ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ -ଡବ୍ଲୁଏଚଓ ସହ ସବୁ ସଂପର୍କ ଛିନ୍ନ କରିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ମେ ୨୯ ତାରିଖରେ ଘୋଷଣା କରିଛନ୍ତି । ହ୍ବାଇଟ ହାଉସରେ ଏକ ସାମ୍ବାଦିକ ସମ୍ମିଳନୀରେ ଟ୍ରମ୍ଫ, ହୁ’ ସହ ସଂପର୍କ ଛିନ୍ନ ନେଇ ଘୋଷଣା କରିବା ସହ ସଂଗଠନକୁ ଦିଆଯାଉଥିବା ପାଣ୍ଠି ବିଶ୍ୱବ୍ୟାପୀ ଜରୁରୀ ସ୍ୱାସ୍ଥ୍ୟ ସେବାରେ ବିନିଯୋଗ କରାଯିବ ବୋଲି କହିଛନ୍ତି । ୩୦ ଦିନ ମଧ୍ୟରେ ସଂଗଠନରେ ଆଖିଦୃଶିଆ ସଂସ୍କାର ଆଣିବା ପାଇଁ କୌଣସି ପ୍ରତିଶ୍ରୁତି ଦେବାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅସମର୍ଥ ହେବା କାରଣକୁ ଟ୍ରମ୍ପ ଏଭଳି ନିଷ୍ପତି ନେଇଛନ୍ତି ବୋଲି କୁହାଯାଉଛି । ମାତ୍ର ସପ୍ତାହେ ତଳେ ଆମେରିକା ରାଷ୍ଟ୍ରପତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ-ହୁ’ର ମହାନିର୍ଦ୍ଦେଶକଙ୍କୁ ଚିଠି ଲେଖି ସଂଗଠନରେ ସଂସ୍କାର ପାଇଁ ପ୍ରତିଶ୍ରୁତି ଦେବାକୁ ଦାବି କରିଥିଲେ । ହେଲେ ହୁ’ ସହ ସଂପର୍କ ଛିନ୍ନ କରିବାକୁ ଟ୍ରମ୍ପଙ୍କ ନିଷ୍ପତି କିଛି ନୂଆ ନୁହେଁ । ଘରୋଇ ଆବଶ୍ୟକତାକୁ ସବୁବେଳେ ପ୍ରାଥମିକତା ଦେଇ ଏକପାଖିଆ ଭାବେ ବହୁଦେଶୀୟ ସଂଗଠନକୁ ସବୁବେଳେ ଉପେକ୍ଷା କରିବା ହିଁ ଆମେରିକୀୟ ପ୍ରଶାସନର ଏ ଯାଏଁ ଟ୍ରାକ୍ ରେକର୍ଡ ରହିଛି । ୨୦୧୭ ଅକ୍ଟୋବରରେ ଆମେରିକା ଜାତିସଂଘର ଶିକ୍ଷା, ସାମାଜିକ ଓ ସାଂସ୍କୃତିକ ସଂଗଠନ-ୟୁନେସ୍କୋରୁ ଓହରି ଯାଇଥିଲା । ୧୯୪୫ ମସିହା ନଭେମ୍ବରରେ ସ୍ଥାପିତ ହୋଇଥିଲା ୟୁନେସ୍କୋ । ପ୍ରସିଦ୍ଧ ଆମେରିକୀୟ ଲେଖକ ଓ ୟୁନେସ୍କୋର ପ୍ରଥମ ଗଭର୍ଣ୍ଣିଂ ବୋର୍ଡର ସଦସ୍ୟ ଥିବା