ETV Bharat / international

ପ୍ରଥମ ଜନ୍ମଦିନରେ ଚ୍ୟାରିଟି ପାଇଁ ଜୁନିୟର ପ୍ରିନ୍ସଙ୍କ ଅନୁରୋଧ - ପ୍ରିନ୍ସ ହ୍ୟାରୀ ଓ ମେଘନା ମର୍କେଲ

ନିଜ ପ୍ରଥମ ବର୍ଥ ଡେରେ ଆର୍କି କୋରୋନା ଭାଇରସରେ ପ୍ରଭାବିତ ପିଲାଙ୍କ ପାଇଁ ଫଣ୍ଡ ଦାନ କରିବାକୁ ଅନୁରୋଧ କରିଛନ୍ତି । ଅଧିକ ପଢନ୍ତୁ...

ପ୍ରଥମ ବର୍ଥ ଡେରେ ଚ୍ୟାରିଟି ପାଇଁ ଜୁନିୟର ପ୍ରିନ୍ସଙ୍କ ଅନୁରୋଧ

author img

By

Published : May 6, 2020, 10:12 PM IST

ଲଣ୍ଡନ: ବୁଧବାର ବ୍ରିଟେନ ରାଜପରିବାରର ପ୍ରିନ୍ସ ହ୍ୟାରୀ ଓ ମେଘନା ମର୍କେଲଙ୍କ ପୁଅ ଆର୍କି ମାଉଣ୍ଟବେଟନ ୱିଣ୍ଡସରର ପ୍ରଥମ ଜନ୍ମଦିନ ପାଳନ ହୋଇଛି । କୋରୋନା ଯୋଗୁଁ ଧୂମଧାମରେ ଏହା ପାଳିତ ହୋଇନାହିଁ । କିନ୍ତୁ ଏଥିରେ ଜୁନିୟର ପ୍ରିନ୍ସ ଲୋକଙ୍କୁ ଏକ ମହତ କାର୍ଯ୍ୟ ପାଇଁ ଅନୁରୋଧ କରିଛନ୍ତି ।

Prince Harry and Meghan release charity video
ପ୍ରଥମ ବର୍ଥ ଡେରେ ଚ୍ୟାରିଟି ପାଇଁ ଜୁନିୟର ପ୍ରିନ୍ସଙ୍କ ଅନୁରୋଧ

ନିଜ ପ୍ରଥମ ବର୍ଥ ଡେରେ ଆର୍କି ସମସ୍ତଙ୍କ କୋରୋନା ଭାଇରସରେ ପ୍ରଭାବିତ ପିଲାଙ୍କ ପାଇଁ ଫଣ୍ଡ ଦାନ କରିବାକୁ ଅନୁରୋଧ କରିଛନ୍ତି । ଭିଡିଓରେ ମେଘନାଙ୍କ କୋଳରେ ଆର୍କି ବସିଥିବାବେଳେ ନିଜ ଫେଭରିଟ ବୁକ ଡକ୍ ଓ ରାବିଟ ପଢୁଛନ୍ତି । ମେଘନାଙ୍କ ସ୍ବାମୀ ତଥା ଆର୍କିଙ୍କ ବାପା ପ୍ରିନ୍ସ ହ୍ୟାରୀ ଏହାର ସୁଟିଂ କରିବା ସହ ପୁଅକୁ ଚିଅର ଅପ କରୁଛନ୍ତି । ସେଭ ଦ ଚିଲଡ୍ରେନ ଚ୍ୟାରିଟିରେ ଦାନ କରିବା ନେଇ ଏହି ଭିଡିଓରେ ସେ ଘୋଷଣା କରିଛନ୍ତି । ପୂର୍ବରୁ ଇନଷ୍ଟାଗ୍ରାମରେ ଏହି ଭିଡିଓକୁ ଫଣ୍ଡ ସଂଗ୍ରହ ପାଇଁ ଅପଲୋଡ କରାଯାଇଥିଲା ।

ଚ୍ୟାରିଟି ପକ୍ଷରୁ ସହାୟତା ପାଇଁ ଉଭୟ ପ୍ରିନ୍ସ ହ୍ୟାରୀ ଓ ମେଘନାଙ୍କୁ ଧନ୍ୟବାଦ ଦିଆଯାଇଛି । ସଂସ୍ଥାର ୟୁକେ ଆକାଉଣ୍ଟରେ ଏଥିପାଇଁ ଏକ ଲେଖା ପ୍ରକାଶ କରି ଆର୍କିକୁ ଧନ୍ୟବାଦ ଦେବା ସହ ରାଜପରିବାରକୁ କୃତଜ୍ଞତା ଜଣାଇଛି ସଂସ୍ଥା । ଏହି ଭିଡିଓ ଆମେରିକାର ଲସ ଏଞ୍ଜେଲେସରେ ହ୍ୟାରୀଙ୍କ ନୂଆ ଘରେ ସୁଟିଂ ହୋଇଛି । ରାଜପରିବାର ସଦସ୍ୟ ଛାଡି ସେମାନେ ପ୍ରଥମେ କାନାଡାରେ ରହୁଥିବାବେଳେ କୋଭିଡ 19 ମହାମାରୀ ବ୍ୟାପିବାବେଳେ ଆମେରିକାକୁ ପଳାଇ ଆସିଥିଲେ । ତେବେ ନିଜ ଅଣନାତିର ଜନ୍ମଦିନ ଅବସରରେ ରାଣୀ ଏଲିଜାବେଥ୍ ଦ୍ବିତୀୟ ମଧ୍ୟ ବଙ୍କିଙ୍ଗହମ ପ୍ୟାଲେସ ଟ୍ବିଟର ଆକାଉଣ୍ଟରେ ଏକ ଫଟୋ ସହ ୱିସ କରିଛନ୍ତି ।

ଏହି ଫଟୋଟି ବର୍ଷେ ତଳର । ଯେବେ ଗତବର୍ଷ ମେ ମାସରେ ନବଜାତ ଆର୍କିକୁ କୋଳରେ ଧରିଥିଲେ ରାଣୀ ଏଲିଜାବେଥ୍ ଦ୍ବିତୀୟ । ରାଣୀଙ୍କର ଅଷ୍ଟମ ଅଣନାତି ହେଉଛି ଆର୍କି । ହ୍ୟାରୀଙ୍କ ଭାଇ ପ୍ରିନ୍ସ ଚାର୍ଲସ ଏବଂ ପତ୍ନୀ କେଟ୍ ମଧ୍ୟ ରାଜପରିବାରର ନୂଆ ପିଢିର ସଦସ୍ୟଙ୍କ ପ୍ରଥମ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି । ପ୍ରିନ୍ସ ହ୍ୟାରୀ ଓ ଚାର୍ଲସଙ୍କ ବାପାଙ୍କ ଟ୍ବିଟର ଆକାଉଣ୍ଟରେ ମଧ୍ୟ ଆର୍କିଙ୍କୁ ବର୍ଥ ଡେ ୱିସ କରାଯାଇଛି । ଆର୍କି ଗତବର୍ଷ ମେ 6ରେ ଜନ୍ମଲାଭ କରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.