ETV Bharat / international

ୟୁନିସେଫର ଚେତାବନୀ: ଆସନ୍ତା 6 ମାସରେ ଭାରତରେ ହୋଇପାରେ 3ଲକ୍ଷ ଶିଶୁଙ୍କ ମୃତ୍ୟୁ - ୟୁନିସେଫ ଭାରତ

କୋରୋନା କାରଣରୁ ଲକଡାଉନର ପ୍ରଭାବରେ ଶିଳ୍ପାନୁଷ୍ଠାନରୁ ଆରମ୍ଭ କରି ଶିଳ୍ପାନୁଷ୍ଠାନ ବନ୍ଦ ରହିଛି । ଜନ ଜୀବନ ସବୁ ପ୍ରଭାବିତ । ଏପରିସ୍ଥଳେ ଏକ ସାଘାଂତିକ ତଥ୍ୟ ଜାରି କରିଛି ୟୁନାଟେଡ ନେସନ୍ସ ଚିଲଡ୍ରେନ୍ସ ଫଣ୍ଡ (ୟୁନିସେଫ) । ରିପୋର୍ଟରେ କୁହାଯାଇଛି ଯେ ପାଞ୍ଚ ବର୍ଷରୁ କମ୍ 3 ଲକ୍ଷ ପିଲା ଆସନ୍ତା 6 ମାସ ମଧ୍ୟରେ ଭାରତରେ ମୃତ୍ୟୁ ମୁଖରେ ପଡି ପାରନ୍ତି । ଅଧିକ ପଢନ୍ତୁ...

UNICEF
UNICEF
author img

By

Published : May 13, 2020, 6:46 PM IST

ନ୍ୟୁୟର୍କ: ସାରା ବିଶ୍ବରେ କୋରୋନାର ପ୍ରକୋପ ଜାରି ରହିଛି । କୋରୋନା କାରଣରୁ ଲକଡାଉନର ପ୍ରଭାବରେ ଶିଳ୍ପାନୁଷ୍ଠାନରୁ ଆରମ୍ଭ କରି ଶିଳ୍ପାନୁଷ୍ଠାନ ବନ୍ଦ ରହିଛି । ଜନ ଜୀବନ ସବୁ ପ୍ରଭାବିତ । ଏପରିସ୍ଥଳେ ଏକ ସାଘାଂତିକ ତଥ୍ୟ ଜାରି କରିଛି ୟୁନାଟେଡ ନେସନ୍ସ ଚିଲଡ୍ରେନ୍ସ ଫଣ୍ଡ ( ୟୁନିସେଫ ) । ରିପୋର୍ଟରେ କୁହାଯାଇଛି ଯେ ପାଞ୍ଚ ବର୍ଷରୁ କମ୍ 3 ଲକ୍ଷ ପିଲା ଆସନ୍ତା 6 ମାସ ମଧ୍ୟରେ ଭାରତରେ ମୃତ୍ୟୁ ମୁଖରେ ପଡି ପାରନ୍ତି ।

ୟୁନିସେଫର ଚେତାବନୀ
ୟୁନିସେଫର ଚେତାବନୀ

କୋରୋନା ଭାଇରସ ସଂକ୍ରମଣ ହେତୁ ସମସ୍ତ ଦେଶରେ ସ୍ବାସ୍ଥ୍ୟ ସେବା ପ୍ରଭାବିତ ହୋଇଛି । ଏହାସହ ସ୍ବାସ୍ଥ୍ୟ ସେବା ସହ ଜଡିତ କାରଣ ଅଧିକାଂଶ ଉପକରଣ ଠାରୁ ଆରମ୍ଭ କରି ଚିକିତ୍ସା ସମ୍ବନ୍ଧୀୟ ସମସ୍ତ ଅତ୍ୟବଶ୍ୟକୀୟ ସାମଗ୍ରୀ ବର୍ତ୍ତମାନ କୋଭିଡ -19 ସଂକ୍ରମିତ ରୋଗୀଙ୍କ ଚିକିତ୍ସା ପାଇଁ ବ୍ୟବହୃତ ହେଉଛି।

ଏଭଳି ପରିସ୍ଥିତିରେ ପର୍ଯ୍ୟାପ୍ତ ସ୍ବାସ୍ଥ୍ୟ ସୁବିଧା ଅଭାବ ପିଲାମାନଙ୍କ ସ୍ବାସ୍ଥ୍ୟ ଉପରେ ଗୁରୁତର ପ୍ରଭାବ ପକାଇପାରେ ଏବଂ ଏହାର ଗୁରୁତର ପରିଣାମ ମଧ୍ୟ ହୋଇପାରେ। ୟୁନିସେଫ ଅନୁଯାୟୀ, ସମଗ୍ର ଦକ୍ଷିଣ ଏସିଆରେ ପାଞ୍ଚ ବର୍ଷରୁ କମ୍ ପିଲାଙ୍କ ମୃତ୍ୟୁ ସଂଖ୍ୟା ଚାରି ଲକ୍ଷ 40 ହଜାରରେ ପହଞ୍ଚିପାରେ । ଏହି ମୃତ୍ୟୁ ମଧ୍ୟରୁ ଅଧିକାଂଶ ଭାରତରେ ହୋଇଥିବା ଅନୁମାନ କରାଯାଉଛି।