ଆର୍ଚିବାଲ୍ଡ ମ୍ୟାକଲେସିସ ହିଁ ୟୁନେସ୍କୋ ସମ୍ବିଧାନର ପ୍ରସ୍ତାବନା ଲେଖିଥିଲେ । ମ୍ୟାକଲେସିସ ମଣିଷର ମନ ମସ୍ତିଷ୍କରେ ହିଁ ପ୍ରଥମେ ଯୁଦ୍ଧ ଭାବନା ସୃଷ୍ଟି ହୁଏ । ଶାନ୍ତି ପାଇଁ ଉପାୟ ମଧ୍ୟ ମଣିଷ ମନରେ ଉଦ୍ରେକ ହେବା ଜରୁରୀ ବୋଲି ଏକ ପ୍ରସିଦ୍ଧ ଉକ୍ତିର ଜନକ ଥିଲେ ମ୍ୟାକଲେସିସ୍ । ( “since wars begin in the minds of men, it is in the minds of men that the defenses of peace must be constructed.” )
ସେ ଯାହା ହେଉନା କାହିଁକି ଆମେରିକା ୟୁନେସ୍କୋ ଛାଡିବାର ଏକାଧିକ କାରଣ ଥିଲା । ବଢିଚାଲିଥିବା ବକେୟା, ମୌଳିକ ସଂସ୍କାରର ଆବଶ୍ୟକତା ଓ ଲଗାତର ଇସ୍ରାଏଲ ବିରୋଧୀ ନୀତି ଭଳି ପ୍ରମୁଖ କାରଣରୁ ୟୁନେସ୍କୋ ଛାଡିବା ପାଇଁ ଟ୍ରମ୍ପ ପ୍ରଶାସନ ନିଷ୍ପତି ନେଇଥିଲା ବୋଲି କୁହାଯାଏ । ୨୦୧୮ ଜୁନ ମାସରେ ଆମେରିକା ଜାତିସଂଘ ମାନବ ଅଧିକାର ପରିଷଦ (ଏଚସିଆର୍)ରୁ ଓହରି ଯାଇଥିଲା । ଜାତିସଂଘର ୬୦ତମ ବାର୍ଷିକୀ ଅବସରରେ ୨୦୦୫ ସେପଟେମ୍ବରରେ ସର୍ବସମ୍ମତ ଭାବେ ୟୁଏନଏଚସିଆର୍ର ସ୍ଥାପନା ପାଇଁ ନିଷ୍ପତି ହୋଇଥିଲା । ହେଲେ ୨୦୦୬ ମେ ମାସରେ ଜାତିସଂଘର ସାଧାରଣ ସଭାରେ ଏଚସିଆର ସ୍ଥାପନା ସଂପର୍କିତ ପ୍ରସ୍ତାବ ବିପକ୍ଷରେ ଭୋଟ୍ ଦେଇଥିଲା ଆମେରିକା । ( ଇସ୍ରାଏଲ, ପାଲାଉ ଓ ମାର୍ଶାଲ ଆଇଲାଣ୍ଡ୍ ମଧ୍ୟ ପ୍ରସ୍ତାବ ବିରୋଧରେ ଭୋଟ୍ ଦେଇଥିଲେ । ) ଆମେରିକା ଅନୁସାରେ ମାନବ ଅଧିକାର ଉଲ୍ଲଂଘନ କ୍ଷେତ୍ରରେ ଖରାପ ରେକର୍ଡ ଥିବା ଦେଶଗୁଡିକ ମଧ୍ୟ ଏଚସିଆରକୁ ନିବା ର୍ଚିତ ହୋଇପାରନ୍ତି । ୨୦୦୬ରୁ ୨୦୦୯ ମଧ୍ୟରେ ଏଚସିଆର ନିଜର କାଯ୍ୟ ର୍ଧାରା ଓ ନୀତିନିୟମ ଚୂଡାନ୍ତ କରିଥିଲା । ପାଲେଷ୍ଟାଇନ ଓ ଅନ୍ୟ ଅଧିକୃତ ଆରବ ଅଂଚଳ ପାଇଁ ଏଜେଣ୍ଡା ୭ ବି ପ୍ରଣୟନ କରିଥିଲା ଏଚସିଆର୍ । ୨୦୦୬ରେ ଏଚଆରସି ସଦସ୍ୟତା ପାଇଁ ହୋଇଥିବା ନିବା ର୍ଚନରେ ପ୍ରତିଦ୍ୱନ୍ଦିତା ନ କରି ଇସ୍ରାଏଲ ସଂପର୍କିତ ଏଜେଣ୍ଡା ୭ ଅନ୍ତର୍ଗତ ଗୁରୁତ୍ୱପୂଣ୍ଣ ର୍ ଆଲୋଚନାରେ ଅନୁପସ୍ଥିତ ରହିଥିଲା ଆମେରିକା । ବିିଚିତ୍ର ବିଡମ୍ବନା ହେଲା ଯେ, ଏଚସିଆରର ଇସ୍ରାଏଲ ବିରୋଧୀ ଆଭିମୁଖ୍ୟ ଯୋଗୁଁ ହିଁ ଆମେରିକା ୪୭ ସଦସ୍ୟ ବିଶିଷ୍ଟ ସଂଗଠନ ଛାଡିବା ପଛର ପ୍ରମୁଖ କାରଣ ବୋଲି ଟ୍ରମ୍ପ ପ୍ରଶାସନ ଦର୍ଶାଇଥିଲା । ଜାତିସଂଘ ମାନବ ଅଧିକାର ପରିଷଦ -ଏଚସିଆରର ସଦସ୍ୟ ଭାବେ ୨୦୧୭ରେ ଦୁଇବର୍ଷ ପାଇଁ ନିର୍ବାଚିତ ହୋଇଥିଲା ଆମେରିକା । ତେବେ, ହୁ’ରେ କି ପ୍ରକାର ମୌଳିକ ସଂସ୍କାର ପାଇଁ ଟ୍ରମ୍ପ ପ୍ରଶାସନ ଦାବି କରିଥିଲେ, ତାହା ସ୍ପଷ୍ଟ ହୋଇନାହିଁ , ଯାହାକୁ ନେଇ ପ୍ରଶାସନ ୧୯୩ ସଦସ୍ୟ ବିଶିଷ୍ଟ ସଂଗଠନ ଛାଡିବାକୁ ନିଷ୍ପତି ନେଇଥିଲା । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଉପରେ ଚୀନର ସଂପୂଣ୍ଣ ର୍ ନିୟନ୍ତ୍ରଣ ରହିଛି । ଯେତେବେଳେ କୋରନା ଭାଇରସ ପ୍ରଥମେ ଆବିଷ୍କାର ହୋଇଥିଲ,ସେତେବେଳେ ବିଶ୍ୱକୁ ବିଭ୍ରାନ୍ତ କରିବା ପାଇଁ ଚୀନ୍ ହୁ’ ଉପରେ ଚାପ ପ୍ରୟୋଗ କରିଥିଲା ବୋଲି ରାଷ୍ଟ୍ରପତି ନିଜ ମନ୍ତବ୍ୟରେ କହିଥିଲେ । ତେବେ, କୋରୋନା ଭାଇରସ ନିୟନ୍ତ୍ରଣ ନେଇ ଚୀନ୍ ବେଶ୍ ପରିଶ୍ରମ କରୁଛି ବୋଲି ସେହି ଟ୍ରମ୍ପ ହିଁ ୨୦୨୦ ଜାନୁଆରୀ୨୪ରେ ଟ୍ୱିଟ୍ କରିଥିଲେ । କେବଳ ଏତିକି ନୁହେଁ, ୨୦୨୦ ଫେବ୍ରୁଆରୀ ୨୯ ତାରିଖରେ ଏକ ସାମ୍ବାଦିକ ସମ୍ମିଳନୀରେ ମଧ୍ୟ ରାଷ୍ଟ୍ରପତି ଟ୍ରମ୍ପ ଚୀନର କୋରନା ଭାଇରସ ନିୟନ୍ତ୍ରଣ ପଦକ୍ଷେପକୁ ବେଶ୍ ପ୍ରଶଂସା କରିଥିଲେ । ଚୀନ୍ ବେଶ୍ ଅଗ୍ରଗତି କରିଥିବା ଜଣାପଡିଛି ବୋଲି ଟ୍ରମ୍ପ ସେତେବେଳେ କହିଥିଲେ ।
