ETV Bharat / international

ଟ୍ରମ୍ପଙ୍କ ଭିସା ରଦ୍ଦ ନିଷ୍ପତ୍ତି: ସୁନ୍ଦର ପିଚାଇ, ମାଇକ୍ରୋସଫ୍ଟ ଓ ଟ୍ବିଟର ପକ୍ଷରୁ ଅସନ୍ତୋଷ ଜାହିର - ଟ୍ରମ୍ପଙ୍କ ଭିସା ରଦ୍ଦ ନିଷ୍ପତ୍ତି

ଆମେରିକାର ଭିସା ଅବଧି ବୃଦ୍ଧି ପ୍ରସଙ୍ଗରେ ଅସନ୍ତୋଷ ପ୍ରକାଶ କଲେ ଗୁଗଲ ସିଇଓ ସୁନ୍ଦର ପିଚାଇଙ୍କ ସମେତ ମାଇକ୍ରୋସଫ୍ଟ ଓ ଟ୍ବିଟର। ଆମେରିକାର ଅର୍ଥନୈତିକ ସଫଳତା ପାଇଁ ପ୍ରବାସୀଙ୍କ ବହୁତ ବଡ ଅବଦାନ ରହିଛି, ଏହାକୁ ଟେକ୍ନୋଲୋଜିରେ ବିଶ୍ୱସ୍ତରୀୟ ଅଗ୍ରଣୀ କରାଇଛି ।

ଟ୍ରମ୍ପଙ୍କ ଭିସା ରଦ୍ଦ ନିଷ୍ପତ୍ତି, ସୁନ୍ଦର ପିଚାଇ ,ମାଇକ୍ରୋସଫ୍ଟ ଓ ଟ୍ବିଟର ପକ୍ଷରୁ ଅସନ୍ତୋଷ ଜାହିର

author img

By

Published : Jun 23, 2020, 5:16 PM IST

ୱାସିଂଟନ୍: ଆମେରିକାର ଭିସା ଅବଧି ବୃଦ୍ଧି ପ୍ରସଙ୍ଗରେ ଅସନ୍ତୋଷ ପ୍ରକାଶ କଲେ ଗୁଗଲ ସିଇଓ ସୁନ୍ଦର ପିଚାଇ। ସେ ଏହି ନିୟମରେ ନାରାଜ ହେବା ସହ କହିଛନ୍ତି ଯେ ପ୍ରବାସୀମାନଙ୍କ ସହ ସେ ନିଜେ ଠିଆ ହେବେ ଏବଂ ସମସ୍ତଙ୍କ ପାଇଁ ସୁଯୋଗର ବିସ୍ତାର କରିବାକୁ କାର୍ଯ୍ୟ କରିବେ।

  • Immigration has contributed immensely to America’s economic success, making it a global leader in tech, and also Google the company it is today. Disappointed by today’s proclamation - we’ll continue to stand with immigrants and work to expand opportunity for all.

    — Sundar Pichai (@sundarpichai) June 22, 2020 " class="align-text-top noRightClick twitterSection" data=" ">

ତେବେ ମଙ୍ଗଳବାର ଆମେରିକା ସରକାର ଏଚ୍-୧ବି ଭିସା ସମେତ ଚାକିରି କରୁଥିବା ପ୍ରବାସୀମାନଙ୍କ ପାଇଁ ଲାଗୁ ହୋଇଥିବା ଅନ୍ୟ କିଛି ଚାକିରି ଅନୁମତିପତ୍ରକୁ ସାମୟିକ ସମୟ ପାଇଁ ରଦ୍ଦ ପାଇଁ ଘୋଷଣା କରିଛନ୍ତି। ଏହି ନିୟମ ଚଳିତ ବର୍ଷର ଶେଷ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି।

ତେବେ କୋରୋନା ମହାମାରୀ ଓ ଦେଶରେ ସୃଷ୍ଟି ହୋଇଥିବା ବେକାରୀ ସମସ୍ୟା ପାଇଁ ଆମେରିକା ସରକାର ଚାକିରି କରୁଥିବା ପ୍ରବାସୀମାନଙ୍କ ପାଇଁ ଲାଗୁ ହୋଇଥିବା ଏହି ଭିସାକୁ ରଦ୍ଦ କରିବା ନିଷ୍ପତ୍ତି ନେଇଛନ୍ତି।

''ଆମେରିକାର ଅର୍ଥନୈତିକ ସଫଳତା ପାଇଁ ପ୍ରବାସୀଙ୍କ ବହୁତ ବଡ ଅବଦାନ ରହିଛି, ଏହାକୁ ଟେକ୍ନୋଲୋଜିରେ ବିଶ୍ୱସ୍ତରୀୟ ଅଗ୍ରଣୀ କରାଇଛି । ଏବଂ ଗୁଗୁଲ ଆଜି ମଧ୍ୟ କମ୍ପାନୀ ଅଟେ ବୋଲି ଟ୍ରମ୍ପ ଏହି ପ୍ରସଙ୍ଗରେ ଘୋଷଣା କରିବାର ଏକ ଘଣ୍ଟା ପରେ ସୁନ୍ଦର ପିଚାଇ ଟୁଇଟ୍ ଜରିଆରେ କହିଛନ୍ତି। ଟ୍ରମ୍ପଙ୍କ ଏହି ଘୋଷଣାନାମାରେ ନିରାଶ ନହୋଇ ଆମେ ପ୍ରବାସୀମାନଙ୍କ ସହ ଠିଆ ହେବା ଏବଂ ସମସ୍ତଙ୍କ ପାଇଁ ସୁଯୋଗ ବିସ୍ତାର କରିବାକୁ କାର୍ଯ୍ୟ କରିବୁ ''ବୋଲି ପିଚାଇ କହିଛନ୍ତି।

କେବଳ ପିଚାଇ ନୁହନ୍ତି ଟ୍ରମ୍ପ୍‌ଙ୍କର ଏହି ନିଷ୍ପତ୍ତିରେ ମାଇକ୍ରୋସଫ୍‌ଟ ଓ ଟ୍ବିଟର୍‌ ପକ୍ଷରୁ ମଧ୍ୟ ଅସନ୍ତୋଷ ପ୍ରକାଶ ପାଇଛି। ମାଇକ୍ରୋସଫ୍‌ଟର ପ୍ରେସିଡେଣ୍ଟ୍‌ ବ୍ରାଡ୍‌ ସ୍ମିଥ୍‌ କହିଛନ୍ତି କି ଆମେରିକା ଏବେ ଅଧିକ ପ୍ରବାସୀଙ୍କୁ ଆବଶ୍ୟକ କରୁଛି। ସେହିପରି ଟ୍ବିଟର ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଛି।

ଟ୍ରମ୍ପଙ୍କ ଏହି ନିଷ୍ପତ୍ତି ଫଳରେ ବର୍ଷ ଶେଷ ବେଳକୁ ବିଭିନ୍ନ କ୍ଷେତ୍ର ଯଥା, ସୂଚନା ପ୍ରଯୁକ୍ତି , ଅର୍ଥନୀତି ଆତିଥେୟତା ଆଦି କ୍ଷେତ୍ରରେ 5 ଲକ୍ଷରୁ ଉର୍ଦ୍ଧ୍ବ ପ୍ରବାସୀ ଚାକିରୀ ହରାଇବେ। ବିଶେଷ କରି ଭାରତୀୟ ଆଇଟି କ୍ଷେତ୍ରରେ ଏହାର ଗଭୀର ପ୍ରଭାବ ପଡିବ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.