ETV Bharat / international

‘ଜଣେ ସଚ୍ଚୋଟ ଲୋକ ସେବକ ଥିଲେ ପ୍ରଣବ ମୁଖାର୍ଜୀ’

ଆଖି ବୁଜିଛନ୍ତି ଦେଶର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ । ଏନେଇ ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡେମୋକ୍ରାଟିକ ପାର୍ଟ ପକ୍ଷରୁ ପ୍ରତିଦ୍ବନ୍ଦିତା କରୁଥିବା ପୂର୍ବତନ ଉପରାଷ୍ଟ୍ରପତି ଜୋ ବିଡେନ ମଧ୍ୟ ଟ୍ବିଟ ଯୋଗେ ଶୋକ ପ୍ରକାଶ କରିଛନ୍ତି ।

author img

By

Published : Sep 1, 2020, 10:46 AM IST

pranab mukherjee death, joe biden, joe biden tweet, joe biden's condolence tweet, biden condolence on pranab's death, ପ୍ରଣବ ମୁଖାର୍ଜୀ ଦେହାନ୍ତ, ଜୋ ବିଡେନ, ଜେ ବିଡେନ ଟ୍ବିଟ, ଜୋ ବିଡେନଙ୍କ ଶୋକ ପ୍ରକାଶ, ପ୍ରଣବଙ୍କ ମୃତ୍ୟୁରେ ବିଡେନଙ୍କ ଶୋକ ପ୍ରକାଶ
‘ଜଣେ ସଚ୍ଚୋଟ ଲୋକ ସେବକ ଥିଲେ ପ୍ରଣବ ମୁଖାର୍ଜୀ’

ୱାଶିଂଟନ: ଆଖି ବୁଜିଛନ୍ତି ଦେଶର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ । ସୋମବାର ତାଙ୍କର ବିୟୋଗ ନେଇ ଦେଶ ବିଦେଶରୁ ଛୁଟିଛି ଶୋକର ବାର୍ତ୍ତା । ଏମିତିରେ ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡେମୋକ୍ରାଟିକ ପାର୍ଟ ପକ୍ଷରୁ ପ୍ରତିଦ୍ବନ୍ଦିତା କରୁଥିବା ପୂର୍ବତନ ଉପରାଷ୍ଟ୍ରପତି ଜୋ ବିଡେନ ମଧ୍ୟ ଟ୍ବିଟ ଯୋଗେ ଶୋକ ପ୍ରକାଶ କରିଛନ୍ତି । ଏଥିରେ ସେ ପ୍ରଣବଙ୍କୁ ଜଣେ ସଚ୍ଚୋଟ ଲୋକ ସେବକ ବୋଲି କହିଛନ୍ତି ।

pranab mukherjee death, joe biden, joe biden tweet, joe biden's condolence tweet, biden condolence on pranab's death, ପ୍ରଣବ ମୁଖାର୍ଜୀ ଦେହାନ୍ତ, ଜୋ ବିଡେନ, ଜେ ବିଡେନ ଟ୍ବିଟ, ଜୋ ବିଡେନଙ୍କ ଶୋକ ପ୍ରକାଶ, ପ୍ରଣବଙ୍କ ମୃତ୍ୟୁରେ ବିଡେନଙ୍କ ଶୋକ ପ୍ରକାଶ
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର @@JoeBiden

ସେ ଏହା ମଧ୍ୟ ଲେଖିଛନ୍ତି କି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଆମେରିକା ସହ ଏକ ଦୃଢ ସମ୍ପର୍କରେ ବିଶ୍ବାସ କରୁଥିଲେ । କେବଳ ସେତିକି ନୁହେଁ ଦୁଇ ରାଷ୍ଟ୍ର ମିଳିତ ଭାବେ ଅନେକ ବୈଶ୍ବିକ ସମସ୍ୟାର ସମାଧାନ କରିପାରିବେ ବୋଲି ତାଙ୍କର ଦୃଢ ବିଶ୍ବାସ ରହିଥିଲା । ସେ ଥିଲେ ଜଣେ ସଚ୍ଚୋଟ ଲୋକ ସେବକ । ତାଙ୍କ ବିୟୋଗରେ ଜିଲ(ବିଜେନଙ୍କ ପତ୍ନୀ) ଓ ସେ ଗଭୀର ଭାବେ ଦୁଃଖିତ ବୋଲି ମଧ୍ୟ ସେ ଟ୍ବିଟରେ ଉଲ୍ଲେଖ କରିଥିଲେ । ଏଥିସହ ସେ ପ୍ରଣବଙ୍କ ପରିବାର ପ୍ରତି ସମବେଦନା ଓ ଭଲ ପାଇବା ମଧ୍ୟ ଜଣାଇଥିଲେ ।

ଏହି ପୋଷ୍ଟ ସହ ବିଡେନ ପ୍ରଣବଙ୍କ ସହ ନିଜର ଏକ ପୁରୁଣା ଫଟୋ ମଧ୍ୟ ଯୋଡିଥିଲେ । ସୂଚନା ଅନୁଯାୟୀ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଗତ ଅଗଷ୍ଟ 10ରୁ ନୂଆଦିଲ୍ଲୀର ଆର୍ମି ହସ୍ପିଟାଲରେ ଚିକିତ୍ସିତ ଥିଲେ । ଏହା ପୂର୍ବରୁ ସେ କୋରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ତେବେ ବ୍ରେନ ସର୍ଜରୀ ପରେ ତାଙ୍କର ଅବସ୍ଥା ସଙ୍କଟାପନ୍ନ ରହିଥିଲା । ଫଳରେ ସୋମବାର ସେ ଆଖି ବୁଜିଥିଲେ ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.