ହୁ’ର ଟାଇମଲାଇନରୁ ଜଣାପଡିଛି ଯେ, ୨୦୧୯ ଡିସେମ୍ବର ୩୧ ତାରିଖରେ ଚୀନରେ କିଛି ନିମୋନିଆ କ୍ଳଷ୍ଟର କେସ ସାମନାକୁ ଆସିଲା ପରେ ସଂଗଠନ ଚୀନ୍ର ସହାୟତା ପାଇଁ ଏକ ଇନସିଡେଂଟ୍ ମ୍ୟାନେଜମେଂଟ୍ ସପୋର୍ଟ ଟିମ୍ ଗଠନ କରିଥିଲା । ଆମେରିକା ହୁ’ର ୩୪ ସଦସ୍ୟ ବିଶିଷ୍ଟ ଏକଜିକ୍ୟୁଟିଭ ବୋର୍ଡର ନିବା ର୍ଚିତ ସଦସ୍ୟ ରହିଥିଲା । ୨୦୧୮ରେ ତିନିବର୍ଷ ପାଇଁ ନିର୍ବାଚିତ ହୋଇଥିଲା ଆମେରିକା । ଫେବ୍ରୁଆରୀ ୩ରୁ ୬ତାରିଖ ମଧ୍ୟରେ ବସିଥିବା ଏକଜିକ୍ୟୁଟିଭ ବୋର୍ଡ ବୈଠକରେ ହୁ’ ମହାନିର୍ଦ୍ଦେଶକ କୋଭିଡ-୧୯ ସଂପର୍କରେ ସୂଚନା ଦେଇଥିଲେ । ତେବେ ବୈଠକରେ ଯୋଗଦେବା ପାଇଁ ଆମେରିକାର ସହକାରୀ ସ୍ୱାସ୍ଥ୍ୟ ସଚିବ ଆଡମିରାଲ୍ ବ୍ରିଟ୍ ଗିରଅଏରଙ୍କ ଚୟନକୁ ଠିକ୍ ସମୟରେ ସିନେିଟ ଅନୁମୋଦନ ମିଳିପାରିଲା ନାହିଁ । ପ୍ରଥମ ଥର ପାଇଁ ମେ ୨୨ ତାରିଖରେ ଅନୁଷ୍ଠିତ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏକଜିକ୍ୟୁଟିଭ ବୋର୍ଡ ବୈଠକରେ ଆଡମିରାଲ୍ ଗିରଏର୍ ଯୋଗ ଦେଇଥିଲେ । ଏଭଳି ମହାମାରୀ ପୁଣି ଥରେ ଯେମିତି ନ ବ୍ୟାପେ, ତାହା ଏକ ସ୍ୱତନ୍ତ୍ର, ନିରପେକ୍ଷ ଓ ବ୍ୟାପକ ତଦନ୍ତ ପରେ ନିଶ୍ଚିତ କରାଯିବା ଉପରେ ଆଡମିରାଲ୍ ଗିରଏର୍ ଗୁରୁତ୍ୱ ଦେଇଥିଲେ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନରୁ ଓହରିବା ପାଇଁ ରାଷ୍ଟ୍ରପତିଙ୍କ ଘୋଷଣା ତ କତତିରିଛନ୍ତି । କିନ୍ତୁ ଏଥିପାଇଁ ଆମେରକା କଂଗ୍ରେସ ଦ୍ୱାରା ଅନୁମୋଦିତ ଦୁଇଟି ସର୍ତ ପୂରଣ କରିବା ଦରକାର । ଆମେରିକା ୧୯୪୮ ମସିହାରେ ସଂଗଠନରେ ସାମିଲ ଆମେରିକୀୟ କଂଗ୍ରେସ ଦ୍ୱାରା ଅନୁମୋଦିତ ପ୍ରସ୍ତାବ ଅନୁସାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନରୁ ଓହରିବାକୁ ହେଲେ ଗୋଟିଏ ବର୍ଷ ଆଗରୁ ନୋଟିସ ଦେବାକୁ ।
