ETV Bharat / international

ଟ୍ରେନର ଶ୍ମଶାନ ସହ ବିଶ୍ବର ବୃହତ୍ତମ ଆଇନା ‘ସଲାର ଦେ ଉୟୁନି’

author img

By

Published : Sep 27, 2020, 2:30 PM IST

ଦକ୍ଷିଣ ଆମେରିକାର ବୋଲିଭିଆସ୍ଥିତ ‘ସଲାର ଦେ ଉୟୁନି’ । ପ୍ରାକୃତିକ ସୌନ୍ଦର୍ଯ୍ୟ ସାଙ୍ଗକୁ ରହସ୍ୟରେ ଭରା ଏହି ସ୍ଥାନ । ବିଶ୍ବର ବୃହତ୍ତମ ଆଇନା ଭାବେ ଏହି ସ୍ଥାନ ବେଶ ଜଣା ଶୁଣା ।

salar de uyuni, world's largest mirror, cremation ground of trains, unknown fact, ସଲାର ଦେ ଉୟୁନି, ବିଶ୍ବର ବୃହତ୍ତମ ଆଇନା, ଟ୍ରେନର ଶ୍ମଶାନ ଘାଟ, ଅଜଣା କଥା
ଟ୍ରେନର ଶ୍ମଶାନ ସହ ବିଶ୍ବର ବୃହତ୍ତମ ଆଇନା ‘ସଲାର ଦେ ଉୟୁନି’

ବ୍ୟସ୍ତ ବହୁଳ ଜୀବନରେ ଟିକେ ଫୁରସତ ସମୟ ମିଳିଲେ ଲୋକେ ଯୋଜନା କରନ୍ତି ବୁଲିଯିବା ପାଇଁ । ସେ ଧାର୍ମିକ ସ୍ଥଳ ହେଉ ଅବା ମନୋରଞ୍ଜନ ଭିତ୍ତିକ ସ୍ଥାନ, ପ୍ରତ୍ୟେକ ସ୍ଥାନରେ ଛୁଟି ଦିନ ହେଲା ମାନେ ଜମେ ପର୍ଯ୍ୟଟକଙ୍କ ଖଚାଖଚ ଭିଡ । କିଏ ପ୍ରକୃତିକୁ ଉପଭୋଗ କରିବା ପାଇଁ ବୁଲିବାକୁ ବାହାରିଯାଏ ତ କିଏ ପୁଣି ବିଭିନ୍ନ କଲା, ସଂସ୍କୃତି ଓ ପରମ୍ପରାକୁ ବୁଝିବା ପାଇଁ ବୁଲିବା ପସନ୍ଦ କରନ୍ତି । କିଛି ଏପରି ବି ଅଛନ୍ତି ଯେଉଁମାନେ କେବଳ ମନ ଓ ମସ୍ତିଷ୍କ ଶାନ୍ତ କରିବା ପାଇଁ ଓ ବ୍ୟସ୍ତ ଜୀବନରୁ ସମୟ କାଢି ନିଜକୁ ସମୟ ଦେବା ପାଇଁ ବାହାରିଯାଆନ୍ତି ଲଙ୍ଗ ଟୁରରେ ।

ଏମିତିରେ ଆଜି ଆମେ କହୁଛୁ ଏକ ଏପରି ସ୍ଥାନର କଥା ଯାହାକୁ ଆପଣ ବି କେବେ ନା କେବେ ନିଶ୍ଚୟ ଯିବାକୁ ଚାହିଁବେ । ଆଉ ଦେଖିବାକୁ ଚାହିଁବେ ପ୍ରକୃତିର ବିରଳ ଓ ଆଶ୍ଚର୍ଯ୍ୟକର ରଚନା । ଏହି ସ୍ଥାନଟି ହେଉଛି ଦକ୍ଷିଣ ଆମେରିକାର ବୋଲିଭିଆସ୍ଥିତ ‘ସଲାର ଦେ ଉୟୁନି’ । ପ୍ରାକୃତିକ ସୌନ୍ଦର୍ଯ୍ୟ ସାଙ୍ଗକୁ ରହସ୍ୟରେ ଭରା ଏହି ସ୍ଥାନ । ବିଶ୍ବର ବୃହତ୍ତମ ଆଇନା ଭାବେ ଏହି ସ୍ଥାନ ବେଶ ଜଣା ଶୁଣା । ସାଧାରଣତଃ ମୁହଁ ଦେଖିବା ପାଇଁ ଲୋକେ ଆଇନାର ବ୍ୟବହାର କରିଥାଆନ୍ତି । ବେଳେ ବେଳେ ପ୍ରକୃତିର ସମୂଦ୍ର ଜଳରାଶିରେ ଏହାର ଭ୍ରମ ସୃଷ୍ଟି ହେବାର ମଧ୍ୟ ନଜିର ରହିଛି । ହେଲେ ଏତେ ବିଶାଳକାୟ ଆକାରରେ ଆଇନାର ଭ୍ରମ ସୃଷ୍ଟି କରିବାର ରେକର୍ଡ ରଖିଛି ସଲାର ଦେ ଉୟୁନି ।

