ETV Bharat / international

ପାକ୍କୁ ଆତଙ୍କବାଦର କେନ୍ଦ୍ରସ୍ଥଳୀ ରୂପେ ଆକ୍ଷେପ କରି ଇମ୍ରାନ ଖାନଙ୍କୁ ନିନ୍ଦା କଲା ଭାରତ - ମିଳିତା ଜାତିସଙ୍ଘ

ମିଳିତ ଜାତିସଂଘରେ ପାକିସ୍ତାନକୁ କଡା ଜବାବ ଦେଲା ଭାରତ । ବିଶ୍ବ ଆତଙ୍କବାଦର କେନ୍ଦ୍ରସ୍ଥଳ ପାକିସ୍ତାନ । ଶାନ୍ତି, ନିରାପତ୍ତା ଓ ସୁରକ୍ଷାର କଥା କହୁଥିବା ପାକ୍ ପ୍ରଧାନମନ୍ତ୍ରୀ ଆତଙ୍କୀଙ୍କୁ ଶହୀଦ ଆଖ୍ୟା ଦେଉଥିବା କହିଲା ଭାରତ । ଅଧିକ ପଢନ୍ତୁ...

ପାକ୍କୁ ଆତଙ୍କବାଦର କେନ୍ଦ୍ରସ୍ଥଳୀ ରୂପେ ଆକ୍ଷେପ କରି ଇମ୍ରାନ ଖାନଙ୍କୁ ନିନ୍ଦା କଲା ଭାରତ

author img

By

Published : Oct 5, 2021, 2:26 PM IST

ୱାସିଂଟନ: ମିଳିତ ଜାତିସଙ୍ଘରେ ପୁଣି ଥରେ ପାକିସ୍ତାନକୁ ଟାର୍ଗେଟ କଲା ଭାରତ । ପାକକୁ ଆତଙ୍କୀଙ୍କ କେନ୍ଦ୍ରସ୍ଥଳୀ ଭାବେ ଆକ୍ଷେପ କରି ଭାରତ କହିଛି, ପାକିସ୍ତାନ ଜାତିସଙ୍ଘରେ ସବୁବେଳେ ଶାନ୍ତି ଓ ସୁରକ୍ଷାର କଥା କହେ । ହେଲେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଅଲ-କାଏଦା ନେତା ଓସାମା ବିନ୍ ଲାଡେନଙ୍କୁ ଶହୀଦ ମାନନ୍ତି । କହିରଖୁଛୁ କି, ଗତ ବର୍ଷ ଅଲ-କାଏଦା ଆତଙ୍କୀ ସଙ୍ଗଠନର ଓସାମାଙ୍କୁ ଶହୀଦ ବୋଲି ସମ୍ବୋଧିତ କରିଥିଲେ ଇମ୍ରାନ ଖାନ । ଯାହାକୁ ନେଇ ସାରା ବିଶ୍ବରେ ଖୁବ୍ ଅପମାନିତ ହୋଇଥିଲେ ପାକ୍ ପ୍ରଧାନମନ୍ତ୍ରୀ ।

  • As epicenter of global terrorism, Pakistan has repeatedly indulged in cross-border terrorism against its neigbours, with no regard for UN principles. Pakistan desperate attempts to peddle falsehoods at multilateral forums deserves collective contempt: India in its Right of Reply pic.twitter.com/jYGvuYK3fI

    — ANI (@ANI) October 5, 2021 " class="align-text-top noRightClick twitterSection" data=" ">