ହୁ’ ତଥ୍ୟ ଅନୁସାରେ ଆମେରିକା ସଂଗଠନକୁ ବାଧ୍ୟତାମୂଳକ ଅନୁଦାନ ଭାବେ ୨୩୬ ଦଶମିକ ୯ ପ୍ରତିଶତ ଡଲାର ଦେବାକୁ ପ୍ରତିଶ୍ରୁତିବଦ୍ଧ ହୋଇଛି । ଏଥିସହ ସଂଗଠନକୁ ଆମେରିକା ଇଚ୍ଛାଧୀନ ଅନୁଦାନ ଭାବେ ୨୦୨୦-୨୧ ବର୍ଷ ପାଇଁ ୬୫୬ ମିଲିଅନ ଡଲାର ଦେବ । ଏହି ଅନୁଦାନ ହେଉଛି ହୁ’ ବାର୍ଷିକ ବଜେଟର ବଡ ଭାଗ ( ପାଖାପାଖି ୨୨ ପ୍ରତିଶତ ) ଆମେରିକାର ଅନୁଦାନରୁ ବଡ ଭାଗ ( ୨୭ ଦଶମିକ ୪ ପ୍ରତିଶତ ) ପୋଲିଓ ନିରାକରଣ ପାଇଁ ଖର୍ଚ୍ଚ ହୋଇଥାଏ । ଅତ୍ୟାବଶ୍ୟକ ସ୍ୱାସ୍ଥ୍ୟ ଓ ପୋଷଣ ସେବା ପାଇଁ ୧୭ ଦଶମିକ ୪ ପ୍ରତିଶତ, ଟୀକା ପ୍ରତିରୋଧକ ରୋଗ ଚିକିତ୍ସା ପାଇଁ ୭ ଦଶମକ ୭ ପ୍ରତିଶତ ଓ ଟିବି ନିରାକରଣ ପାଇଁ ୫ ଦଶମିକ ୭୪ ପ୍ରତିଶତ ଖର୍ଚ୍ଚ ହୋଇଥାଏ । ଆମେରିକା ହୁ’ରୁ ଓହରିଲା ପରେ ସଂଗଠନରେ ପ୍ରମୁଖ ଭୂମିକା ଗ୍ରହଣ ପାଇଁ ଅନ୍ୟ ସଦସ୍ୟ ରାଷ୍ଟ୍ରଙ୍କ ପାଇଁ ସୁଯୋଗ ସୃଷ୍ଟି କରିବ । ଆନ୍ତର୍ଜାତିକ ସହଯୋଗ ଓ ବିଶ୍ୱ ସ୍ୱାସ୍ଥ୍ୟ ସମସ୍ୟା ସମାଧାନ ଦିଗରେ ସେମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇପାରିବେ । ତେବେ, କୋଭିଡ-୧୯ର ମୁକାବିଲା ପାଇଁ ଟୀକା ବିକାଶ ଓ ବଣ୍ଟନରେ ଫୋକସ ରହିବ ।
ନିକଟରେ ଜେନିଭାରେ ଆୟୋଜିତ ହୁ’ହ ବିଶ୍ୱ ସ୍ୱାସ୍ଥ୍ୟ ସଭା ( ଡବ୍ଲୁଏଚଏ) ବୈଠକରେ ୟୁରୋପୀୟ ସଂଘ ଓ ଚୀନ୍ ସଫଳତାର ସହ ଏହି ଦାୟିତ୍ୱ ନିର୍ବାହ ପାଇଁ ପ୍ରସ୍ତାବ ଦେଇଥିଲେ । କୋଭିଡ-୧୯ର ସମ୍ମୁଖୀନ ହେବାକୁ ଔଷଧ, ଟୀକା ଓ ଚିକିତ୍ସା ସଂରଜାମର