ୱାଶିଂଟନ: ଟେନିଜେ ରାଜ୍ୟରେ ଭୟଙ୍କର ଘୂର୍ଣ୍ଣିଝଡ । ଏଥିରେ 25 ଜଣଙ୍କ ମୃତ୍ୟୁ ହେବା ସହ ଅନେକ ବିଶାଳକାୟ କୋଠା ମାଟିରେ ମିଶି ଯାଇଛି । ଦକ୍ଷିଣ ଆମେରିକାର ଅନେକ ରାଜ୍ୟରେ ସୁପର ମଙ୍ଗଳବାର ପ୍ରାଇମେରୀରେ ମତଦାନ ପୂର୍ବରୁ ଏହି ଘୂର୍ଣ୍ଣିଝଡ ସବୁ ନଷ୍ଟ କରିଦେଇଥିଲା ।
ମଧ୍ୟ ରାତ୍ରୀରେ ଏହି ଘୂର୍ଣ୍ଣିଝଡ ସୃଷ୍ଟି ହୋଇଥିଲା । ପ୍ରାୟ 140ଟି କୋଠାକୁ ନଷ୍ଟ କରିବା ସହ ଏହାର ତୀବ୍ରତା ଏତେ ଅଧିକ ଥିଲା ଯେ, ଅନେକ ଲୋକ ସୁରକ୍ଷିତ ସ୍ଥାନକୁ ଯାଇପାରିନଥିଲେ। ବର୍ତ୍ତମାନ ସେଠାରେ ଜରୁରୀକାଳିନ ପରିସ୍ଥିତି ଘୋଷଣା କରାଯାଇଛି । ଏହାସହ ସହାୟତା ପାଇଁ ନ୍ୟାସନାଲ ଗାର୍ଡଙ୍କୁ ପଠାଯାଇଛି ।
ଅନ୍ୟପକ୍ଷେ ପାଣିପାଗ ସର୍ଭେ ଦଳ ଅନୁସାରେ, ନାସିଭିଲେ ଓ ୱିଲସମ ସହରରେ ପ୍ରାୟ EF-3 ବେଗରେ ଘୂର୍ଣ୍ଣିଝଡ ସୃଷ୍ଟି ହୋଇଥିଲା । 10 ମାଇଲ ଦୂରରେ ଥିବା ସମସ୍ତ କୋଠା ଓ ଘରକୁ ନଷ୍ଟ କରିଦେଇଥିଲା ଏହି ଘୂର୍ଣ୍ଣିଝଡ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