ୱାଶିଂଟନ: ଲେବାନନ ପରେ ଏବେ ଆମେରିକାରେ ବଡ ଧରଣର ବିସ୍ଫୋରଣ ଘଟିଛି । ଆମେରିକାର ବାଲ୍ତିମୋରରେ ଏହି ବିସ୍ଫୋରଣ ଘଟିଥିବା ଜଣାପଡିଛି । ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 4 ଜଣ ଆହତ ହୋଇଛନ୍ତି । ତେବେ ଏହା ଏକ ଗ୍ୟାସ ବିସ୍ଫୋରଣ ହୋଇଥାଇ ପାରେ ବୋଲି ଅନୁମାନ କରାଯାଉଛି । କିନ୍ତୁ ଏହାର ପ୍ରକୃତ କାରଣ ଏବା ସୁଦ୍ଧା ଜଣାପଡିନାହିଁ ।
ଘଟଣାରେ 3 ଟି ଘର ସମ୍ପୁର୍ଣ୍ଣ ଭାବରେ ଧ୍ବଂସ ହୋଇଯାଇଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଘଟଣାରେ ଅନ୍ୟ କେତେଜଣ ନିଖୋଜ ଥିବା କୁହାଯାଉଛି ।