ETV Bharat / international

ଆଦୌ ବାହାରି ନପାରେ ଭ୍ୟାକ୍ସିନ: WHO କୋରୋନା ବିଶେଷଜ୍ଞ - କୋରୋନା ଭ୍ୟାକ୍ସିନ

ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ପକ୍ଷରୁ ଆସିଛି ମନୁଷ୍ୟଜଗତକୁ ଭୟାକ୍ରାନ୍ତ କରିଲା ଭଳି ସୂଚନା । ଏକ ନୂତନ ରିପୋର୍ଟ ଅନୁଯାୟୀ । ଗ୍ଲୋବାଲ ହେଲଥ ଇମ୍ପେରିଆଲ୍ କଲେଜ୍ ଲଣ୍ଡନରେପ୍ରଫେସର ଭାବରେ କାର୍ଯ୍ୟ କରୁଥିବା ଡା.ଡେଭିଡ୍ ନାବୋରେ ଏକ ସାକ୍ଷାତକାରରେ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି । ସେ କହିଛନ୍ତି ଏମିତି କିଛି ଭାଇରରସ ରହିଛି ଯାହା ପାଇଁ ଆମ ପାଖରେ ଏପର୍ଯ୍ୟନ୍ତ ଟୀକା ନାହିଁ । ଅଧିକ ପଢନ୍ତୁ...

coronavirus
coronavirus
author img

By

Published : May 6, 2020, 1:23 AM IST

ଜେନେଭା: ସାରା ବିଶ୍ବ ଏବେ କୋରୋନା ପ୍ରଭାବରେ ଭୀତତ୍ରସ୍ତ । ମୃତ୍ୟୁର ତାଣ୍ଡବ ସହ ଅଜଣା ଭୟରେ ବିଶ୍ବର ଶତାଧିକ ରାଷ୍ଟ୍ରବାସୀ । ଏପରିସ୍ଥଳେ କୋରୋନା କବଳରୁ ରକ୍ଷା ପାଇଁ ଚାଲିଛି ସଞ୍ଜିବନୀ ଅର୍ଥାତ ପ୍ରତିଶେଧକ, ଔଷଧର ଅନୁସନ୍ଧାନ । ଏପରିସ୍ଥଳେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ପକ୍ଷରୁ ଆସିଛି ମନୁଷ୍ୟଜଗତକୁ ଭୟାକ୍ରାନ୍ତ କରିଲା ଭଳି ସୂଚନା । ଏକ ନୂତନ ରିପୋର୍ଟ ଅନୁଯାୟୀ । ଗ୍ଲୋବାଲ ହେଲଥ ଇମ୍ପେରିଆଲ୍ କଲେଜ୍ ଲଣ୍ଡନରେ ପ୍ରଫେସର ଭାବରେ କାର୍ଯ୍ୟ କରୁଥିବା ଡା.ଡେଭିଡ୍ ନାବୋରେ ଏକ ସାକ୍ଷାତକାରରେ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି । ସେ କହିଛନ୍ତି ଏମିତି କିଛି ଭାଇରରସ ରହିଛି ଯାହା ପାଇଁ ଆମ ପାଖରେ ଏପର୍ଯ୍ୟନ୍ତ ଟୀକା ନାହିଁ ।

ସେ ଆହୁରି କହିଛନ୍ତି ଯେ, ଆମେ ସମ୍ପୂର୍ଣ୍ଣ ଅନୁମାନ କରିପାରିବୁ ଯେ ଟିକା ଆଦୌ ବିକଶିତ କରାଯାଇପାରିବ ନାହିଁ । ନାବୋରେ କହିଛନ୍ତି ଯେ ଏହା ଅତ୍ୟନ୍ତ ଜରୁରୀ ଯେ ସବୁ ସମାଜ ନିଜକୁ ଏପରି ସ୍ଥିତିରେ ପାଇବେ ଯେଉଁଠାରେ ସେମାନେ କୋରୋନୋଭାଇରସରୁ ନିଜକୁ ନିରନ୍ତର ଭାବରେ ରକ୍ଷା କରିବା ପାଇଁ ଚେଷ୍ଟା ସର୍ବଦା ଜାରି ରଖିବେ । ଏହାସହ ଏହି ଭାଇରସ ସାମାଜିକ ଜୀବନ ଏବଂ ଅର୍ଥନୀତି ଉପରେ ଦୀର୍ଘକାଳ ବିପଦ ସୃଷ୍ଟି କରିବା ଜାରି ରଖିବ । ଏହାସହ ସେ ଆହୁରି କହିଛନ୍ତି ଯେ, କୋରୋନାର ବର୍ତ୍ତମାନ ସ୍ଥିତି ଓ ଲକ୍ଷଣରୁ ଜଣାଯାଉଛି ଯେ, ଭବିଷ୍ୟତରେ ହୁଏତ କୋରୋନା ଟୀକା ବିକଶିତ ହେବାରେ ଅନେକ ବିଳମ୍ବ ହୋଇପାରେ କିମ୍ବା ଟୀକା ବାହାରି ମଧ୍ୟ ନପାରେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.