ETV Bharat / international

ପତ୍ନୀଙ୍କ ସମେତ ହୋଣ୍ଡୁରାସ ରାଷ୍ଟ୍ରପତି କୋରୋନା ପଜିଟିଭ

ହୋଣ୍ଡୁରାସର ରାଷ୍ଟ୍ରପତି ଜୁଆନ୍ ଓର୍ଲାଣ୍ଡୋ ହର୍ନାଣ୍ଡେଜ୍ କହିଛନ୍ତି ଯେ ସେ, ତାଙ୍କ କୋରୋନାଭାଇରସ୍ ରିପୋର୍ଟ ପଜେଟିଭ ରହିଛି । ଏହାସହ ତାଙ୍କ ପତ୍ନୀ ଓ ଦୁଇ ସହଯୋଗୀ ମଧ୍ୟ କୋରୋନା ସଂକ୍ରମିତ ରହିଥିବା ସେ ସୂଚନା ଦେଇଛନ୍ତି ।

author img

By

Published : Jun 17, 2020, 5:34 PM IST

Updated : Jun 17, 2020, 5:48 PM IST

ଫାଇଲ ଫଟୋ
ଫାଇଲ ଫଟୋ

ଟେଗୁସିଗାଲ୍ପା: କୋରୋନା କବଳରେ ସାରା ବିଶ୍ବ । ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଏପରିସ୍ଥଳେ ହୋଣ୍ଡୁରାସର ରାଷ୍ଟ୍ରପତି ଜୁଆନ୍ ଓର୍ଲାଣ୍ଡୋ ହର୍ନାଣ୍ଡେଜ୍ କହିଛନ୍ତି ଯେ ସେ, ତାଙ୍କ କୋରୋନାଭାଇରସ୍ ରିପୋର୍ଟ ପଜେଟିଭ ରହିଛି । ଏହାସହ ତାଙ୍କ ପତ୍ନୀ ଓ ଦୁଇ ସହଯୋଗୀ ମଧ୍ୟ କୋରୋନା ସଂକ୍ରମିତ ରହିଥିବା ସେ ସୂଚନା ଦେଇଛନ୍ତି ।

ମଙ୍ଗଳବାର ରାତିରେ ଏକ ଟେଲିଭିଜନକୁ ସମ୍ବୋଧନରେ କରି ରାଷ୍ଟ୍ରପତି ହର୍ନାଣ୍ଡେଜ୍ କହିଛନ୍ତି, ସପ୍ତାହକ ପୂର୍ବରୁ ସେ ଅସୁସ୍ଥତା ଅନୁଭବ କରିଥିଲେ । ଏହାପରେ ବୁଧବାର ତାଙ୍କର କୋରୋନା ଟେଷ୍ଟ ପରେ ରିପୋର୍ଟ ପଜେଟିଭ ଆସିଥିଲା ।

ରାଷ୍ଟ୍ରପତି ଏହା ମଧ୍ୟ କହିଛନ୍ତି ଯେ ତାଙ୍କର ସାମାନ୍ୟ ଲକ୍ଷଣ ଥିଲା । ଏବେ ସେ ଚିକିତ୍ସିତ ହେଉଛନ୍ତି । ସେ କହିଛନ୍ତି ଯେ ସେ ଆଇସୋଲେସନରେ ରହିଥିବାବେଳେ ମଧ୍ୟ ରାଷ୍ଟ୍ରପତି ଦାୟିତ୍ବ ତୁଲାଇବେ ।

କୋରୋନାଭାଇରସ୍‌ ସଂକ୍ରମଣ ବିସ୍ତାରକୁ ରୋକିବା ପାଇଁ ଏକ ମାସରୁ ଉର୍ଦ୍ଧ୍ବ ସମୟ ପ୍ରତିବନ୍ଧକ ପରେ ହୋଣ୍ଡୁରାସ୍ ଜୁନ୍ 8 ରେ ଧିରେ ଧିରେ ଦେଶରୁ ପ୍ରତିବନ୍ଧକ ହଟାଇଥିଲା ।

ଜନ୍ ହପକିନ୍ସ ବିଶ୍ବବିଦ୍ୟାଳୟର ତଥ୍ୟ ଅନୁଯାୟୀ ହୋଣ୍ଡୁରାସ୍‌ରେ ଅତି କମରେ 9,656 ସଂକ୍ରମଣ 330 ମୃତ୍ୟୁ ରିପୋର୍ଟ ରେକର୍ଡ ହୋଇଛି ।

ସୂଚନା ଯୋଗ୍ୟ ଯେ, ଲାଟିନ୍ ଆମେରିକାର ବିଭିନ୍ନ ଦେଶଗୁଡିକରେ ଗତ ସପ୍ତାହକ ମଧ୍ୟରେ କୋରୋନାଭାଇରସ୍ ସଂକ୍ରମଣ ରିପୋର୍ଟ ବୃଦ୍ଧି ପାଇଥିବା ରେକର୍ଡ ହୋଇଛି ।

Last Updated : Jun 17, 2020, 5:48 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.