ଏହି ସ୍ଥାନଟି ବୋଲିଭିଆର ପ୍ରସିଦ୍ଧ ସଲ୍ଟ ଫ୍ଲାଟ ବା ଲୁଣି ସମତଳ ଭାବେ ମଧ୍ୟ ବେଶ ପରିଚିତ । ତେବେ ଏହି ସ୍ଥାନ ବିଷୟରେ ଆସନ୍ତ ଜାଣିବା କିଛି ଏପରି କଥା, ଯାହା ହୁଏତ ଖୁବ କମ ଲୋକେ ଶୁଣିଥିବେ ଓ ଜାଣିଥିବେ...

  • ବିଶ୍ବର ସବୁଠାରୁ ଦୀର୍ଘତମ ଲୁଣି ସମତଳ ଭାବେ ସଲାର ଦେ ଉୟୁନିର ଖ୍ୟାତି ରହିଛି । ଏହା 10,582 କିଲୋମିଟର ପର୍ଯ୍ୟନ୍ତ ବ୍ୟାପ୍ତ ।
  • ଏହି ସ୍ଥାନର ଅନ୍ୟତମ ଆକର୍ଷଣ ହେଉଛି ଟ୍ରେନର ଶ୍ମଶାନ ଘାଟ । ବିଶ୍ବାସ କରାଯାଏ କି ଏଠାରେ ଟ୍ରେନର ଏକ ଶ୍ମଶାନ ଘାଟ ରହିଛି । ଯେଉଁଠାରେ 1940 ମସିହାରେ ଖଣି ବୋହିବା ପାଇଁ ବ୍ୟବହୃତ ହେଉଥିବା ଟ୍ରେନ ସବୁର ଅବଶିଷ୍ଟାଂଶ ପୋତା ଯାଇଛି । ଏହି ସ୍ଥାନକୁ ଦେଖିବା ପାଇଁ ଆଜି ବି ହଜାର ହଜାର ପର୍ଯ୍ୟଟକ ଦେଶ ତଥା ଦେଶ ବାହାରୁ ଆସିଥାଆନ୍ତି ।
  • ବର୍ଷର ଏକ ନିର୍ଦ୍ଦିଷ୍ଟ ସମୟରେ ଏହି ସମତଳ ସଫା ଜଳ ଦ୍ବାରା ଆଚ୍ଛାଦିତ ହୁଏ । ଯାହା ଏହି ସମତଳକୁ ବିଶ୍ବର ବୃହତ୍ତମ ଆଇନାରେ ପରିଣତ କରେ ।
  • ଏହି ସ୍ଥାନର ଅନ୍ୟ ଏକ ନାମ ହେଉଛି ସଲାର ଦେ ତୁନାପା । ସ୍ପାନିଶ ଭାଷାରେ ଏହାର ଅର୍ଥ ହେଉଛି ଲୁଣି ସମତଳ ସଂରକ୍ଷଣ ।
  • ଏହି ସମତଳରେ ପ୍ରାୟ 11 ବିଲିୟନ ଟନ ଲୁଣ ଗଚ୍ଛିତ ରହିଥିବା ଆକଳନ କରାଯାଇଛି ।
  • ମହାକାଶରେ ନିଜ ଉପଗ୍ରହର ସ୍ଥାନ ନିରୂପଣ କରିବା ପାଇଁ ନାସା ଏହି ବୃହତ୍ତମ ଆଇନା ବା ସଲାର ଦେ ଉୟୁନିର ସାହାଯ୍ୟ ନେଇଥାଏ ।
  • ଏହି ସମତଳକୁ ପ୍ରତିବର୍ଷ ପ୍ରାୟ 80 ପ୍ରଜାତିର ଦେଶୀ ଓ ବିଦେଶୀ ପକ୍ଷୀ ଆସିଥାଆନ୍ତି । ଯେଉଁଥିରେ ରହିଛି 3 ପ୍ରଜାତିର ଫ୍ଲେମିଙ୍ଗୋ ।
  • ପ୍ରାରମ୍ଭିକ ପର୍ଯ୍ୟାୟରେ ସଲାର ଦେ ଉୟୁନି ସମ୍ପୂର୍ଣ୍ଣ ସମତଳ ଭୂମି ରହିଥିବା ବେଳେ ସମୟକ୍ରମେ ଏଥିରେ କୋଠରୀ ଆକାରର ବ୍ଲକ ଦେଖାଯାଇଥିଲା । ଯାହା ଏବେ ବି ମହଜୁଦ ରହି ଏହି ସ୍ଥାନର ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.