ETV Bharat / international

ଏମିତି ଦେଶ ଯେଉଁଠି ପୁରୁଷ ଓ ମହିଳାଙ୍କ ପାଇଁ ଲକଡାଉନ ନିୟମ ଅଲଗା... - us

ପ୍ରାୟ ଅନେକ ଦେଶରେ ସଂକ୍ରମଣ ନ ବ୍ୟାପିବା ପାଇଁ ଲକଡାଉନ ଘୋଷଣା କରାଯାଇଛି । ହେଲେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ଲକଡାଉନ ନିୟମରେ କିଛି କୋହଳ କରାଯାଇଛି । କିନ୍ତୁ ଏମିତି ଦେଶ ଅଛି ଯେଉଁଠି ପୁରୁଷ ଓ ମହିଳାଙ୍କ ପାଇଁ ରହିଛି ଅଲଗା ନିୟମ ।

ଏମିତି ଦେଶ ଯେଉଁଠି ପୁରୁଷ ଓ ମହିଳାଙ୍କ ପାଇଁ ଲକଡାଉନ ନିୟମ ଅଲଗା

author img

By

Published : Apr 15, 2020, 10:30 AM IST

ୱାଶିଂଟନ: ଆତଙ୍କ ଖେଳାଇଛି କୋରୋନା ଭାଇରସ । ସଂକ୍ରମଣ ନବ୍ୟାପିବା ପାଇଁ ପ୍ରାୟ ସମସ୍ତ ଦେଶରେ ଲକଡାଉନ ଜାରି ରହିଛି । ଏତିକି ବେଳେ ଅନେକ ଦେଶ ଲକଡାଉନକୁ ନେଇ ନିଆଯାଉଥିବା ନିଷ୍ପତ୍ତିକୁ ନେଇ ଚର୍ଚ୍ଚାରେ । କିଛି ଏମିତି ସ୍ଥାନ ଅଛି ଯେଉଁଠି ଲିଙ୍ଗକୁ ନେଇ ଲକଡାଉନ ନିୟମ କରାଯାଉଛି ।

ଏହି ଘଡିସନ୍ଧି ମୂହୂର୍ତ୍ତରେ ଲକଡାଉନର କିଛି ଅଲଗା ନିୟମ କରିଛନ୍ତି ପେରୁ ଓ ପାନାମା । ଏମାନେ ଏମିତି ଏକ ଉଦାହରଣ ସୃଷ୍ଟି କରିଛନ୍ତି ଯାହା ଆଉ କେଉଁଠି ବି ଦେଖିବାକୁ ମିଳିନାହିଁ । ଅନ୍ୟ ଦେଶକୁ ଦେଖି ଏଠାରେ ମଧ୍ୟ ଲକଡାଉନ ଲାଗୁ କରାଯାଇଛି । କିନ୍ତୁ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ କିଛି ମାତ୍ରାରେ କୋହଳ କରାଯାଇଛି । ହେଲେ ସରକାର କୋହଳର ଯେଉଁ ନିୟମ ଆପଣାଇଛନ୍ତି ତାହା ସମ୍ପୂର୍ଣ୍ଣ ଅଲଗା ।

ପେରୁ ଓ ପାନାମା ସରକାର ଲିଙ୍ଗ ଅନୁଯାୟୀ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ଘରୁ ବାହାରକୁ ଯିବା ପାଇଁ ଅନୁମତି ଦେଇଛନ୍ତି । ଅଲଗା ଅଲଗା ଦିନରେ ପୁରୁଷ ଓ ମହିଳା ସାମାନ କିଣିବା ପାଇଁ ବାହାରକୁ ଯାଉଛନ୍ତି ।

ପେରୁରେ ସୋମବାର, ବୁଧବାର ଓ ଶୁକ୍ରବାର କେବଳ ପୁରୁଷମାନେ ହିଁ ସାମାନ କିଣିବା ପାଇଁ ଘରୁ ବାହାରକୁ ଯାଇପାରିବେ । ସେହିପରି ମଙ୍ଗଳବାର, ଗୁରୁବାର ଓ ଶନିବାର ମହିଳାମାନେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ବାହାରକୁ ଯାଉଛନ୍ତି । ହେଲେ ପାନାମାରେ ଏହା ବିପରୀତ ରହିଛି । ସୋମବାର, ବୁଧବାର ଓ ଶୁକ୍ରବାର ମହିଳାମାନେ ବାହାରକୁ ଯାଉଥିବାବେଳେ ମଙ୍ଗଳବାର, ଗୁରୁବାର ଓ ଶନିବାର ପୁରୁଷମାନେ ବାହାରକୁ ଯାଉଛନ୍ତି । ରବିବାର ଏହି ଦୁଇଦେଶରେ ଘରୁ ବାହାରକୁ ବାହାରିବାକୁ କାହାରିକୁ ବି ଅନୁମତି ନାହିଁ ।

ମଧ୍ୟ ଆମେରିକାର ଦକ୍ଷିଣରେ ପାନାମା ସହର ଥିବାବେଳେ ଏବେ ସୁ୍ଦ୍ଧା ଏଠାରେ 3472 କୋରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ 94 ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ପେରୁ ରେ 9784 କୋରୋନା ଆକ୍ରାନ୍ତ ହୋଇଥିବାବେଳେ 216 ଜଣଙ୍କର ମୃତ୍ୟୁ ଘଟିଛି ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.