ୱାସିଂଟନ୍: କୋରୋନା କାୟାକୁ ଟାଣି ହୋଇ ଚାଲିଛନ୍ତି ଜଣକ ପରେ ଜଣେ ହ୍ବାଇଟ ହାଉସ କର୍ମଚାରୀ। ରାଷ୍ଟ୍ରପତି ଟ୍ରମ୍ଫଙ୍କ ପଜିଟିଭ୍ ଚିହ୍ନଟ ପରେ ନିର୍ବାଚନକୁ ନେଇ ଚିନ୍ତା ଘନେଇ ଥିବା ବେଳେ ଏବେ ଆଉ ଜଣେ କର୍ମଚାରୀ ପଜିଟିଭ ଆସିଛନ୍ତି। ହ୍ବାଇଟ ହାଉସର ବରିଷ୍ଠ ପରାମର୍ଶ ଦାତା ଷ୍ଟିଫେନ ମିଲର ମହାମାରୀ କୋରୋନା ଦ୍ବାରା କବଳିତ ହୋଇଛନ୍ତି।
“ଗତ ପାଞ୍ଚ ଦିନ ହେବ ମୁଁ ସାମାଜିକ ଦୂରତା ରକ୍ଷା କରିବା ସହ ସଙ୍ଗରୋଧରେ କାର୍ଯ୍ୟ କରୁଥିଲି। ପ୍ରତିଦିନ ନମୁନା ପରୀକ୍ଷା ବେଳେ ରିପୋର୍ଟ ନେଗେଟିଭ୍ ଆସିଛି। ଆଜି ମୁଁ କୋଭିଡ -19 ପାଇଁ ପଜିଟିଭ୍ ପାଇଁ ପୁଣି ଥରେ ପରୀକ୍ଷା କରିଛି ଏବଂ ପଜିଟିଭ୍ ଆସିବା ପରେ ମୁଁ କ୍ବାରେଣ୍ଟିନରେ ଅଛି ବୋଲି ମିଲର ଏକ ବିବୃତ୍ତିରେ କହିଛନ୍ତି।''
ରାଷ୍ଟ୍ରପତି ଟ୍ରମ୍ପ ଓ ପତ୍ନୀ ମେଲାନିଆ ଟ୍ରମ୍ପଙ୍କ ଗତ ଗୁରୁବାର ଦିନ କୋରୋନା ପଜିଟିଭ ଆସିଥିଲେ। ଏହା ପରେ ସେମାନଙ୍କର ଘନିଷ୍ଠ ସହଯୋଗୀ ହୋପ ହିକ୍ସ ଏହି ସଂକ୍ରମଣରେ ଆକ୍ରାନ୍ତ ହୋଇଥିଲେ। ଟ୍ରମ୍ପଙ୍କୁ ଶୁକ୍ରବାର ଦିନ ଏକ ସାମରିକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଏବଂ ସୋମବାର ତାଙ୍କୁ ଡିସଚାର୍ଜ କରାଯାଇଛି।
ହ୍ବାଇଟ ହାଉସର ପ୍ରେସ ସଚିବ କେଏଲି ମ୍ୟାକେନାନି ଏବଂ ପ୍ରେସ କାର୍ଯ୍ୟାଳୟର ତିନିଜଣ କର୍ମଚାରୀ ମଧ୍ୟ ପଜିଟିଭ୍ ଆସିଛନ୍ତି। ଏହାସହ ହ୍ବାଇଟ ହାଉସରେ କାର୍ଯ୍ୟ କରୁଥିବା ଅତି କମରେ ତିନିଜଣ ସାମ୍ବାଦିକ କୋରୋନା ପଜିଟିଭ୍ ରହିଛନ୍ତି।
ଟ୍ରମ୍ପ ପରିବାର ସହିତ ସିଧାସଳଖ ଯୋଗାଯୋଗରେ ଥିବା ଆବାସିକ କର୍ମଚାରୀମାନେ ପ୍ରତିଦିନ କୋରୋନା ପରୀକ୍ଷା କରାଯାଉଛି, ଏହାସହ ପ୍ରତି 48 ଘଣ୍ଟାରେ ସପୋର୍ଟ ଷ୍ଟାଫଙ୍କ ପରୀକ୍ଷା କରାଯାଏ | ଏକ ମେଡିକାଲ ୟୁନିଟର ସ୍ୱାସ୍ଥ୍ୟ ପରାମର୍ଶଦାତାଙ୍କୁ ନିଯୁକ୍ତି ଦିଆଯାଇଛି। ଯେଉଁମାନେ କର୍ମଚାରୀ ଏବଂ ସେମାନଙ୍କ ପରିବାରକୁ ଯାଞ୍ଚ କରିବା ପାଇଁ ଉପଲବ୍ଧ ରହୁଛନ୍ତି।