ୱାଶିଂଟନ: ମହାକାଶ ପର୍ଯ୍ୟଟନରେ ନୂଆ ଇତିହାସ । ବିଜନେସମ୍ୟାନ ଏଲନ ମସ୍କ(Elon Musk)ଙ୍କ କମ୍ପାନୀ Space X ପ୍ରଥମ ଥର ସାଧାରଣ ନାଗରିକଙ୍କୁ ବୁଧବାର ରାତିରେ ମହାକାଶକୁ ପଠାଇଛି । ପ୍ରଥମ ଥର ୪ ଜଣ ସାଧାରଣ ନାଗରିକଙ୍କୁ ମହାକାଶ ପଠାଇଛି ଏହି କମ୍ପାନୀ ।
ଖାସ କଥା ହେଉଛି ଯେ ଏହା ପୃଥିବୀ କକ୍ଷକୁ ଯାଇଥିବା ପ୍ରଥମ ନନ୍ ପ୍ରଫେସନାଲ ଆଷ୍ଟ୍ରୋନଟ୍ସ କ୍ରୁ । ମହାକାଶ ଯାତ୍ରା କରିଥିବା ୪ ଜଣ ସାଧାରଣ ନାଗରିକ ଡ୍ରାଗନ କ୍ୟାପସୁଲରୁ ମହାକାଶ ଯାଇଛନ୍ତି । ଏହି ଯାତ୍ରୀମାନେ ଅନ୍ତରାଷ୍ଟ୍ରୀୟ ସ୍ପେସ ଷ୍ଟେସନରୁ ୧୬୦ କିଲୋମିଟର ଉଚ୍ଚ କକ୍ଷରେ ବିଶ୍ବ ପରିକ୍ରମା କରି ମହାକାଶରେ ୩ ଦିନ ବିତାଇବେ । ଏହାପରେ ସ୍ପେସକ୍ରାଫ୍ଟ ପୃଥିବୀର ବାୟୁମଣ୍ଡଳରେ ପୁଣିଥରେ ପ୍ରବେଶ କରିବ ଏବଂ ଫ୍ଲୋରିଡା ଉପକୂଳରେ ପହଁଞ୍ଚିବ ।
-
Dragon has separated from Falcon 9’s second stage pic.twitter.com/pOfgJ9LsvE
— SpaceX (@SpaceX) September 16, 2021 " class="align-text-top noRightClick twitterSection" data="
">Dragon has separated from Falcon 9’s second stage pic.twitter.com/pOfgJ9LsvE
— SpaceX (@SpaceX) September 16, 2021Dragon has separated from Falcon 9’s second stage pic.twitter.com/pOfgJ9LsvE
— SpaceX (@SpaceX) September 16, 2021
୩୮ ବର୍ଷୀୟ ଇସାକମ୍ୟାନଙ୍କ କାନ୍ଧରେ ରହିଛି ଏହି ମିଶନର ଭାର । ଏସାକମ୍ୟାନ ପେମେଣ୍ଟ କମ୍ପାନୀର ପ୍ରତିଷ୍ଠାତା ଓ ସିଇଓ ଅଛନ୍ତି । ସେ ୧୬ ବର୍ଷ ବୟସରେ ଏହି କମ୍ପାନୀ ଆରମ୍ଭ କରିଥିଲେ । ଏହା ସ୍ପେସ ଏକ୍ସ ପ୍ରତିଷ୍ଠାତା ଏଲନ ମସ୍କଙ୍କ ମହାକାଶ ପର୍ଯ୍ୟଟନ ଦୁନିଆରେ ପ୍ରଥମ ଏଣ୍ଟ୍ରି । ଏହା ପୂର୍ବରୁ ବ୍ଲୁ ଓରିଜନ ଓ ଭର୍ଜିନ ସ୍ପେସ ସିପ ମଧ୍ୟ ପ୍ରାଇଭେଟ ସ୍ପେସ ପର୍ଯ୍ୟଟନ ଆରମ୍ଭ କରି ମହାକାଶକୁ ଉଡାଣ ଭରିଥିଲା ।