ଦକ୍ଷିଣ ଏସିଆ ପାଇଁ ୟୁନିସେଫର ଆଞ୍ଚଳିକ ନିର୍ଦ୍ଦେଶକ ଜାନ ଗାଫ କୁହନ୍ତି, ବିଗତ ଦଶନ୍ଧି ମଧ୍ୟରେ ପ୍ରଥମ ଥର ପାଇଁ ପାଞ୍ଚ ବର୍ଷରୁ କମ୍ ଶିଶୁଙ୍କ ମୃତ୍ୟୁ ବୃଦ୍ଧି ପାଇବାକୁ ଯାଉଛି । ଦକ୍ଷିଣ ଏସିଆ ଦେଶମାନଙ୍କରେ ମା, ଗର୍ଭବତୀ ମହିଳା ଏବଂ ପିଲାମାନଙ୍କୁ ଯେ କୌଣସି ମୂଲ୍ୟରେ ବଞ୍ଚାଇବାକୁ ପଡିବ | ମହାମାରୀ ସହିତ ମୁକାବିଲା କରିବା ଗୁରୁତ୍ବପୂର୍ଣ୍ଣ, କିନ୍ତୁ ଏହି ସମୟ ମଧ୍ୟରେ ମାତୃ ଓ ଶିଶୁ ମୃତ୍ୟୁ ହାର ବୃଦ୍ଧି ନକରିବା ପାଇଁ ଚେଷ୍ଟା ଜାରି ରହିବ ।

ୟୁନିସେଫର ଆକଳନ ଅନୁଯାୟୀ, ଭାରତ ପରେ ପାକିସ୍ତାନରେ ମୃତ୍ୟୁ ସଂଖ୍ୟା ସର୍ବାଧିକ । ପାକିସ୍ତାନରେ 95 ହଜାର ଶିଶୁ, ବାଂଲାଦେଶରେ 28 ହଜାର, ଆଫଗାନିସ୍ତାନରେ 13,000 ଏବଂ ନେପାଳରେ ଚାରି ହଜାର ଶିଶୁ ପ୍ରାଣ ହରାଇବାର ଆଶଙ୍କା ରହିଛି ।

ଏହାର କାରଣଗୁଡ଼ିକ କ’ଣ?

ୟୁନିସେଫ କହିଛି ଯେ ଯେଉଁ ଦେଶରେ ସ୍ବାସ୍ଥ୍ୟ ବ୍ୟବସ୍ଥା ଦୁର୍ବଳ, ସେଠାରେ କୋଭିଡ -19 ସଂକ୍ରମଣ ହେତୁ ଚିକିତ୍ସା ସେବା ବ୍ୟାହତ ହେଉଛି। ଆହୁରି ମଧ୍ୟ କୋରୋନା ପାଇଁ ଆର୍ଥିକ ସଂସାଧାନ ଉପରେ ଚାପ ଏହାର ଅନ୍ୟତମ କାରଣ ।

ଲକଡଉନ, କର୍ଫ୍ୟୁ ଏବଂ ପରିବହନ ପ୍ରତିବନ୍ଧକ ଯୋଗୁଁ ଲୋକମାନେ ସ୍ବାସ୍ଥ୍ୟକେନ୍ଦ୍ର ମାନଙ୍କୁ କମ ଯାଉଛନ୍ତି । ଏଥି ସହିତ କୋରୋନା ବିସ୍ତାରକୁ ରୋକିବା ପାଇଁ ଅନେକ ଦେଶରେ ଟୀକାକରଣ ଅଭିଯାନ ମଧ୍ୟ ବନ୍ଦ କରାଯାଇଛି।

ଏଥି ସହିତ ୟୁନିସେଫର ଦକ୍ଷିଣ ଏସିଆର ଆଞ୍ଚଳିକ ସ୍ବାସ୍ଥ୍ୟ ପରାମର୍ଶଦାତା ପଲ୍ ରାଉଟର କହିଛନ୍ତି ଯେ କୋଭିଡ -19 ସମୟରେ ପିଲାମାନଙ୍କ ଜନ୍ମ, ସ୍ବାସ୍ଥ୍ୟ ଏବଂ ପୋଷଣ ଯୁକ୍ତ ଖାଦ୍ୟ ପ୍ରଦାନ କରିବା ଦିଗରେ ଅତ୍ୟଧିକ ଧ୍ୟାନ ଦେବା ଆବଶ୍ୟକ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.