ଏହାପୂର୍ବରୁ ମଧ୍ୟ ମିଳିତ ଜାତିସଙ୍ଘରେ ପ୍ରଧାନମନ୍ତ୍ରୀ ମୋଦି କାହାର ନାଁ ନ ନେଇ ପାକିସ୍ତାନକୁ ଶକ୍ତ ଚାପୁଡା ମାରିଥିଲେ । ଭାରତ ସ୍ପଷ୍ଟ ଭାବେ କହିଥିଲା, ପାକିସ୍ତାନର ସ୍ଥାୟୀ ପ୍ରତିନିଧି ଏଠି ଶାନ୍ତି, ସୁରକ୍ଷାର କଥା କହୁଛନ୍ତି, ଯେତେବେଳେ କି ତାଙ୍କର ପ୍ରଧାନମନ୍ତ୍ରୀ ଓସାମା ବିନ ଲାଡେନ ଭଳି ବୈଶ୍ବିକ ଆତଙ୍କବାଦୀଙ୍କୁ ଶହୀଦ ରୂପରେ ମହିମାମଣ୍ଡିତ କରୁଛନ୍ତି । ବୈଶ୍ବିକ ଆତଙ୍କବାଦର କେନ୍ଦ୍ର ରୂପେ ପାକିସ୍ତାନ ମିଳିତ ଜାତିସଙ୍ଘର ସିଦ୍ଧାନ୍ତକୁ ଖାତିର୍ ନ କରି ବାରମ୍ବାର ନିଜ ପଡୋଶୀ ରାଷ୍ଟ୍ରର ବିରୋଧୀ ହୋଇ ସୀମାରେ ଆତଙ୍କୀଙ୍କ ସହ ମିଶି କାର୍ଯ୍ୟ କରୁଛି । ତେଣୁ ମଞ୍ଚରେ ଶାନ୍ତି, ସୁରକ୍ଷାର ଏଭଳି ମିଥ୍ୟା ପ୍ରଚାର ପ୍ରସାର ନେଇ ପାକିସ୍ତାନରର ପ୍ରୟାସ ସାମୂହିକ ଅବମାନନାର ପାତ୍ର ଅଟେ ।

ନିକଟରେ ପ୍ରଧାନମନ୍ତ୍ରୀ ମୋଦି ଆମେରିକାର ଏକ ଐତିହାସିକ ଗସ୍ତରେ ଯାଇଥିଲେ ଏବଂ ସେଠାରେ ମିଳିତ ଜାତିସଙ୍ଘର ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ । ଏହି ସମୟରେ ପାକିସ୍ତାନର ନାଁ ନ ନେଇ ସେ କହିଥିଲେ କି, ଯେଉଁ ଦେଶ ଆତଙ୍କବାଦକୁ ପ୍ରଶୟ ଦେଉଛନ୍ତି, ସେମାନଙ୍କୁ ବୁଝିବାକୁ ହେବ କି ଏହା ତାଙ୍କ ପାଇଁ ମଧ୍ୟ ବଡ ବିପଦ । ସେହିପରି ଭାରତର ପ୍ରଥମ ସଚିବ ସ୍ନେହା ଦୁବେ ପାକ୍ ବିରୁଦ୍ଧରେ କଡା ମନ୍ତବ୍ୟ ଦେଇ କହିଥିଲେ ଯେ, ଆତଙ୍କୀଙ୍କୁ ଖୋଲା ସମର୍ଥନ କରିବା କ୍ଷେତ୍ରରେ ପାକିସ୍ତାନର ଇତିହାସ ରହିଛି ।

ଉଲ୍ଲେଖଯୋଗ୍ୟ, ଗତ ବର୍ଷ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏକ ଜାତୀୟ ସଭାକୁ ସମ୍ବୋଧିତ କରୁଥିବା ସମୟରେ ଆତଙ୍କୀ ଓସାମା ବିନ ଲାଡେନଙ୍କୁ ଶହୀଦ ବୋଲି ବିବେଚନା କରିଥିଲେ । ଖାନ କହିଥିଲେ ଯେ, ଯେତେବେଳେ ଆମେରିକୀୟ ଆବୋଟାବାଦ ଆସି ଓସାମା ବିନ୍ ଲାଡେନଙ୍କୁ ହତ୍ୟା କଲେ, ସେହି ସମୟରେ ଆମେ ପାକିସ୍ତାନୀ କିପରି ଲଜ୍ଜିତ ହୋଇଥିଲୁ ହୋଇଥିଲା ତାହା ଆମେ କଦାପି ଭୁଲିବୁ ନାହିଁ । ଇମ୍ରାନ ଖାନଙ୍କ ଏହି ବୟାନ ପରେ ସାରା ବିଶ୍ବରେ ତାଙ୍କ ବିରୁଦ୍ଧରେ ସ୍ବର ଉଠିଥିଲା । ସେହିପରି କିଛି ମାସ ତଳେ ପାକ୍ ସରକାରର ଜଣେ ମନ୍ତ୍ରୀ ସଫେଇ ଦେଇଥିଲେ କି ଏହି ବୟାନ ସମୟରେ ଇମ୍ରାନ ଖାନଙ୍କ ପାଟିରୁ କଥା ଖସି ଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.