ବିଶ୍ୱବାସୀ ପାଇଁ ଯେଭଳି ଉପଲବ୍ଧ ହେବ, ସେ ଦିଗରେ ଆନ୍ତର୍ଜାତିକ ସହ ଯୋଗ ନିଶ୍ଚିତ କରିବା ଉପରେ ବୈଠକରେ ପ୍ରସ୍ତାବ ଗୃହୀତ ହୋଇଥିଲା । ଏ ଦିଗରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ନେତୃତ୍ୱ ଉପରେ ଆସ୍ଥା ସ୍ଥାପନ କରାଯାଇଥିଲ।। ମେ ୧୯ ତାରିଖରେ ଆୟୋଜିତ ଡବ୍ଲୁଏଚଏ ବୈଠକରେ ଗୃହୀତ ଏହି ପ୍ରସ୍ତାବକୁ ଭାରତ ସମେତ ୧୩୦ଟି ଦେଶ ପ୍ରାୟୋଜିତ କରିଥିଲେ । କୋଭିଡ-୧୯ର ଟୀକା ବିକଶିତ ହେଲେ, ସମସ୍ତେ ଯେଭଳି ସମାନ ଭାବେ ଓ ଠିକ୍ ସମୟରେ ଏହାର ଫାଇଦା ପାଇପାରିବେ, ସେ ନେଇ ଉଦ୍ୟମ ହେବ ବୋଲି ପ୍ରସ୍ତାବରେ କୁହାଯାଇଛି । ବହୁଦେଶୀୟ ସଂଗଠନ ପ୍ରତି ଆମେରକାର ଟ୍ରମ୍ପ ପ୍ରଶାସନ ଓ ଏହାର ପୂର୍ବବର୍ତୀ ପ୍ରଶାସନ ମଧ୍ୟରେ ଏକ ବଡ ଫରକ ରହିଛି, ଯାହା କି ୨୦୧୦ ମସିହା ମେ ମାସରେ ଜାତିସଂଘରେ ଆମେରିକାର ତତ୍କାଳୀନ ସ୍ଥାୟୀ ପ୍ରତିନିଧି ସୁସାନ ରାଇସଙ୍କ ବିବୃତିରୁ ସ୍ପଷ୍ଟ ବାରି ହୋଇପଡେ । ଏକ ସଂଗଠନ ମଧ୍ୟରେ ରହି ହିଁ ସଂସ୍କାର ଦିଗରେ କାମ କରିବା ସ୍ପୃହଣୀୟ ବୋଲି ରାଇସ ସେତେବେଳେ କହିଥିଲେ ।
ଆମେରିକା ଦ୍ୱାରା ଆର୍ଥିକ ଅନୁଦାନ ବନ୍ଦ ହେବା ଫଳରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆନୁକୂଲ୍ୟରେ ଚାଲୁଥିବା ବିଶ୍ୱ ସ୍ୱାସ୍ଥ୍ୟ ସେବା ଉପରେ ପ୍ରତିକୂଳ ପ୍ରଭାବ ପଡିବ । ସଂଗଠନରୁ ଓହରିବା ପାଇଁ ମେ ୨୯ ତାରିଖର ଘୋଷଣା ପୂର୍ବରୁ ଆମେରିକା ପକ୍ଷରୁ କୋଭିଡ ୧୯ ଓ ପୋଲିଓର ମୁକାବିଲା ପାଇଁ ପାଣ୍ଠି ଯୋଗାଣ ଲାଗି ୭ଟି ଦେଶ ଚିହ୍ନଟ କରାଯାଇଥିଲା । ସେହି ଦେଶଗୁିଡକ ହେଲେ ଆଫଗାନିସ୍ତାନ, ଇଜିପ୍ଟ, ଲିବ୍ୟା, ପାକିସ୍ତାନ, ସିରିଆ, ସୁଦାନ ଓ ତୁର୍କି ।
