ETV Bharat / international

ଆମେରିକାର ଏକ କ୍ଲବରେ ଗୁଳିକାଣ୍ଡ, ଜଣେ ମୃତ 4 ଗୁରୁତର

author img

By

Published : Feb 22, 2021, 8:04 AM IST

ଆମେରିକାର ଏକ କ୍ଲବରେ ଗୁଳିକାଣ୍ଡ । ରବିବାର ବିଳମ୍ବିତ ରାତିରେ ମିସୌରିର ଦକ୍ଷିଣପୂର୍ବ ଅଞ୍ଚଳରେ ଥିବା ଏକ କ୍ଲବରେ ଅଚାନକ ଗୁଳି ମାଡ ହୋଇଥିଲା । ଯେଉଁଥିରେ ଜଣେ ପ୍ରାଣ ହରାଇଥିବାବେଳେ 4 ଗୁରୁତର ଆହତ ହୋଇଛନ୍ତି ।

ଆମେରିକାର ଏକ କ୍ଲବରେ ଗୁଳିକାଣ୍ଡ, 1 ମୃତ 4 ଗୁରୁତର

ୱାଶିଂଟନ:ଆମେରିକାର ଏକ କ୍ଲବରେ ଗୁଳିକାଣ୍ଡ । ରବିବାର ବିଳମ୍ବିତ ରାତିରେ ମିସୌରିର ଦକ୍ଷିଣପୂର୍ବ ଅଞ୍ଚଳରେ ଥିବା ଏକ କ୍ଲବରେ ଅଚାନକ ଗୁଳିକାଣ୍ଡ ହୋଇଥିଲା । ଯେଉଁଥିରେ ଜଣେ ପ୍ରାଣ ହରାଇଥିବାବେଳେ 4 ଗୁରୁତର ଆହତ ହୋଇଛନ୍ତି । ଏନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ଅନ୍ତର୍ଜାତୀୟ ମିଡିଆ ରିପୋର୍ଟ ଅନୁଯାୟୀ ଆମେରିକାର ଏହି କ୍ଲବରେ ଗୁଳିକାଣ୍ଡ ପରେ 5 ଜଣଙ୍କୁ ଉଦ୍ଧାର କରିଥିଲେ । ଯେଉଁଥିରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 4 ଜଣ ଆହତ ହୋଇଥିଲେ । ସମସ୍ତ ଆହତଙ୍କୁ ପୋଲିସ ନିକଟସ୍ଥ ହସପିଟାଲରେ ଭର୍ତ୍ତି କରିଥିବାବେଳେ ଚିକିତ୍ସା ଜାରି ରହିଛି । ତେବେ ଏହି ଘଟଣାରେ କାହାରିକୁ ଗିରଫ କରାଯାଇନଥିବାବେଳେ ଗୁଳିକାଣ୍ଡର କାରଣ ଖୋଜୁଛି ପୋଲିସ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.