ETV Bharat / international

କୋରୋନା ପ୍ରଭାବ, ସିଡନୀ ଫିଲ୍ମ ଫେଷ୍ଟିଭାଲ 2020 ବାତିଲ - corona virus

କୋରୋନାର ପ୍ରଭାବ ଏବେ ସାରା ବିଶ୍ବରେ ଦେଖିବାକୁ ମିଳିଛି । ଏନେଇ ପ୍ରଥମ ଥର ପାଇଁ ବାତିଲ ହେଲା 2020ରେ ହେବାକୁ ଥିବା ସିଡନୀ ଫିଲ୍ମ ଫେଷ୍ଟିଭାଲ ।

Sydney Film Festival 2020 cancelled due to corona virus
କୋରୋନା ପ୍ରଭାବ, ସିଡନୀ ଫିଲ୍ମ ଫେଷ୍ଟିଭାଲ 2020 ବାତିଲ
author img

By

Published : Mar 19, 2020, 3:24 AM IST

ୱାଶିଂଟନ: ଏବେ ବିଶ୍ବକୁ ଗ୍ରାସିଛି କୋରୋନା ଭାଇରସର ଚିନ୍ତା । ଏନେଇ ବାତିଲ ହେଲା 2020 ସିଡନୀ ଫିଲ୍ମ ଫେଷ୍ଟିଭାଲ । ଉତ୍ସବର ଆୟୋଜକମାନେ ଏହି ପଦକ୍ଷେପକୁ ଏକ ‘ଦାୟିତ୍ବପୁର୍ଣ୍ଣ ନିଷ୍ପତ୍ତି ’ବୋଲି କହିଛନ୍ତି । 2020 ଜୁନ୍ 3ରୁ 14 ପର୍ଯ୍ୟନ୍ତ ଏହି ଉତ୍ସବ ଅନୁଷ୍ଠିତ ହେବାକୁ ଯୋଜନା କରାଯାଇଥିଲା । କିନ୍ତୁ କୋରୋନା ଭାଇରସ ପରି ମହାମାରୀ କାରଣରୁ ନ୍ୟୁ ସାଉଥ ୱେଲ୍ସରେ ଜୁନ ପର୍ଯ୍ୟନ୍ତ ସମସ୍ତ ବଡ଼ ସମାବେଶକୁ ନିଷେଧ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ବୁଧବାର ସୁଦ୍ଧା ଅଷ୍ଟ୍ରେଲିଆରେ 557 ଟି କରୋନା ଭାଇରସ୍ ନିଶ୍ଚିତ ହୋଇଛି, ସେଥିମଧ୍ୟରୁ 266 ଟି ନ୍ୟୁ ସାଉଥ ୱେଲ୍ସରେ ଅଛି। ଯେଉଁଥିରେ 57 ଟି ନୂଆ ମାମଲା ହୋଇଥିବା ବେଳେ ଜଣଙ୍କ ମୃତ୍ୟୁ ହୋଇଛି । ଇତିହାସରେ ପ୍ରଥମ ଥର ପାଇଁ ସିଡନୀ ଫିଲ୍ମ ଫେଷ୍ଟିଭାଲ ବାତିଲ ଘୋଷଣା କରିବାକୁ ପଡୁଛି ବୋଲି ଉତ୍ସବର ନିର୍ଦ୍ଦେଶକ ନାଶେନ ମୁଡ୍ଲି ଅତି ଦୁଃଖର ସହ କହିଛନ୍ତି । ଆମ ସମ୍ପ୍ରଦାୟର ସ୍ବାସ୍ଥ୍ୟ ଏବଂ ନିରାପତ୍ତା ଆମର ପ୍ରଥମ ଚିନ୍ତା ବୋଲି ମଧ୍ୟ ସେ ଏକ ଚିଠି ମାଧ୍ୟମରେ ଜଣାଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.