ଓ୍ବାଶିଂଟନ: ଫେସବୁକର ସ୍କ୍ରିନ ସେୟାରିଂ ଫିଚର ଆପଣଙ୍କ ସ୍କ୍ରିନର ଲାଇଭ ଭିୟୁ ସେୟାର କରିବାକୁ ଅନୁମତି ଦିଏ । ଯାହା ଦ୍ବାରା ଆପଣ ଏକାଠି ଏହାକୁ ସେୟାର କରିପାରିବେ।
ଏନେଇ ମେସେଞ୍ଜର, ପ୍ରଡକ୍ଟ ମ୍ୟାନେଜର ନୋରା ମିଚେଭା ଏକ ବ୍ଲଗ ପୋଷ୍ଟ କରି କହିଛନ୍ତି ଯେ, " ଆପଣ କ୍ୟାମେରା ରୋଲ ଦ୍ବାରା ମେମୋରି ସେୟାର କରିବାକୁ ଚାହୁଁଛନ୍ତି କି ? ଅନଲାଇନରେ ଏକାଠି ସପିଂ କରିବାକୁ ଚାହୁଁଛନ୍ତି କି ? ସୋସିଆଲ ମିଡିଆ ସହ-ବ୍ରାଉଜ କରନ୍ତୁ, ଏବଂ ଅଧିକ-ସ୍କ୍ରିନ ସେୟାରିଂ କରି ଆପଣଙ୍କ ପ୍ରିୟ ଜନଙ୍କ ସହିତ ଯୋଡି ରହିବା ଏବଂ ନିକଟତର ହେବାରେ ସହଜ କରିଥାଏ ଏହି ମେସେଞ୍ଜର, ଯଦିଓ ଆପଣ ତାଙ୍କ ଠାରୁ ଦୂରରେ ଥାଆନ୍ତି" ।
ମୋବାଇଲ ଏବଂ ୱେବରେ ସ୍କ୍ରିନ ସେୟାରିଂ ସହିତ, ମେସେଞ୍ଜର ରୁମରେ ୱେବ ଏବଂ ଡେସ୍କଟପରେ 16 ଜଣ ଲୋକଙ୍କ ସହିତ ସ୍କ୍ରିନ ସେୟାର ମଧ୍ୟ ଉପଲବ୍ଧ ।
ମିଚେଭା କହିଛନ୍ତି, “ଆମେ ଖୁବ ଶୀଘ୍ର ଉକ୍ତ କ୍ୟାମେରାରେ ଆପଣଙ୍କ ସ୍କ୍ରିନକୁ ନିୟନ୍ତ୍ରଣ କରିବାର କ୍ଷମତାକୁ କନେକ୍ଟ କରିବୁ । ଯେଉଁମାନେ କ୍ୟାମେରାରେ ନିଜ ସ୍କ୍ରିନକୁ ସେୟାର କରିପାରିବେ ଏବଂ ମେସେଞ୍ଜର ରୁମ ମଧ୍ୟରେ 50ରୁ ଅଧିକ ଲୋକଙ୍କ ସହିତ ନିଜ ସ୍କ୍ରିନକୁ ସେୟାର କରିପାରିବେ ।
ମେସେଞ୍ଜରଙ୍କ ଟ୍ୱିଟ ଅନୁଯାୟୀ, ଏହି ନୂଆ ନିୟନ୍ତ୍ରଣ ସହିତ, ରୁମ ମେକର ନିର୍ଣ୍ଣୟ କରିବାକୁ ସମର୍ଥ ହେବେ ଯେ ଏକ ରୁମ ସୃଷ୍ଟି କରିବା ସମୟରେ ଏବଂ କଲ ସମୟରେ ସମସ୍ତ ଅଂଶଗ୍ରହଣକାରୀଙ୍କ ପାଇଁ ଫିଚର ଉପଲବ୍ଧ କରାଇବା କ୍ଷମତା ସୀମିତ ରହିବ କି ନାହିଁ ।
ମିଚେଭା କହିଛନ୍ତି ଯେ, ଆମେ ଆଶା କରୁଛୁ ଭିଡିଓ କଲ ଏବଂ ମେସେଞ୍ଜର ରୁମରେ ପରିବାର ଏବଂ ସାଙ୍ଗମାନଙ୍କ ସହ ଯୋଡିହେବା ଏବଂ ଅଂଶୀଦାର କରିବା ପାଇଁ ଏକ ମଜାଳିଆ ତଥା ଆକର୍ଷଣୀୟ ସ୍କ୍ରିନ ମିଳିବ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