ETV Bharat / international

ବିଶ୍ବ ବାଇ ସାଇକେଲ ଦିବସ; ସାଇକେଲ ଚଲାନ୍ତୁ, ସୁସ୍ଥ ରୁହନ୍ତୁ - ସାଇକେଲ ଚଲାନ୍ତୁ ସୁସ୍ଥ ରୁହନ୍ତୁ

ସୁସ୍ଥ ଶରୀର ପାଇଁ ବ୍ୟାୟାମ ଅତ୍ୟନ୍ତ ଆବଶ୍ୟକ । ଆଉ ସାଇକେଲ ଚଲାଇବା ହେଉଛି ସବୁଠାରୁ ଉତ୍ତମ ବ୍ୟାୟାମ । ଶରୀମ ଫୁର୍ତ୍ତି ହେବା ସହ ମନ ପ୍ରଫୁଲ ରହିଥାଏ । ଏହାସହ ପରିବେଶ ପ୍ରଦୂଷଣ ମଧ୍ୟ କମିଥାଏ । ଏହି ଚିନ୍ତାଧାରାରେ ଆଜି ପ୍ରତିବର୍ଷ ବିଶ୍ବ ବାଇ ସାଇକେଲ ଦିବସ ପାଳନ ହୋଇଥାଏ ।

ବିଶ୍ବ ବାଇସାଇକେଲ ଦିବସ; ସାଇକେଲ ଚଲାନ୍ତୁ ସୁସ୍ଥ ରୁହନ୍ତୁ

author img

By

Published : Jun 3, 2020, 11:05 AM IST

ୱାଶିଂଟନ: ଆଜି ବିଶ୍ବ ବାଇ ସାଇକେଲ ଦିବସ । ବାଇସାଇକେଲ ସମସ୍ତ ମଣିଷଙ୍କର ଏବଂ ସମସ୍ତ ମଣିଷଙ୍କ ପାଇଁ । ଏହି ବାର୍ତ୍ତାର ପ୍ରଚାର ପାଇଁ ପ୍ରତିବର୍ଷ ଆଜିର ଦିନରେ ଏହି ଦିବସ ପାଳନ କରାଯାଇଥାଏ ।

ସାଇକେଲ ହେଉଛି ଏକ ସରଳ, ସୁଲଭ ମୂଲ୍ୟରେ, ନିର୍ଭରଯୋଗ୍ୟ, ପରିଷ୍କାର ଏବଂ ପରିବେଶରେ ପରିବହନ ପାଇଁ ସ୍ଥାୟୀ ମାଧ୍ୟମ । ବିଶ୍ବସ୍ବାସ୍ଥ୍ୟ ସଙ୍ଗଠନ ଅନୁଯାୟୀ ଚାଲିବା ଓ ସାଇକେଲ ଚଲାଇବା ସ୍ବାସ୍ଥ୍ୟ ପାଇଁ ଅତି ଲାଭଦାୟକ ହୋଇଥାଏ । ପରିବେଶ ପ୍ରଦୂଷଣ କମିବା ସହ ଦୂର୍ଘଟଣା ଜନିତ ମୃତ୍ୟୁହାର ମଧ୍ୟ କମିଥାଏ । ସାଇକେଲ ସ୍ଥାୟୀ ପରିବହନର ପ୍ରତୀକ ଏବଂ ସ୍ଥାୟୀ ବ୍ୟବହାର ଏବଂ ଉତ୍ପାଦନକୁ ବଢାଇବା ପାଇଁ ଏକ ସକରାତ୍ମକ ବାର୍ତ୍ତା ଦେଇଥାଏ ଏବଂ ଜଳବାୟୁ ଉପରେ ଏହାର ସକରାତ୍ମକ ପ୍ରଭାବ ପଡିଥାଏ |

ଜାତିସଂଘର ସାଧାରଣ ପରିଷଦର ଅନୁମୋଦନ କ୍ରମେ 2019ରୁ ପ୍ରତିବର୍ଷ ଜୁନ୍‌ 3 ରେ ବିଶ୍ବ ବାଇ ସାଇକେଲ ଦିବସ ପାଳନ କରାଯାଉଛି । ଏହି ଦିବସ ପାଳନ ପାଇଁ ପ୍ରଥମେ ଉଦ୍ୟମ ଆରମ୍ଭ କରିଥିଲେ ଲିସ୍‌ଜେକ୍‌ ସାଇବିଲ୍‌ସକି । ତାଙ୍କ ଉଦ୍ୟମକୁ ପ୍ରଥମେ ସମର୍ଥନ କରିଥିଲା ତୁର୍କମେନିସ୍ତାନ ଏବଂ ପରେ ଅନ୍ୟ 56 ଟି ରାଷ୍ଟ୍ର ।

ବିଶ୍ବରେ ଚୀନରେ ସବୁଠାରୁ ଅଧିକ ବାଇ ସାଇକେଲ ଉତ୍ପାଦନ ହୋଇଥାଏ । ସାରା ବିଶ୍ବରେ 67% ବାଇ ସାଇକେଲ ଚୀନରେ ତିଆରି ହୋଇଥାଏ । ତେବେ ସମ୍ପ୍ରତି ମୋଟର ସାଇକେଲ ଓ 4 ଚକିଆ ଯାନରେ ବହୁଳ ବ୍ୟବହାର ହେଉଥିବା ବେଳେ ସାଇକେଲ ବ୍ୟବହାର ବହୁମାତ୍ରାରେ ହ୍ରାସ ପାଉଥିବା ଦେଖିବାକୁ ମିଳୁଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.