କୋଭିଡ-୧୯ ଭଳି ଆହ୍ୱାନର ସମ୍ମୁଖୀନ ହେବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ଜାତିସଂଘ ସହିତ ଭଲ ଯୋଗାଯୋଗ ରଖି ଭାରତକୁ ଅଗ୍ରସର ହେବାକୁ ପଡିବ । ଦୁଇ ଦଶକ ତଳେ ଏଚଆଇଭି/ଏଡସ ଭଳି ଆହ୍ୱାନ ମୁକାବିଲା ପାଇଁ ଆନ୍ତର୍ଜାତିକ ସହଯୋଗର ପ୍ରଭାବ ନେଇ ଭାରତର ଅଭିଜ୍ଞତା ରହିଛି । ସେତେବେଳ ଭାରତୀୟ ଫାର୍ମାସିଟ୍ୟୁକାଲ୍ କଂପାନି ସିପଲାକୁ ଏଚଆଇଭି/ଏଡସ ଭୂତାଣୁର ମୁକାବିଲା ପାଇଁ ସୁଲଭ ମୂଲ୍ୟରେ ସାଧାରଣ ଔଷଧ ପ୍ରସ୍ତୁତ ପାଇଁ ଅନୁମତି ମିଳିଥିଲା । ମେ ମାସରେ ଭାରତର ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ହର୍ଷ ବର୍ଧନ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏକଜିକ୍ୟୁଟିଭ ବୋର୍ଡର ସଭାପତି ଭାବେ ବର୍ଷକ ପାଇଁ ଦାୟିତ୍ୱ ଗ୍ରହଣ କରିଛନ୍ତି । କୋଭିଡ-୧୯ର ମୁକାବିଲା ପାଇଁ ନିଜର ଆବଶ୍ୟକତା ପୂରଣ ନିମନ୍ତେ ଆନ୍ତର୍ଜାତିକ ସହଯୋଗ ଦିଗରେ ଭାରତ ଗୁରୁତ୍ୱପୂଣ୍ଣ ର୍ ଭୂମିକା ନେବା ଆଶା କରାଯାଉଛି । ଏଥିପାଇଁ ଭାରତ ଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଦକ୍ଷିଣ ପୂବ ର୍ ଏସିଆ ଆଂଚଳିକ କାଯ୍ୟା ର୍ଳୟ –ଏସଇଏଆରଓ ମଧ୍ୟରେ ରହିଆସିଥିବା ପାରମ୍ପରିକ ସୁସଂପର୍କ ବେଶ ସହାୟକ ହେବ । ଭାରତରେ ହିଁ ଏସଇଏଆରଓ ହେଡକ୍ୱାର୍ଟର ରହିଛି । ଭାରତର ଡକ୍ଟର ପୁନମ କ୍ଷେତ୍ରପାଲ ସିଂହ ଏହାର ମୁଖ୍ୟ ଅଛନ୍ତି । ଏସଇଏଆରଓ ଭାରତରେ ସଂପ୍ରତି କାଯ୍ୟ ର୍ରତ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ୧୬୦୦ ବିଶେଷଜ୍ଞଙ୍କ କାମ ତଦାରଖ କରୁଛି ।
ରାଷ୍ଟ୍ରଦୂତ ଅଶୋକ ମୁଖାର୍ଜୀ, ଜାତିସଂଘରେ ଭାରତର ପୂର୍ବତନ ସ୍ଥାୟୀ ପ୍ରତିନିଧି