା ଯୋଗାଇବା ବନ୍ଦ କରିଦେଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ଭାରତୀୟ- ଆମେରିକୀୟ ରିପବ୍ଲିକାନ୍ ରାଜନେତା ନିକ୍କି ହାଲି ।

ଫିଲାଡେଲଫିଆରେ ଟ୍ରମ୍ପଙ୍କ ପାଇଁ ଇଣ୍ଡିଆନ୍ ଭଏସ୍ ଦ୍ବାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ହାଲି ଟ୍ରମ୍ପଙ୍କ ବୈଦଶିକ ନୀତିକୁ ପ୍ରଶଂସା କରିଥିଲେ। ଦକ୍ଷିଣ କାରୋଲିନାର ଦୁଇଥର ରାଜ୍ୟପାଳ ଥିବା ହାଲି , ରାଷ୍ଟ୍ରପତି ପ୍ରଶାସନରେ ପ୍ରଥମ କ୍ୟାବିନେଟ୍ ମାନ୍ୟତାପ୍ରାପ୍ତ ଭାରତୀୟ-ଆମେରିକୀୟ ଥିଲେ। ସେ ଆମେରିକାର ନିର୍ବାଚନ ପୂର୍ବରୁ ଟ୍ରମ୍ପଙ୍କ ପାଇଁ ପ୍ରଚାର କରୁଛନ୍ତି।

ମିଳିତ ଜାତିସଂଘରେ ଆମେରିକାର ପୂର୍ବତନ ଦୂତ କହିଛନ୍ତି, ‘ଆତଙ୍କବାଦୀଙ୍କୁ ଲୁଚାଇ ରଖୁଥିବା ପାକିସ୍ତାନକୁ ଆମେ ଏକ ବିଲିୟନ ଡଲାର ସାମରିକ ସହାୟତା ଦେଉଥିଲୁ ଆଉ ଏମାନେ ହିଁ ଆମେରିକୀୟ ଯବାନଙ୍କୁ ହତ୍ୟା କରିବାକୁ ଚେଷ୍ଟା କରୁଛନ୍ତି ’ । 2018 ରେ ଟ୍ରମ୍ପ ପ୍ରଶାସନ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଇସଲାମାବାଦକୁ 300 ମିଲିୟନ୍ ଡଲାରର ଅର୍ଥ ସ୍ଥଗିତ ରଖିଛନ୍ତି।

ଏନେଇ ଟ୍ରମ୍ପ 2018ରେ ଏକ ଟ୍ବିଟ କରି କହିଥିଲେ, ଆମେରିକା ମୁର୍ଖ ଭାବେ 15 ବର୍ଷ ହେବ ପାକିସ୍ତାନକୁ 33 ବିଲିୟନ ଡଲାରର ସହାୟତା ପ୍ରଦାନ କରିସାରିଲାଣି । ଆଫଗାନିସ୍ତାନର ଆତଙ୍କବାଦୀଙ୍କୁ ପାକିସ୍ତାନ ସୁରକ୍ଷା ପ୍ରଦାନ କରୁଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.